ବ୍ରିସବେନରେ ଆଗାମୀ ଦୁଇ ଦିନ କେମିତି ରହିବ ପାଗ, କଣ ବର୍ଷା ସାଜିବ କି ଭିଲେନ ?

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଗାବା ଷ୍ଟାଡିୟମରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି। ତେବେ ମ୍ୟାଚ୍‌ରେ ବର୍ଷା ବଡ଼ ବାଧକ ସାଜିଛି। ମ୍ୟାଚ୍‌ର ତୃତୀୟ ଦିନରେ ଆଠ ଥର ବର୍ଷା କାରଣରୁ ଖେଳକୁ ବନ୍ଦ ରଖିବାକୁ ପଡ଼ିଥିଲା। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ଵିକେଟ୍ ହରାଇ ୫୧ ରନ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ କରି ମଜବୁତ ସ୍ଥିତିରେ ରହିଛି। ବର୍ଷା ଯୋଗୁଁ ପ୍ରଥମ ଦିନ ମାତ୍ର ୧୩.୨ ଓଭର ଖେଳ ହୋଇ ପାରିଥିବା ବେଳେ ଦ୍ଵିତୀୟ ଦିନ ସଂପୂର୍ଣ୍ଣ ଖେଳ ହୋଇଥିଲା। ମାତ୍ର ତୃତୀୟ ଦିନ ପୁଣି ଥରେ ବର୍ଷା ବଡ଼ ବାଧକ ସାଜିଛି।ବ୍ରିସବେନରେ ଆଗାମୀ ଦୁଇ ଦିନ ବର୍ଷା  ହେବାର ଆଶଙ୍କା ରହିଛି। ବର୍ଷା କାରଣରୁ ମଝିରେ ମଝିରେ ଖେଳ ବନ୍ଦ ହୋଇପାରେ। ମ୍ୟାଚ୍‌ର ଚତୁର୍ଥ ଦିନ ଅର୍ଥାତ ଆସନ୍ତାକାଲି ବର୍ଷା ହେବାର ଆଶଙ୍କା କିଛିଟା କମ ରହିଛି। ମାତ୍ର ପଞ୍ଚମ ଦିନରେ ବର୍ଷା ବହୁତ ହଇରାଣ କରିପାରେ। ଦୁଇ ଦିନ ମିଶାଇ ଅଧିକରୁ ଅଧିକ ୧୯୬ ଓଭରର ମ୍ୟାଚ୍ ହୋଇପାରେ। କିନ୍ତୁ ବର୍ଷା ଯୋଗୁଁ ଓଭର କମ ହୋଇପାରେ। Also read: ବର୍ଡର-ଗାଭାସ୍କର ହାରିଲେବି ଟିମ୍ ଇଣ୍ଡିଆ ଖେଳି ପାରିବ ୱାର୍ଲଡ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ! ଜାଣନ୍ତୁ କେମିତି ?ମ୍ୟାଚ୍‌ର ବର୍ତ୍ତମାନ ସ୍ଥିତି ଦେଖିଲେ ଅଷ୍ଟ୍ରେଲିଆ ବହୁତ ମଜବୁତ ସ୍ଥିତିରେ ରହିଛି। ଭାରତର ବିଜୟ ଅସମ୍ଭବ ପ୍ରାୟ ଲାଗୁଛି। ଅଷ୍ଟ୍ରେଲିଆକୁ ଜିତିବା ପାଇଁ ଭା

ବ୍ରିସବେନରେ ଆଗାମୀ ଦୁଇ ଦିନ କେମିତି ରହିବ ପାଗ, କଣ ବର୍ଷା ସାଜିବ କି ଭିଲେନ ?

