ବ୍ରିଜ୍ କାର୍ଯ୍ୟ ଅଧାରୁ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କ ଚିଠି
କର୍ଲାମୁଣ୍ଡା,୨୨ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡାଠାରୁ ରିଞ୍ଜା ଯାଇଥିବା ଆର୍.ଡି ରାସ୍ତାର ସରବରାହ ଜୋରଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଟେଣ୍ଡର ଜରିଆରେ ଜନୈକ ଠିକାଦାରଙ୍କ ଦ୍ୱାରା ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁଛି। ବର୍ତ୍ତମାନ ସୁଦ୍ଧା ବ୍ରିଜ୍ଟିର ଗୋଟିଏ ପଟ ଛାତ ପଡ଼ିଥିବା ବେଳେ ଆରପଟ ଛାତ ପକେଇବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେବା ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା( ଆର୍ଡି) ବିଭାଗ ପତ୍ରସଂଖ୍ୟା ୧୪୪୫ ତା- ୨୧.୬.୨୦୨୪ରେ ସମ୍ପୃକ୍ତ ଠିକାଦାର ପ୍ରକାଶ କୁମାର […] The post ବ୍ରିଜ୍ କାର୍ଯ୍ୟ ଅଧାରୁ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କ ଚିଠି appeared first on Dharitri Odia News.
କର୍ଲାମୁଣ୍ଡା,୨୨ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡାଠାରୁ ରିଞ୍ଜା ଯାଇଥିବା ଆର୍.ଡି ରାସ୍ତାର ସରବରାହ ଜୋରଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଟେଣ୍ଡର ଜରିଆରେ ଜନୈକ ଠିକାଦାରଙ୍କ ଦ୍ୱାରା ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁଛି। ବର୍ତ୍ତମାନ ସୁଦ୍ଧା ବ୍ରିଜ୍ଟିର ଗୋଟିଏ ପଟ ଛାତ ପଡ଼ିଥିବା ବେଳେ ଆରପଟ ଛାତ ପକେଇବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେବା ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା( ଆର୍ଡି) ବିଭାଗ ପତ୍ରସଂଖ୍ୟା ୧୪୪୫ ତା- ୨୧.୬.୨୦୨୪ରେ ସମ୍ପୃକ୍ତ ଠିକାଦାର ପ୍ରକାଶ କୁମାର ମହାନ୍ତିଙ୍କୁ ବର୍ଷା ଋତୁ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଚିଠି କରିଛନ୍ତି। ଚିଠି ପାଇବା ପରେ ଶନିବାରଠାରୁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ତେବେ ବ୍ରିଜ୍ କାମଟି ଅଧାରୁ ବନ୍ଦ ହୋଇଯିବାରୁ ଆଗାମୀ ବର୍ଷା ଦିନରେ ଅଞ୍ଚଳବାସୀ ବ୍ଲକ ସଦରକୁ ବିଭିନ୍ନ କାର୍ଯ୍ୟରେ ଯିବା ଆସିବା କରିବା ମୁସ୍କିଲ ହୋଇପଡ଼ିବ ବୋଲି ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ୍ କହିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ଶୋଷନ କୁଣ୍ଡୁଲୁଙ୍କୁ ଯୋଗାଯୋଗ କରାଯିବାରୁ ବର୍ଷା ଆରମ୍ଭ ହେଇଥିବାରୁ ବ୍ରିଜ୍ର ସ୍ଥାୟିତ୍ୱ ଦୃଷ୍ଟିରୁ ବ୍ରିଜ୍ କାର୍ଯ୍ୟକୁ ବନ୍ଦ କରାଯାଇଛି। ଲୋକଙ୍କ ଗମନାଗମନ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ପ୍ରକାଶ ଯେ, ଉକ୍ତ ବ୍ରିଜ୍ ନିର୍ମାଣ କାର୍ଯ୍ୟ ପାଇଁ ୨କୋଟି ୭୧ ଲକ୍ଷ ୨୮ ହଜାର ୮ ଶହ ଟଙ୍କା ଅଟକଳ କରାଯାଇଛି। କାର୍ଯ୍ୟଟି ୧୦.୦୭.୨୦୨୩ରେ ଆରମ୍ଭ ହୋଇ ୯.୧.୨୦୨୫ରେ ଶେଷ ହେବାକୁ ଚୁକ୍ତିନାମାରେ ଉଲ୍ଲେଖ ରହିଛି।
The post ବ୍ରିଜ୍ କାର୍ଯ୍ୟ ଅଧାରୁ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କ ଚିଠି appeared first on Dharitri Odia News.