ବ୍ଲୁ ସୁପର-ମୁନ୍; ରାତିରେ ଦୃଶ୍ୟମାନ ହେବ ୧୪% ବଡ଼ ଏବଂ ୩୦% ଉଜ୍ଜ୍ବଳ ନୀଳ ଜହ୍ନ

ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମାରେ ଝଲସିବ ନୀଳ ଜହ୍ନ । ଚଳିତ ବର୍ଷର ପ୍ରଥମ ବ୍ଲୁ ସୁପର-ମୁନ୍ ଦୃଶ୍ୟମାନ ହେବ । ଭାରତୀୟ ସମୟ ରାତି ପ୍ରାୟ ୧୧.୫୫ ମିନିଟରେ ବ୍ଲୁ-ମୁନ୍ ଦେଖାଯିବ । ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ବଳ ଦେଖାଯିବ ଚନ୍ଦ୍ର । ୧୪ ପ୍ରତିଶତ ଅଧିକ ବଡ଼ ଏବଂ  ୩୦ ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ ବୋଲି କୁହାଯାଉଛି । ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ହେଲେ ଏହାକୁ ସୁପରମୁନ୍ କୁହାଯାଏ । ଚଳିତବର୍ଷ ଅଗଷ୍ଟ ୧୯ ତାରିଖରେ ଅର୍ଥାତ୍ ଆଜି ବ୍ଲୁ ସୁପର ମୁନ୍ ଆକାଶରେ ଦୃଶ୍ୟମାନ ହେବ । ସେହିପରି   ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ଉଜ୍ଜ୍ବଳ ଏବଂ ଆକାରରେ ବଡ଼ ସୁପରମୁନ୍ ଦେଖାଯିବ । ଚଳିତ ବର୍ଷରେ ପ୍ରଥମ ସୁପର-ମୁନ୍ ଜୁନ ୨୨ରେ ଦେଖାଯାଇଥିଲା, ପରେ ଜୁଲାଇ ୨୧ରେ ଏବଂ ତୃତୀୟ ପୂର୍ଣ୍ଣ ଚନ୍ଦ୍ର ଅଗଷ୍ଟ ୧୯ ତାରିଖର ଅର୍ଥାତ୍ ଆଜି ଦୃଶ୍ୟମାନ ହେବ । କହିବାକୁ ଗଲେ , ଚଳିତ ସିଜିନର ତୃତୀୟ ବ୍ଲୁ ସୁପର ମୁନ୍ । ସେହିପରି ସେପ୍ଟେମ୍ବର ୧୮ରେ ‘ହାର୍ଭେଷ୍ଟ ମୁନ୍’ ଦୃଶ୍ୟମାନ ହେବ । ସେପ୍ଟେମ୍ବର ୨୨ରେ ଇକ୍ବିନକ୍ସ ।   ସୁପର ମୁନ୍ କିପରି ଦେଖିବା ?ଆମେରିକା ମହାକାଶ ଗବେଷଣା ସଂସ୍ଥା ଅନୁଯାୟୀ, ବ୍ଲୁ ସୁପର-ମୁନ୍ ପ୍ରତି ଦୁଇ କିମ୍ବା ତିନି ବର୍ଷରେ ଥରେ ଦେଖାଯାଇଥାଏ । ଅକ୍ଟୋବର ୨୦୨୦, ଅଗଷ୍ଟ ୨୦୨୧ ଏହା ପରେ ନୀଳ ଜହ୍ନ ଆସନ୍ତା ୨୦୨୭ ମେ’ ମାସରେ ଦୃଶ୍ୟମାନ ହେବ ବୋଲି ଆକଳନ କରିଛି ନାସା । ବ୍ଲୁ ସୁପର

ବ୍ଲୁ ସୁପର-ମୁନ୍; ରାତିରେ ଦୃଶ୍ୟମାନ ହେବ ୧୪% ବଡ଼ ଏବଂ ୩୦% ଉଜ୍ଜ୍ବଳ ନୀଳ ଜହ୍ନ

ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମାରେ ଝଲସିବ ନୀଳ ଜହ୍ନ । ଚଳିତ ବର୍ଷର ପ୍ରଥମ ବ୍ଲୁ ସୁପର-ମୁନ୍ ଦୃଶ୍ୟମାନ ହେବ । ଭାରତୀୟ ସମୟ ରାତି ପ୍ରାୟ ୧୧.୫୫ ମିନିଟରେ ବ୍ଲୁ-ମୁନ୍ ଦେଖାଯିବ । ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ବଳ ଦେଖାଯିବ ଚନ୍ଦ୍ର । ୧୪ ପ୍ରତିଶତ ଅଧିକ ବଡ଼ ଏବଂ  ୩୦ ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ ବୋଲି କୁହାଯାଉଛି । 

ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ହେଲେ ଏହାକୁ ସୁପରମୁନ୍ କୁହାଯାଏ । ଚଳିତବର୍ଷ ଅଗଷ୍ଟ ୧୯ ତାରିଖରେ ଅର୍ଥାତ୍ ଆଜି ବ୍ଲୁ ସୁପର ମୁନ୍ ଆକାଶରେ ଦୃଶ୍ୟମାନ ହେବ । ସେହିପରି   ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ଉଜ୍ଜ୍ବଳ ଏବଂ ଆକାରରେ ବଡ଼ ସୁପରମୁନ୍ ଦେଖାଯିବ । ଚଳିତ ବର୍ଷରେ ପ୍ରଥମ ସୁପର-ମୁନ୍ ଜୁନ ୨୨ରେ ଦେଖାଯାଇଥିଲା, ପରେ ଜୁଲାଇ ୨୧ରେ ଏବଂ ତୃତୀୟ ପୂର୍ଣ୍ଣ ଚନ୍ଦ୍ର ଅଗଷ୍ଟ ୧୯ ତାରିଖର ଅର୍ଥାତ୍ ଆଜି ଦୃଶ୍ୟମାନ ହେବ । କହିବାକୁ ଗଲେ , ଚଳିତ ସିଜିନର ତୃତୀୟ ବ୍ଲୁ ସୁପର ମୁନ୍ । ସେହିପରି ସେପ୍ଟେମ୍ବର ୧୮ରେ ‘ହାର୍ଭେଷ୍ଟ ମୁନ୍’ ଦୃଶ୍ୟମାନ ହେବ । ସେପ୍ଟେମ୍ବର ୨୨ରେ ଇକ୍ବିନକ୍ସ ।   

ସୁପର ମୁନ୍ କିପରି ଦେଖିବା ?

ଆମେରିକା ମହାକାଶ ଗବେଷଣା ସଂସ୍ଥା ଅନୁଯାୟୀ, ବ୍ଲୁ ସୁପର-ମୁନ୍ ପ୍ରତି ଦୁଇ କିମ୍ବା ତିନି ବର୍ଷରେ ଥରେ ଦେଖାଯାଇଥାଏ । ଅକ୍ଟୋବର ୨୦୨୦, ଅଗଷ୍ଟ ୨୦୨୧ ଏହା ପରେ ନୀଳ ଜହ୍ନ ଆସନ୍ତା ୨୦୨୭ ମେ’ ମାସରେ ଦୃଶ୍ୟମାନ ହେବ ବୋଲି ଆକଳନ କରିଛି ନାସା । ବ୍ଲୁ ସୁପର-ମୁନ୍ କୁ ନିଜ ଘର ଅଗଣା ଏବଂ ଛାତ ଉପରେ ଦେଖି ପାରିବେ । ଚନ୍ଦ୍ର ବୃହତ ଅଂଶକୁ ଦେଖିବାକୁ ହେଲେ ଟେଲିସ୍କୋପର ସାହାରା ନେବାକୁ ପଡ଼ିବ ।

କ’ଣ ଏହି ବ୍ଲୁ ସୁପର-ମୁନ୍ ?

ଚନ୍ଦ୍ର, ପୃଥିବୀର ୯୦ ପ୍ରତିଶତ ନିକଟତର ହେଲେ ଏହାକୁ ବ୍ଲୁ ସୁପର ମୁନ୍ କୁହାଯାଏ । ଏହାର ଆକାର ୧୨ରୁ ୧୪ ପ୍ରତିଶତ ବୃହତ୍ତର ହୋଇଥାଏ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ଜ୍ବଳ ହୋଇଥାଏ ।  ସାଧାରଣତଃ ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ୪, ୦୬,୩୦୦ କି.ମି ରହିଥାଏ । ମାତ୍ର ସୁପର ମୁନ୍ ବେଳେ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା କମିଯାଇଥାଏ ।  ଉଭୟଙ୍କ ମଧ୍ୟରେ ଦୂରତା ୩,୫୬,୭୦୦କି.ମି ହୋଇଥାଏ। ଫଳରେ ଚନ୍ଦ୍ର ଆମକୁ ୧୨ ପ୍ରତିଶତ ବଡ଼ ଦେଖାଯାଇଥାଏ । ତେଣୁ ଏହାକୁ ବ୍ଲୁ ସୁପର-ମୁନ୍ କୁହାଯାଏ ।