ବ୍ଲକିଂ-ଚେକିଂ ଚାଲିଥିଲା, ଭିଡିଓ ସୁଟ୍ ହେବା ଜାଣି ରାଗିଗଲେ ଆଇଆଇସି !
ବାଲିପାଟଣା ୨୩।୦୯ : ପୋଲିସର ଚାଲିଥିଲା ବ୍ଲକି-ଚେକିଂ । ଏହି ସମୟରେ ଭିଡିଓ ସୁଟ୍ କରୁଥିଲେ ସାମ୍ବାଦିକ । ଭିଡିଓ ସୁଟ୍ ଦେଖି ହଠାତ୍ ରାଗିଗଲେ ଆଇଆଇସି । ଏପରିକି ସାମ୍ବାଦିକଙ୍କ ମୋବାଇଲ୍ ନେଇ ଭିଡିଓ ଡିଲିଟ୍ କରିଦେଲେ ବାଲିଅନ୍ତା ଆଇଆଇସି। ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବାଲିଅନ୍ତା ପୋଲିସ ପକ୍ଷରୁ ବାଲିଅନ୍ତା ବଜାରରେ ବ୍ଲକିଂ-ଚେକିଂ ଚାଲିଥିଲା । ସେହି ସମୟରେ ଏକ ଟିଭି ଚ୍ୟାନେଲ୍ର ସାମ୍ବାଦିକ ନିଜ କାର୍ରେ ଘରକୁ ଫେରୁଥିଲେ । ତାଙ୍କ କାର୍ ଚେକିଂ ପରେ ସାମ୍ବାଦିକ ଜଣଙ୍କ ଖବର ପାଇ ନିଜ ମୋବାଇଲ୍ରେ ଭିଡିଓ ସୁଟ୍ କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ଆଇଆଇସି ଏବଂ ଜଣେ ମହିଳା ପୋଲିସ ଅଫିସର ସାମ୍ବାଦିକଙ୍କୁ କାହିଁକି ଭିଡ଼ିଓ ସୁଟ୍ କରୁଛ ବୋଲି ପଚାରି ଥିଲେ । ସାମ୍ବାଦିକ ପରିଚୟ ଦେବା ସହ ନିଜ ପରିଚୟ ପତ୍ର ଦେଖାଇବା ପରେ ମଧ୍ୟ ପୋଲିସ ଅଧିକାରୀ ମୋବାଇଲ୍ ନେଇ ଭିଡ଼ିଓକୁ ଡିଲିଟ୍ କରିଥିଲେ । ବ୍ଲକି ଚେକିଂର ଭିଡିଓ ସୁଟ୍ କଲେ ପୋଲିସର ଅସୁବିଧା କ'ଣ ତାହା ବୁଝାପଡୁନାହିଁ ।
ବାଲିପାଟଣା ୨୩।୦୯ : ପୋଲିସର ଚାଲିଥିଲା ବ୍ଲକି-ଚେକିଂ । ଏହି ସମୟରେ ଭିଡିଓ ସୁଟ୍ କରୁଥିଲେ ସାମ୍ବାଦିକ । ଭିଡିଓ ସୁଟ୍ ଦେଖି ହଠାତ୍ ରାଗିଗଲେ ଆଇଆଇସି । ଏପରିକି ସାମ୍ବାଦିକଙ୍କ ମୋବାଇଲ୍ ନେଇ ଭିଡିଓ ଡିଲିଟ୍ କରିଦେଲେ ବାଲିଅନ୍ତା ଆଇଆଇସି।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବାଲିଅନ୍ତା ପୋଲିସ ପକ୍ଷରୁ ବାଲିଅନ୍ତା ବଜାରରେ ବ୍ଲକିଂ-ଚେକିଂ ଚାଲିଥିଲା । ସେହି ସମୟରେ ଏକ ଟିଭି ଚ୍ୟାନେଲ୍ର ସାମ୍ବାଦିକ ନିଜ କାର୍ରେ ଘରକୁ ଫେରୁଥିଲେ । ତାଙ୍କ କାର୍ ଚେକିଂ ପରେ ସାମ୍ବାଦିକ ଜଣଙ୍କ ଖବର ପାଇ ନିଜ ମୋବାଇଲ୍ରେ ଭିଡିଓ ସୁଟ୍ କରିଥିଲେ ।
ଏହି ସମୟରେ ଉପସ୍ଥିତ ଥିବା ଆଇଆଇସି ଏବଂ ଜଣେ ମହିଳା ପୋଲିସ ଅଫିସର ସାମ୍ବାଦିକଙ୍କୁ କାହିଁକି ଭିଡ଼ିଓ ସୁଟ୍ କରୁଛ ବୋଲି ପଚାରି ଥିଲେ । ସାମ୍ବାଦିକ ପରିଚୟ ଦେବା ସହ ନିଜ ପରିଚୟ ପତ୍ର ଦେଖାଇବା ପରେ ମଧ୍ୟ ପୋଲିସ ଅଧିକାରୀ ମୋବାଇଲ୍ ନେଇ ଭିଡ଼ିଓକୁ ଡିଲିଟ୍ କରିଥିଲେ । ବ୍ଲକି ଚେକିଂର ଭିଡିଓ ସୁଟ୍ କଲେ ପୋଲିସର ଅସୁବିଧା କ'ଣ ତାହା ବୁଝାପଡୁନାହିଁ ।