ବ୍ରେକିଂ: ରାଜଧାନୀ ପାର୍କରେ ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱର ପୋଖରୀପୁଟ ମଧୂସୁଦନ ପାର୍କର ଏକ ଗଛରେ ଝୁଲିଛି ମୃତଦେହ। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ଛାନଭିନ ଜାରି ରହିଛି। ପାର୍କକୁ ଲୋକେ ମର୍ଣ୍ଣିଂ ୱାକ ପାଇଁ ଆସିଥିବା ସମୟରେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ପୋଲିସକୁ ଘଟଣାସ୍ଥଳକୁ ଡକାଯାଇଥିଲା। ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।

ବ୍ରେକିଂ: ରାଜଧାନୀ ପାର୍କରେ ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱର ପୋଖରୀପୁଟ ମଧୂସୁଦନ ପାର୍କର ଏକ ଗଛରେ ଝୁଲିଛି ମୃତଦେହ। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ଛାନଭିନ ଜାରି ରହିଛି।

ପାର୍କକୁ ଲୋକେ ମର୍ଣ୍ଣିଂ ୱାକ ପାଇଁ ଆସିଥିବା ସମୟରେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ପୋଲିସକୁ ଘଟଣାସ୍ଥଳକୁ ଡକାଯାଇଥିଲା। ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।