‘ବ୍ରେକ୍ଫାଷ୍ଟ ମିଟିଂ’ ଡାକିଲେ ମୁଖ୍ୟମନ୍ତ୍ରୀ: ପହଞ୍ଚିଲେନି ବିକ୍ରମଦିତ୍ୟ ସିଂ
ଶିମଲା,୨୯।୨: ହିମାଚଳରେ ରାଜନୈତିକ ଝଡ ଧୀରେ ଧୀରେ ଶାନ୍ତ ହେବାକୁ ଲାଗୁଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ତରଫରୁ ଗୁରୁବାର ଶିମଲାରେ ସମସ୍ତ କଂଗ୍ରେସ ବିଧାୟକଙ୍କ ‘ବ୍ରେକ୍ଫାଷ୍ଟ ମିଟିଂ’ ଡକାଯାଇଛି। ଡେପୁଟି ସିଏମ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ସିଏମଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ୧୨ ଜଣ ବିଧାୟକ ଏହି ବୈଠକରେ ପହଞ୍ଚି ନାହାଁନ୍ତି। କଂଗ୍ରେସ ବିଧାୟକ ବିକ୍ରମଦିତ୍ୟ ସିଂ ମଧ୍ୟ ଏହି ବୈଠକରେ ଯୋଗ ଦେଇନାହାଁନ୍ତି, ବର୍ତ୍ତମାନ ସେ ତାଙ୍କ ବାସଭବନରେ […] The post ‘ବ୍ରେକ୍ଫାଷ୍ଟ ମିଟିଂ’ ଡାକିଲେ ମୁଖ୍ୟମନ୍ତ୍ରୀ: ପହଞ୍ଚିଲେନି ବିକ୍ରମଦିତ୍ୟ ସିଂ appeared first on Dharitri Odia News.
ଶିମଲା,୨୯।୨: ହିମାଚଳରେ ରାଜନୈତିକ ଝଡ ଧୀରେ ଧୀରେ ଶାନ୍ତ ହେବାକୁ ଲାଗୁଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ତରଫରୁ ଗୁରୁବାର ଶିମଲାରେ ସମସ୍ତ କଂଗ୍ରେସ ବିଧାୟକଙ୍କ ‘ବ୍ରେକ୍ଫାଷ୍ଟ ମିଟିଂ’ ଡକାଯାଇଛି। ଡେପୁଟି ସିଏମ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ସିଏମଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ୧୨ ଜଣ ବିଧାୟକ ଏହି ବୈଠକରେ ପହଞ୍ଚି ନାହାଁନ୍ତି। କଂଗ୍ରେସ ବିଧାୟକ ବିକ୍ରମଦିତ୍ୟ ସିଂ ମଧ୍ୟ ଏହି ବୈଠକରେ ଯୋଗ ଦେଇନାହାଁନ୍ତି, ବର୍ତ୍ତମାନ ସେ ତାଙ୍କ ବାସଭବନରେ ଅଛନ୍ତି। ତାଙ୍କର ସମର୍ଥ ବିଧାୟକମାନେ ମଧ୍ୟ ବୈଠକରେ ପହଞ୍ଚି ନାହାଁନ୍ତି।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ଦ୍ୱାରା ଡକାଯାଇଥିବା ବୈଠକ ସମ୍ପର୍କରେ ବିଧାୟକ ଆଶିଷ ପଟେଲ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆସନ୍ତୁ ଦେଖିବା କଣ ହେଉଛି।
ସମସ୍ତ ବିଧାୟକଙ୍କୁ ସିଏମ ସୁଖୁ ଡକାଇଛନ୍ତି। କିନ୍ତୁ ବିକ୍ରମଦିତ୍ୟ ସିଂ ବୈଠକକୁ ଯିବା ପରିବର୍ତ୍ତେ ତାଙ୍କ ବାସଭବନରେ ରହିଛନ୍ତି। ଏକତା ଦେଖାଇବାକୁ ତାଙ୍କ ସମର୍ଥକମାନେ ଫୁଲ ସହିତ ତାଙ୍କ ବାସଭବନରେ ପହଞ୍ଚୁଛନ୍ତି। ତାଙ୍କ ସମର୍ଥକମାନେ କହିଛନ୍ତି ଯେ, ବିକ୍ରମଦିତ୍ୟ ସିଂଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଭବିଷ୍ୟତରେ ସେମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି।
The post ‘ବ୍ରେକ୍ଫାଷ୍ଟ ମିଟିଂ’ ଡାକିଲେ ମୁଖ୍ୟମନ୍ତ୍ରୀ: ପହଞ୍ଚିଲେନି ବିକ୍ରମଦିତ୍ୟ ସିଂ appeared first on Dharitri Odia News.