ବ୍ରେକଫାଷ୍ଟ ନ ଦେବାରୁ ରଡରେ ପିଟିପଟି ମାଆକୁ ମାରିଦେଲା ପୁଅ
ବେଙ୍ଗାଲୁରୁ,୩।୨: କର୍ନାଟକର ବେଙ୍ଗାଲୁରୁରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ବ୍ରେକଫାଷ୍ଟ ବା ସକାଳ ଭୋଜନ ମାଆ ପ୍ରସ୍ତୁତ ନ କରି ଦେବାରୁ ନାବାଳକ ପୁଅ ନିଜ ମାଆଙ୍କୁ ହତ୍ୟା କରିଛି। ପରେ ପୁଅ ପୋଲିସ ଷ୍ଟେଶନ ଯାଇ ନିଜ ଦୋଷ ସ୍ବୀକାର କରିଛନ୍ତି। ସୂଚନାଥାଉ କି, ମୁଲବଗଲ ସହରର ୧୭ବର୍ଷର କିଶୋର ନିଜ ମାଆଙ୍କୁ ଆଇରନ ରଡରେ ପିଟିପିଟି ହତ୍ୟା କରିଛନ୍ତି। ପରେ ପୋଲିସ ପାଖରେ ଯାଇ ଦୋଷ ସ୍ବୀକାର କରିଛନ୍ତି। ପୋଲିସ ପାଖରେ ସେ […] The post ବ୍ରେକଫାଷ୍ଟ ନ ଦେବାରୁ ରଡରେ ପିଟିପଟି ମାଆକୁ ମାରିଦେଲା ପୁଅ appeared first on Dharitri Odia News.
ବେଙ୍ଗାଲୁରୁ,୩।୨: କର୍ନାଟକର ବେଙ୍ଗାଲୁରୁରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ବ୍ରେକଫାଷ୍ଟ ବା ସକାଳ ଭୋଜନ ମାଆ ପ୍ରସ୍ତୁତ ନ କରି ଦେବାରୁ ନାବାଳକ ପୁଅ ନିଜ ମାଆଙ୍କୁ ହତ୍ୟା କରିଛି। ପରେ ପୁଅ ପୋଲିସ ଷ୍ଟେଶନ ଯାଇ ନିଜ ଦୋଷ ସ୍ବୀକାର କରିଛନ୍ତି।
ସୂଚନାଥାଉ କି, ମୁଲବଗଲ ସହରର ୧୭ବର୍ଷର କିଶୋର ନିଜ ମାଆଙ୍କୁ ଆଇରନ ରଡରେ ପିଟିପିଟି ହତ୍ୟା କରିଛନ୍ତି। ପରେ ପୋଲିସ ପାଖରେ ଯାଇ ଦୋଷ ସ୍ବୀକାର କରିଛନ୍ତି। ପୋଲିସ ପାଖରେ ସେ ଦେଇଥିବା ବୟାନନୁସାରେ, ଶୁକ୍ରବାର ସେ କ୍ଲାସ ପାଇଁ ରେଡି ହେଉଥିଲେ। ଏହି ସମୟରେ ସେ ତାଙ୍କ ମାଆଙ୍କୁ ବ୍ରେକଫାଷ୍ଟ ଦେବାକୁ କହିଥିଲେ। ହେଲେ ମାଆ ବ୍ରେକଫାଷ୍ଟ ଦେବାକୁ ମନା କରିବା ସହ ସେ ତାଙ୍କର ପୁଅ ନୁହେଁ ବୋଲି କହିଥିଲେ।
ଏହି କଥା ଶୁଣି ଏହି ନାବାଳକଙ୍କ ମୁଣ୍ଡରେ ସଇତାନ ବୁଦ୍ଧି ସୃଷ୍ଟିି ହୋଇଥିଲା। ସେ ଏକ ଆଇରନ ରଡ ଆଣି ନିଜ ମାଆଙ୍କ ମୁଣ୍ଡକୁ ଲଗାତାର ପ୍ରହାର କରିଥିଲେ। ଯେଉଁଥିରେ ତାଙ୍କ ମାଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
The post ବ୍ରେକଫାଷ୍ଟ ନ ଦେବାରୁ ରଡରେ ପିଟିପଟି ମାଆକୁ ମାରିଦେଲା ପୁଅ appeared first on Dharitri Odia News.