ବ୍ଲକ ଲେବୁଲ ବୃତ୍ତି ପରୀକ୍ଷ୍ୟା ରେ ପ୍ରଥମ ସ୍ଥାନ ହାସଲ କଲେ ଶ୍ରେୟା ପ୍ରଧାନ

ଭବାନୀପାଟଣା, ୨୪/୧୨ (ଜଗନ୍ନାଥ ନାଏକ) : ଗତ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ନିକଟ ଅତୀତରେ ସମ୍ପନ୍ନ ହୋଇଥିବା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରୁପ୍ରାରୋଡ଼ର ଛାତ୍ରୀ ଶ୍ରୀୟା ପଧାନ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି।ତାଙ୍କ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜନ ତ୍ରିପାଠୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ ହେଉଛନ୍ତି ବଲବସପୁର ଗ୍ରାମ ନିବାସୀ ଦୟାସାଗର ପଧାନଙ୍କ […] The post ବ୍ଲକ ଲେବୁଲ ବୃତ୍ତି ପରୀକ୍ଷ୍ୟା ରେ ପ୍ରଥମ ସ୍ଥାନ ହାସଲ କଲେ ଶ୍ରେୟା ପ୍ରଧାନ appeared first on Odisha.News.

ବ୍ଲକ ଲେବୁଲ ବୃତ୍ତି ପରୀକ୍ଷ୍ୟା ରେ ପ୍ରଥମ ସ୍ଥାନ ହାସଲ କଲେ ଶ୍ରେୟା ପ୍ରଧାନ

ଭବାନୀପାଟଣା, ୨୪/୧୨
(ଜଗନ୍ନାଥ ନାଏକ) : ଗତ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ନିକଟ ଅତୀତରେ ସମ୍ପନ୍ନ ହୋଇଥିବା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରୁପ୍ରାରୋଡ଼ର ଛାତ୍ରୀ ଶ୍ରୀୟା ପଧାନ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି।ତାଙ୍କ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜନ ତ୍ରିପାଠୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ ହେଉଛନ୍ତି ବଲବସପୁର ଗ୍ରାମ ନିବାସୀ ଦୟାସାଗର ପଧାନଙ୍କ ଝିଅ।ସବୁଠୁ ବଡ଼ କଥା ହେଲା ଦୀର୍ଘ ୨୪/୨୫ ବର୍ଷ ପରେ ଏଇ ବିଦ୍ୟାଳୟ ର କୌଣସି ଛାତ୍ରୀ ବ୍ଲକ୍ ରେ ପ୍ରଥମ ସ୍ଥାନ ହାସଲ କରିଛି। ବଲବସପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଯାହା ଏବେ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରେ ବଳି ପଡ଼ି ରୁପ୍ରାରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ମିଶି ଯାଇଛି,ତାର ସ୍ବର୍ଣ୍ଣିମ ଇତିହାସ କୁ ସତେ ଯେମିତି ପୁଣିଥରେ ଦୋହରେଇବା ଆରମ୍ଭ କରିଛି।ଶ୍ରୀୟା ଏ ବର୍ଷ ଅନୁଷ୍ଠିତ ହୋଇଥିବା ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗୀତା ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା।ଏହା ବ୍ୟତୀତ ଚିତ୍ର କଳାରେ ମଧ୍ୟ ସେ ଦକ୍ଷ।ଶ୍ରୀୟା ତାର ସଫଳତାର ସମସ୍ତ ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବାପା ମାଆଙ୍କୁ ପ୍ରଦାନ କରିଛନ୍ତି। ଗୁଣାତ୍ମକ ଶିକ୍ଷାକୁ ଅଗ୍ରାଧିକାର ଦେଇ ଶିକ୍ଷାଦାନ ଚାଲି ଥିବାରୁ ଏ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ବିଜୟ ଧାରା ଜାରି ରଖିଥିବା କଥା ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ଶ୍ରୀୟାର ଭବିଷ୍ୟତ ଉଜ୍ଜ୍ୱଳ ହେଉ,ଏହା ହିଁ କାମନା।

The post ବ୍ଲକ ଲେବୁଲ ବୃତ୍ତି ପରୀକ୍ଷ୍ୟା ରେ ପ୍ରଥମ ସ୍ଥାନ ହାସଲ କଲେ ଶ୍ରେୟା ପ୍ରଧାନ appeared first on Odisha.News.