ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪, “ଓଡ଼ିଶାର ଲୋକକଳା” ଆୟୋଜିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ନୂଆସାହି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବାଲିଗୁଡା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ “ଓଡ଼ିଶାର ଲୋକକଳା” ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ଧୂପ, ଦୀପ ଓ ପୁଷ୍ପ ଅର୍ପଣ ପୂର୍ବକ ଶୁଭ ଉଦଘାଟନ କରିଥିଲେ। ଏହି ଉତ୍ସବରେ ବାଲିଗୁଡା ବ୍ଲକ୍ ର ୧୬ ଗୋଟି […] The post ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪, “ଓଡ଼ିଶାର ଲୋକକଳା” ଆୟୋଜିତ appeared first on Odisha.News.

ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪, “ଓଡ଼ିଶାର ଲୋକକଳା” ଆୟୋଜିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ନୂଆସାହି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବାଲିଗୁଡା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ “ଓଡ଼ିଶାର ଲୋକକଳା” ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ଧୂପ, ଦୀପ ଓ ପୁଷ୍ପ ଅର୍ପଣ ପୂର୍ବକ ଶୁଭ ଉଦଘାଟନ କରିଥିଲେ। ଏହି ଉତ୍ସବରେ ବାଲିଗୁଡା ବ୍ଲକ୍ ର ୧୬ ଗୋଟି କ୍ଲଷ୍ଟର ରୁ ପ୍ରାୟ ୪୦୦ ପ୍ରତିଯୋଗୀ,ଗାଇଡ ଟିଚର, ବିଚାରକ ତଥା କାର୍ଯ୍ୟକ୍ରମ କୁ‌ ପରିଚାଳନା କରୁଥିବା ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ‌ ସଫଳ କରିଥିଲେ।‍‍ ଉଦଘାଟନ ଉତ୍ସବ ପରେ ପରେ ବିଭିନ୍ନ ଶ୍ରେଣୀ କୋଠରୀ ରେ ଅବସର ପ୍ରାପ୍ତ ତଥା ଅଭିଜ୍ଞ ବିଚାରକ ମଣ୍ଡଳୀ ପ୍ରତିଯୋଗୀ ମାନଙ୍କର ପ୍ରତିଯୋଗିତା କୁ‌ ପରିଚାଳନା କରି କୃତି ପ୍ରତିଯୋଗୀଙ୍କୁ ନିର୍ବାଚନ କରିଥିଲେ। ପ୍ରତିଯୋଗିତା ଶେଷରେ ଉଦଯାପନ ଉତ୍ସବରେ ବାଲିଗୁଡା ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ ଯୋଗ ଦେଇ ତାଙ୍କର ଅଭିଭାଷଣ ମାଧ୍ୟମରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ଅବସର ପ୍ରାପ୍ତ ଅଧ୍ୟାପକ ମଧୁସୂଦନ ମହାପାତ୍ର, ଏବିଇଓ ବଳରାମ ବେହେରା, ବଂଶୀଧର ସାହୁ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକାବତୀ ସାହାଣୀ ଯୋଗ ଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ସର୍ବ ଶେଷରେ ଶିଶିରକାନ୍ତ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

The post ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪, “ଓଡ଼ିଶାର ଲୋକକଳା” ଆୟୋଜିତ appeared first on Odisha.News.