ବ୍ଲାକ୍ ହେଡ୍ସ ନେଇ ଚିନ୍ତିତ କି : ଜାଣନ୍ତୁ…
କେତେକ ଲୋକଙ୍କ ନାକ ଏବଂ ଗାଲରେ ଅଧିକ ପରିମାଣରେ ବ୍ଲାକ୍ ହେଡ୍ସ ଦେଖାଯାଇଥାଏ। ବ୍ଲାକ୍ ହେଡ୍ସ ସେତେବେଳେ ହୁଏ ଯେତେବେଳେ ବାହାରର ଧୂଳି,ପ୍ରଦୂଷଣ ଆଦି ନାକର ଚାରିପଟେ ଅପରିଷ୍କାର ଜମା ହୋଇ ରହିଥାଏ। ଯଦି ଆପଣଙ୍କ ମୁହଁରେ ଅଧିକ ପରିମାଣରେ ବ୍ଲାକ୍ ହେଡ୍ସ ହୋଇଯାଇଛି ତେବେ ଲେମ୍ବୁ ଏବଂ ଲୁଣର ବ୍ୟବହାର କରିପାରିବେ। ପ୍ରଥମେ ଲେମ୍ବୁ ରସରେ ଲୁଣ ମିକ୍ସ କରି ଦିଅନ୍ତୁ। ଏହାକୁ ବ୍ଲାକ୍ ହେଡ୍ସ ସ୍ଥାନରେ ଲଗାଇ ତାକୁ ଭଲଭାବେ ଘଷନ୍ତୁ। କିଛି ସମୟ […] The post ବ୍ଲାକ୍ ହେଡ୍ସ ନେଇ ଚିନ୍ତିତ କି : ଜାଣନ୍ତୁ… appeared first on Dharitri Odia News.
କେତେକ ଲୋକଙ୍କ ନାକ ଏବଂ ଗାଲରେ ଅଧିକ ପରିମାଣରେ ବ୍ଲାକ୍ ହେଡ୍ସ ଦେଖାଯାଇଥାଏ। ବ୍ଲାକ୍ ହେଡ୍ସ ସେତେବେଳେ ହୁଏ ଯେତେବେଳେ ବାହାରର ଧୂଳି,ପ୍ରଦୂଷଣ ଆଦି ନାକର ଚାରିପଟେ ଅପରିଷ୍କାର ଜମା ହୋଇ ରହିଥାଏ।
ଯଦି ଆପଣଙ୍କ ମୁହଁରେ ଅଧିକ ପରିମାଣରେ ବ୍ଲାକ୍ ହେଡ୍ସ ହୋଇଯାଇଛି ତେବେ ଲେମ୍ବୁ ଏବଂ ଲୁଣର ବ୍ୟବହାର କରିପାରିବେ। ପ୍ରଥମେ ଲେମ୍ବୁ ରସରେ ଲୁଣ ମିକ୍ସ କରି ଦିଅନ୍ତୁ। ଏହାକୁ ବ୍ଲାକ୍ ହେଡ୍ସ ସ୍ଥାନରେ ଲଗାଇ ତାକୁ ଭଲଭାବେ ଘଷନ୍ତୁ। କିଛି ସମୟ ଛାଡ଼ି ଏହାକୁ ପାଣି ସାହାଯ୍ୟରେ ଧୋଇ ଦିଅନ୍ତୁ। ଲେମ୍ବୁ ଲୁଣ ସାହାଯ୍ୟରେ ପ୍ରତିଦିନ ସଫା କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ନାକ ଉପରେ ଯଦି ଅଧିକ ବ୍ଲାକ୍ ହେଡ୍ସ ହୋଇଯାଇଛି ତେବେ ବେକିଂ ସୋଡ଼ା ଲଗାନ୍ତୁ। ଏଥିପାଇଁ ପାଣିରେ ଅଧା ଚାମଚ ବେକିଂ ସୋଡ଼ା ମିଶାଇ ଯେଉଁଠି ବ୍ଲାକ୍ ହେଡ୍ସ ହୋଇଛି ସେଇଠି ୧୦ମିନିଟ୍ ପର୍ଯ୍ୟନ୍ତ ଲଗାଇ ଛାଡ଼ି ଦିଅନ୍ତୁ। ଏହାକୁ କିଛି ସମୟ ପରେ ପାଣିରେ ଧୋଇ ସଫା କରି ଦିଅନ୍ତୁ।
ଆପଣ ସ୍କିନ୍ରେ ମହୁ ବି ଲଗାଇ ପାରିବେ। ମହୁ ସହିତ ଡାଲ୍ଚିନି ପାଉଡର ମିକ୍ସ କରି ଏହି ପେଷ୍ଟକୁ ଲଗାନ୍ତୁ। ଫଳରେ କିଛି ମାତ୍ରାରେ ବ୍ଲାକ୍ ହେଡ୍ସ ଦୂର ହୋଇଯିବ।
ଆପଣ ଓଟମିଲ୍ର ପେଷ୍ଟ ବନାଇ ବ୍ଲାକ୍ ହେଡ୍ସରେ ଲଗାଇ କିଛି ସମୟ ଲାଗି ଛାଡ଼ି ଦିଅନ୍ତୁ। ଏହା ବ୍ଲାକ୍ ହେଡ୍ସ ଦୂର କରିବାରେ ସାହାଯ୍ୟ କରେ।
ବଜାରରେ ବିଭିନ୍ନ ପ୍ରକାରର ବ୍ଲାକ୍ ହେଡ୍ସ ଦୂର କରିବା ଲାଗି ମାସ୍କ ମିଳୁଛି, ଯାହା ଦ୍ୱାରା ବ୍ଲାକ୍ ହେଡ୍ସ ସହିତ ଡେଡ୍ ସ୍କିନ୍ ,ଏକ୍ସଟ୍ରା ଅଏଲ ମଧ୍ୟ ଦୂର ହୋଇଥାଏ।
The post ବ୍ଲାକ୍ ହେଡ୍ସ ନେଇ ଚିନ୍ତିତ କି : ଜାଣନ୍ତୁ… appeared first on Dharitri Odia News.