ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧୀ ସେବା ଭବନ ଠାରେ ଶନିବାର ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲାଏଥିରେ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ଅରୁଣ ବର୍ଗେ,ଅବସରପ୍ରାପ୍ତ ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମାଜସେବୀ ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ର ସୁରକ୍ଷା […] The post ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ appeared first on Odisha.News.

ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧୀ ସେବା ଭବନ ଠାରେ ଶନିବାର ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲାଏଥିରେ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ଅରୁଣ ବର୍ଗେ,ଅବସରପ୍ରାପ୍ତ ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମାଜସେବୀ ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ର ସୁରକ୍ଷା ପାଇଁ ସରକାର ଙ୍କ ପଦକ୍ଷେପ କୁ ପ୍ରଶଂସା କରିବା ସହ ଓଡ଼ିଆ ଭାଷାର ସୁରକ୍ଷା ଆମ ସମସ୍ତଙ୍କ ଦିୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ଯୁବ ଗାଳ୍ପିକ ତଥା ସାହିତ୍ୟିକ ପ୍ରଶାନ୍ତ କୁମାର ଦାସ, ସଂଜୀବ କୁମାର ନାଗ,ଭାଗୀରଥି ଷଡ଼ଙ୍ଗୀ ,ନରୋତ୍ତମ ସେଲମା ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିବା ବେଳେ ବ୍ଲକ ସେକସନ ଅଫିସର ସିବାନନ୍ଦ ପାତ୍ର ଓ କିରାଣୀ ପ୍ରଦୀପ ମାଝୀ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ।

The post ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ appeared first on Odisha.News.