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଗାବା ଷ୍ଟାଡିୟମରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି। ତେବେ ମ୍ୟାଚ୍‌ରେ ବର୍ଷା ବଡ଼ ବାଧକ ସାଜିଛି। ମ୍ୟାଚ୍‌ର ତୃତୀୟ ଦିନରେ ଆଠ ଥର ବର୍ଷା କାରଣରୁ ଖେଳକୁ ବନ୍ଦ ରଖିବାକୁ ପଡ଼ିଥିଲା। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ଵିକେଟ୍ ହରାଇ ୫୧ ରନ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ କରି ମଜବୁତ ସ୍ଥିତିରେ ରହିଛି। ବର୍ଷା ଯୋଗୁଁ ପ୍ରଥମ ଦିନ ମାତ୍ର ୧୩.୨ ଓଭର ଖେଳ ହୋଇ ପାରିଥିବା ବେଳେ ଦ୍ଵିତୀୟ ଦିନ ସଂପୂର୍ଣ୍ଣ ଖେଳ ହୋଇଥିଲା। ମାତ୍ର ତୃତୀୟ ଦିନ ପୁଣି ଥରେ ବର୍ଷା ବଡ଼ ବାଧକ ସାଜିଛି।

ବ୍ରିସବେନରେ ଆଗାମୀ ଦୁଇ ଦିନ ବର୍ଷା  ହେବାର ଆଶଙ୍କା ରହିଛି। ବର୍ଷା କାରଣରୁ ମଝିରେ ମଝିରେ ଖେଳ ବନ୍ଦ ହୋଇପାରେ। ମ୍ୟାଚ୍‌ର ଚତୁର୍ଥ ଦିନ ଅର୍ଥାତ ଆସନ୍ତାକାଲି ବର୍ଷା ହେବାର ଆଶଙ୍କା କିଛିଟା କମ ରହିଛି। ମାତ୍ର ପଞ୍ଚମ ଦିନରେ ବର୍ଷା ବହୁତ ହଇରାଣ କରିପାରେ। ଦୁଇ ଦିନ ମିଶାଇ ଅଧିକରୁ ଅଧିକ ୧୯୬ ଓଭରର ମ୍ୟାଚ୍ ହୋଇପାରେ। କିନ୍ତୁ ବର୍ଷା ଯୋଗୁଁ ଓଭର କମ ହୋଇପାରେ। 

Also read: ବର୍ଡର-ଗାଭାସ୍କର ହାରିଲେବି ଟିମ୍ ଇଣ୍ଡିଆ ଖେଳି ପାରିବ ୱାର୍ଲଡ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ! ଜାଣନ୍ତୁ କେମିତି ?

ମ୍ୟାଚ୍‌ର ବର୍ତ୍ତମାନ ସ୍ଥିତି ଦେଖିଲେ ଅଷ୍ଟ୍ରେଲିଆ ବହୁତ ମଜବୁତ ସ୍ଥିତିରେ ରହିଛି। ଭାରତର ବିଜୟ ଅସମ୍ଭବ ପ୍ରାୟ ଲାଗୁଛି। ଅଷ୍ଟ୍ରେଲିଆକୁ ଜିତିବା ପାଇଁ ଭାରତର ପ୍ରଥମ ଇନିଂସରେ ୬ ଓ ଦ୍ଵିତୀୟ ଇନିଂସରେ ଅଲଆଉଟ୍ କରିବାକୁ ହେବ। ତେଣୁ ଏଠାରେ ଦୁଇଟି ଫଳାଫଳ ଆସିପାରେ। ଗୋଟିଏ ଭାରତର ପରାଜୟ ଏବଂ ଅନ୍ୟଟି ମ୍ୟାଚ୍ ଡ୍ର। ଭାରତ ଅଷ୍ଟ୍ରେଲିଆଠୁ ଏବେ ବି ୩୯୪ ରନ ପଛରେ ରହିଛି। ଭାରତ କୌଣସି ପ୍ରକାରରେ ଫଲୋଅନ ଏଡ଼ାଇବାକୁ ପଡ଼ିବ। ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଭାରତକୁ ଶୀଘ୍ର ଅଲଆଉଟ୍ କରି ଫଲୋଅନ ଦେଇ ପୁନର୍ବାର ବ୍ୟାଟିଂ କରାଇପାରେ।