ବ୍ରିଟେନ ରାଜ ପରିବାରରେ ସୁରକ୍ଷାରେ ତ୍ରୁଟି: ଓ୍ବିଣ୍ଡସର କ୍ୟାସେଲରୁ ଚୋରି

ଲଣ୍ଡନ,୧୯।୧୧: ଚୋରମାନେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ବିଶାଳ ୱିଣ୍ଡସର୍‌ କ୍ୟାସେଲ ଇଷ୍ଟେଟରୁ ଫାର୍ମ ଗାଡି ଚୋରି କରିଛନ୍ତି। ଏହା ପ୍ରିନ୍ସ ୱିଲିୟମ ଏବଂ କେଟ ମିଡଲେଟନଙ୍କ ପାରିବାରିକ ଘର। ବ୍ରିଟିଶ ପୋଲିସ ସୋମବାର ଏହା ନିଶ୍ଚିତ କରିଛି। ‘ସନ୍‌’ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ଟୋବର ୧୩ ତାରିଖ ରାତିରେ ଦୁଇଜଣ ବ୍ୟକ୍ତି ୬ ଫୁଟର ବାଉଡ୍ରି ଉପରକୁ ଚଢି ଟ୍ରକ ବ୍ୟବହାର କରି ସୁରକ୍ଷା ଫାଟକ ଭାଙ୍ଗିଥିଲେ। ଏହି ସମୟ ମଧ୍ୟରେ, ୱେଲ୍ସର ପ୍ରିନ୍ସ ଏବଂ […] The post ବ୍ରିଟେନ ରାଜ ପରିବାରରେ ସୁରକ୍ଷାରେ ତ୍ରୁଟି: ଓ୍ବିଣ୍ଡସର କ୍ୟାସେଲରୁ ଚୋରି appeared first on Dharitri Odia News.

ବ୍ରିଟେନ ରାଜ ପରିବାରରେ ସୁରକ୍ଷାରେ ତ୍ରୁଟି: ଓ୍ବିଣ୍ଡସର କ୍ୟାସେଲରୁ ଚୋରି

ଲଣ୍ଡନ,୧୯।୧୧: ଚୋରମାନେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ବିଶାଳ ୱିଣ୍ଡସର୍‌ କ୍ୟାସେଲ ଇଷ୍ଟେଟରୁ ଫାର୍ମ ଗାଡି ଚୋରି କରିଛନ୍ତି। ଏହା ପ୍ରିନ୍ସ ୱିଲିୟମ ଏବଂ କେଟ ମିଡଲେଟନଙ୍କ ପାରିବାରିକ ଘର। ବ୍ରିଟିଶ ପୋଲିସ ସୋମବାର ଏହା ନିଶ୍ଚିତ କରିଛି।
‘ସନ୍‌’ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ଟୋବର ୧୩ ତାରିଖ ରାତିରେ ଦୁଇଜଣ ବ୍ୟକ୍ତି ୬ ଫୁଟର ବାଉଡ୍ରି ଉପରକୁ ଚଢି ଟ୍ରକ ବ୍ୟବହାର କରି ସୁରକ୍ଷା ଫାଟକ ଭାଙ୍ଗିଥିଲେ। ଏହି ସମୟ ମଧ୍ୟରେ, ୱେଲ୍ସର ପ୍ରିନ୍ସ ଏବଂ ରାଜକୁମାରୀ ଏବଂ ସେମାନଙ୍କର ପିଲାମାନେ ଜର୍ଜ, ଚାର୍ଲୋଟ ଏବଂ ଲୁଇ ସେମାନଙ୍କ ଆଡିଲେଡ କଟେଜରେ ଶୋଇଥିଲେ।

ଏହା ପରେ ଦୁଇ ଚୋର ପିକଅପ ଟ୍ରକ ଏବଂ ପଡ଼ିଆରେ ପାର୍କିଂ ହୋଇଥିବା କ୍ୱାଡ ବାଇକ ନେଇ ପଳାଇ ଯାଇଥିଲେ। ଫେମସ ଭ୍ୟାଲି ପୋଲିସ କହିଛି: ଅକ୍ଟୋବର ୧୩ ରାତି ପ୍ରାୟ ୧୧ଟା ୪୫ସମୟରେ ୱିଣ୍ଡସରର କ୍ରାଉନ ଇଷ୍ଟେଟ ଜମିରେ ଥିବା ଏକ ସମ୍ପତ୍ତିରେ ଚୋରି ହେବାର ଖବର ପାଇଥିଲୁ।

ଯଦିଓ ବକିଙ୍ଗହମ ପ୍ୟାଲେସ ଏହି ରିପୋର୍ଟଗୁଡିକ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି, ତଥାପି ସୂତ୍ରରୁ ଜଣାପଡିଛି ଯେ କିଙ୍ଗ ଏବଂ ରାଣୀ କାମିଲା ସେତେବେଳେ ସେମାନଙ୍କ ପ୍ରାସାଦରେ ନଥିଲେ। ଅବଶ୍ୟ, ସମସ୍ତ ବରିଷ୍ଠ ରୟାଲମାନେ ସେମାନଙ୍କର ସ୍ବତନ୍ତ୍ର ପୋଲିସ ସୁରକ୍ଷା ଗ୍ରହଣ କରନ୍ତି ଏବଂ ଲଣ୍ଡନର ପ୍ରାୟ ୪୦ କିଲୋମିଟର ପଶ୍ଚିମରେ ଥିବା ୱିଣ୍ଡସର୍‌ ଇଷ୍ଟେଟରେ କୌଣସି ରାଜାଙ୍କ ପ୍ରତି କିଛି ପ୍ରତ୍ୟକ୍ଷ ବିପଦ ଥିବା ବିଶ୍ୱାସ କରାଯାଏ ନାହିଁ।

The post ବ୍ରିଟେନ ରାଜ ପରିବାରରେ ସୁରକ୍ଷାରେ ତ୍ରୁଟି: ଓ୍ବିଣ୍ଡସର କ୍ୟାସେଲରୁ ଚୋରି appeared first on Dharitri Odia News.