ବ୍ୟକ୍ତିଙ୍କୁ ଦେଇଥିଲେ ଯୌନ ନିର୍ଯାତନା! ପ୍ରଜ୍ଜ୍ୱଳଙ୍କ ଭାଇ ସୂରଜଙ୍କ ନାଁରେ ମାମଲା

ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସୂରଜ ତାଙ୍କୁ ଜୁନ ୧୬ରେ ଫାର୍ମ ହାଉସ ଡାକି ଯୌନ ନିର୍ଯାତନା ଦେଇଛନ୍ତି।

ବ୍ୟକ୍ତିଙ୍କୁ ଦେଇଥିଲେ ଯୌନ ନିର୍ଯାତନା! ପ୍ରଜ୍ଜ୍ୱଳଙ୍କ ଭାଇ ସୂରଜଙ୍କ ନାଁରେ ମାମଲା

ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଗିରଫ ହୋଇଥିବା ପୂର୍ବତନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସାନା ଭାଇ ସୂରଜଙ୍କ ଅଡ଼ୁଆରେ ବଢ଼ିଛି। ଜେଡିଏସର ବିଧାନ ପରିଷଦ ସଦସ୍ୟ ସୂରଜ ଜଣେ ବ୍ୟକ୍ତିଙ୍କୁ ଫାର୍ମ ହାଉସରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ପୁଲିସ୍‌ ସୂରଜଙ୍କ ନାଁରେ ମାମଲା ରୁଜୁ କରିଛି।

ହାସନ ଜିଲ୍ଲାର ହୋଲେନାରସିପୁରା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସୂରଜ ତାଙ୍କୁ ଜୁନ ୧୬ରେ ଫାର୍ମ ହାଉସ ଡାକି ଯୌନ ନିର୍ଯାତନା ଦେଇଛନ୍ତି।

ଅଭିଯୋଗକାରୀ କହିଛନ୍ତି ଯେ ସୂରଜ ରେଭାନ୍ନା ତାଙ୍କୁ ଫାର୍ମ ହାଉସକୁ ଡାକିଥିଲେ। ଏହାପରେ ବଳପୂର୍ବକ ସେଠାରେ ତାଙ୍କ ଗାଲ ଓ ଓଠକୁ କିସ୍‌ କରିଥିଲେ। ଯଦି ସେ ସହଯୋଗ ନ କରିବେ, ତା’ହେଲେ ତାଙ୍କୁ ମାରିଦେବେ ବୋଲି ସୂରଜ ଧମକ ଦେଇଥିଲେ।

ବ୍ୟକ୍ତି ଜଣଙ୍କ କହିଛନ୍ତି, “ସୂରଜ ମୋତେ ଏକାକୀ ଫାର୍ମ ହାଉସକୁ ଡାକିଥିଲେ। ତୁମେ ମୋ ପରିବାର ଓ ମୋ ବିଷୟରେ କିଛି ଜାଣି ନଥିବା କହିଥିଲେ। ଏଥିସହ ମୋ କଥାରେ ସହଯୋଗ ନ କଲେ, ସେ ମୋତେ ମାରିବାକୁ ଧମକ ମଧ୍ୟ ଦେଇଥିଲେ।

ସେ ମୋତେ ଯୌନ ନିର୍ଯାତନା ଦେବା ସହ ମୋତେ ଜିଲ୍ଲାରେ ରାଜନୀତିକ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ। ଘଟଣାର କିଛି ଦିନ ପରେ ମୁଁ ତାଙ୍କୁ ମେସେଜ କରିଥିଲି। ସୂରଜ ଏହାର ଜବାବରେ ବ୍ୟସ୍ତ ହୁଅନ୍ତି, ସବୁ କିଛି ଠିକ ହୋଇଯିବ ବୋଲି କହିଥିଲେ।”

ଏହାପୂର୍ବରୁ ସୂରଜ ଓ ତାଙ୍କ ସହଯୋଗୀ ଶିବକୁମାର ମଧ୍ୟ ହୋଲେନାରସିପୁରା ପୁଲିସ୍‌ରେ ସେମାନଙ୍କୁ ବ୍ଲାକମେଲ କରାଯାଉଥିବା ନେଇ ଗୋଟିଏ ଏଫଆଇଆର ଦେଇଥିଲେ। ସେମାନଙ୍କୁ ଯୌନ ନିର୍ଯାତନା କେସ୍‌ରେ ଫସାଇ ଦିଆଯିବ ବୋଲି ଅଭିଯୁକ୍ତମାନେ ଧମକ ଦେଉଥିବା ଉଭୟ ଅଭିଯୋଗ କରିଥିଲେ।