ବ୍ଳକ ସ୍ତରୀୟ ପରବ ରେ ସମ୍ମାନିତ ହେଲେ ଅନେକ ପ୍ରତିଭା
ଲକ୍ଷ୍ମୀପୁର ୨୪/୧୧ …. ପ୍ରଥମ ଥର ସକାଶେ ଲକ୍ଷ୍ମୀପୁର ବ୍ଳକ ରେ ଆୟୋଜିତ ହୋଇଥିବା ପରବ ରେ ବ୍ଳକ ରେ ରହିଥିବା ଅନେକ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଛି।ବ୍ଳକ ର ଶ୍ରେଷ୍ଠ ଅଙ୍ଗନବାଡି ଦିଦି ଭାବେ ଡୁମୁରିପଦର ସେକ୍ଟର ୩ ର ଅଞ୍ଜନା ହିକକା, ଶ୍ରେଷ୍ଠ ଶିକ୍ଷକ ଭାବେ ମାଳି ଗାଁ ସ୍କୁଲ ର ସୁନିତ କୁମାର ଦାଶ, ଶ୍ରେଷ୍ଠ ସରପଞ୍ଚ ଭାବେ ଓଡ଼ିଆ ପେଣ୍ଠ ପଞ୍ଚାୟତ ର ବଂଶୀ ଧର ମାଣ୍ଡିଙ୍ଗା, ଶ୍ରେଷ୍ଠ ପିଇଓ ଭାବେ […] The post ବ୍ଳକ ସ୍ତରୀୟ ପରବ ରେ ସମ୍ମାନିତ ହେଲେ ଅନେକ ପ୍ରତିଭା appeared first on Odisha.News.

ଲକ୍ଷ୍ମୀପୁର ୨୪/୧୧ …. ପ୍ରଥମ ଥର ସକାଶେ ଲକ୍ଷ୍ମୀପୁର ବ୍ଳକ ରେ ଆୟୋଜିତ ହୋଇଥିବା ପରବ ରେ ବ୍ଳକ ରେ ରହିଥିବା ଅନେକ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଛି।ବ୍ଳକ ର ଶ୍ରେଷ୍ଠ ଅଙ୍ଗନବାଡି ଦିଦି ଭାବେ ଡୁମୁରିପଦର ସେକ୍ଟର ୩ ର ଅଞ୍ଜନା ହିକକା, ଶ୍ରେଷ୍ଠ ଶିକ୍ଷକ ଭାବେ ମାଳି ଗାଁ ସ୍କୁଲ ର ସୁନିତ କୁମାର ଦାଶ, ଶ୍ରେଷ୍ଠ ସରପଞ୍ଚ ଭାବେ ଓଡ଼ିଆ ପେଣ୍ଠ ପଞ୍ଚାୟତ ର ବଂଶୀ ଧର ମାଣ୍ଡିଙ୍ଗା, ଶ୍ରେଷ୍ଠ ପିଇଓ ଭାବେ ବୁର୍ଜା ର ଅଭିନାଶ ବିଡ଼ିକା, ଶ୍ରେଷ୍ଠ ସ୍ଵଚ୍ଚ ପଞ୍ଚାୟତ ଭାବେ ଭିତରଗଡ଼, ଗ୍ରାମ ପଞ୍ଚାୟତ ପରବ ପାଳନ ରେ ଶ୍ରେଷ୍ଠ ପଞ୍ଚାୟତ ଭାବେ ଗୌଡ଼ ଗୁଡା,ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଡୁମୁରିପଦର ସ୍କୁଲ, ବ୍ଲକ ର ଆଦର୍ଶ କର୍ମଚାରୀ ଭାବେ ଗୀତାଞ୍ଜଳି ଖୋସଲା ଓ ବ୍ଳକ ର ମାଟ୍ରିକ ଟପ୍ପର ଭାବେ ସାଙ୍ଗନା ଉଚ୍ଚ ବିଦ୍ୟାଳୟ ର ଦେବାଶିଷ ବେହେରା ଙ୍କୁ ପରବ ମଞ୍ଚ ରେ ଅତିଥି ମାନଙ୍କ ଦ୍ୱାରା ବ୍ଳକ ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଥିଲା।ସେହିପରି ଢେମସା, ଆଦିବାସୀ ସଂଗୀତ, ଓଡିଶୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରେ କୃତି ପ୍ରତିଯୋଗି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
The post ବ୍ଳକ ସ୍ତରୀୟ ପରବ ରେ ସମ୍ମାନିତ ହେଲେ ଅନେକ ପ୍ରତିଭା appeared first on Odisha.News.