ବ୍ୟବସାୟରେ ଅଧିକ ଲାଭର ଯୋଗ ଅଛି, ଚାକିରିରେ ପରିଶ୍ରମର ଫଳ ଅବଶ୍ୟ ପ୍ରାପ୍ତ ହେବ
ମେଷ- ଅଯଥା କଳହରେ ସମୟ ନଷ୍ଟ କରନ୍ତୁ ନାହିଁ । ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି । ଯାନବାହାନ କ୍ରୟ କରିପାରନ୍ତି ।ବୃଷ- ଚାକିରି କ୍ଷେତ୍ରରେ ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ବ୍ୟବସାୟରେ ଧାର ଦିଅନ୍ତୁ ନାହିଁ । ଆର୍ଥିକ ସ୍ଥିତିରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀମାନେ ସଫଳ ହେବେ ।ମିଥୁନ- ମନ ପ୍ରସନ୍ନ ରହିବା ସହିତ ପରିବାରରେ ଖୁସିର ଅବସର ଲାଗି ରହିବ । ସ୍ବାସ୍ଥ୍ୟର ଯଥେଷ୍ଟ ଧ୍ୟାନ ନେବେ । ବ୍ୟବସାୟରେ ଅଧିକ ଲାଭର ଯୋଗ ଅଛି । ଚାକିରିରେ ପରିଶ୍ରମର ଫଳ ଅବଶ୍ୟ ପ୍ରାପ୍ତ ହେବ । ଛାତ୍ର ଛାତ୍ରୀମାନେ ନୂତନ ସ୍ଥାନରେ ପଢ଼ିବା ପାଇଁ ମନୋନିବେଶ କରିବେ।କର୍କଟ- ବ୍ୟବସାୟରେ କିଛି ନୂତନ ନିର୍ଣ୍ଣୟ ନେବେ । ଦାମ୍ପତ୍ତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । ପୈତୃକ ସମ୍ପତ୍ତିରୁ ଧନ ପ୍ରାପ୍ତିର ଯୋଗ ରହିଛି । ଚାକିରିରେ ମନ ଅଶାନ୍ତ ରହିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି କଠିନ ହୋଇପାରେ ।ସିଂହ- ମନ ଅଶାନ୍ତ ରହିବ । ଜୀବନ ସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେବ । ବନ୍ଧୁଙ୍କ ସହଯୋଗ ମିଳିବ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।କନ୍ୟା- ଉନ୍ନତିର ଯୋଗ
ମେଷ- ଅଯଥା କଳହରେ ସମୟ ନଷ୍ଟ କରନ୍ତୁ ନାହିଁ । ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି । ଯାନବାହାନ କ୍ରୟ କରିପାରନ୍ତି ।
ବୃଷ- ଚାକିରି କ୍ଷେତ୍ରରେ ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ବ୍ୟବସାୟରେ ଧାର ଦିଅନ୍ତୁ ନାହିଁ । ଆର୍ଥିକ ସ୍ଥିତିରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀମାନେ ସଫଳ ହେବେ ।
ମିଥୁନ- ମନ ପ୍ରସନ୍ନ ରହିବା ସହିତ ପରିବାରରେ ଖୁସିର ଅବସର ଲାଗି ରହିବ । ସ୍ବାସ୍ଥ୍ୟର ଯଥେଷ୍ଟ ଧ୍ୟାନ ନେବେ । ବ୍ୟବସାୟରେ ଅଧିକ ଲାଭର ଯୋଗ ଅଛି । ଚାକିରିରେ ପରିଶ୍ରମର ଫଳ ଅବଶ୍ୟ ପ୍ରାପ୍ତ ହେବ । ଛାତ୍ର ଛାତ୍ରୀମାନେ ନୂତନ ସ୍ଥାନରେ ପଢ଼ିବା ପାଇଁ ମନୋନିବେଶ କରିବେ।
କର୍କଟ- ବ୍ୟବସାୟରେ କିଛି ନୂତନ ନିର୍ଣ୍ଣୟ ନେବେ । ଦାମ୍ପତ୍ତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । ପୈତୃକ ସମ୍ପତ୍ତିରୁ ଧନ ପ୍ରାପ୍ତିର ଯୋଗ ରହିଛି । ଚାକିରିରେ ମନ ଅଶାନ୍ତ ରହିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି କଠିନ ହୋଇପାରେ ।
ସିଂହ- ମନ ଅଶାନ୍ତ ରହିବ । ଜୀବନ ସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେବ । ବନ୍ଧୁଙ୍କ ସହଯୋଗ ମିଳିବ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।
କନ୍ୟା- ଉନ୍ନତିର ଯୋଗ ରହିଛି। ହେଲେ ମଧ୍ୟ ଦିନଟି ମଧ୍ୟମ ଫଳ ଦେବ। ପରିବାରରେ ପିତାଙ୍କ ଶାରୀରିକ ସମସ୍ୟା ଦେଖା ଦେଇପାରେ । ମନ ସର୍ବଦା ଚଞ୍ଚଳ ରହିବ । ମିଳିବାକୁ ଥିବା ଦ୍ରବ୍ୟର ପ୍ରାପ୍ତି ବିଳମ୍ବରେ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ ।
ତୁଳା- ପରିବାରର ସଂପୂର୍ଣ୍ଣ ସହଯୋଗ ମିଳିବ। ମିତ୍ରଙ୍କ ଦ୍ଵାରା ଲାଭବାନ ହେବେ। ବ୍ୟବସାୟରେ ବୃଦ୍ଧି ହେବ। ଖର୍ଚ୍ଚ ସାମାନ୍ୟ ଅଧିକ ହେବ । ଅଯଥା ବିବାଦରେ ପଡ଼ନ୍ତୁ ନାହିଁ । ପରିବାରର ସ୍ବାସ୍ଥ୍ୟବସ୍ଥାର ଧ୍ୟାନ ରଖନ୍ତୁ। ବିଦ୍ୟାର୍ଥୀ ଲାଭବାନ ହେବେ।
ବିଛା- ପାରିବାରିକ ଜୀବନ ସୁଖମୟ ହେବ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିଶ୍ରମ ସାମାନ୍ୟ ଅଧିକ ହେବ । ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ହଜିଥିବା ଦ୍ରବ୍ୟ ପ୍ରାପ୍ତି ହେବ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ ।
ଧନୁ- କାର୍ଯ୍ୟ କ୍ଷେତ୍ରରେ ନୂତନ କର୍ମ ସଂସ୍ଥାନ ପ୍ରାପ୍ତ ହେବ । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଚାକିରିରେ ପଦୋନ୍ନତି ହୋଇପାରେ । ଗୃହରେ ସାମାନ୍ୟ ବିବାଦ ଉପୁଜିବ। ବ୍ୟବସାୟରେ ପରିଶ୍ରମ ସାମାନ୍ୟ ଅଧିକ ରହିବ। ବିଦ୍ୟାର୍ଥୀମାନେ ଅମାନଯୋଗୀ ହେବେ ।
ମକର- ମନ ପ୍ରଫୁଲ୍ଲ ରହିବ । ବନ୍ଧୁଙ୍କ ସହଯୋଗରେ ନୂତନ ଚାକିରିର ଯୋଗ ରହିଛି । ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିବ । କର୍ମ କ୍ଷେତ୍ରରେ ଉନ୍ନତି ହେବ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟସ୍ତତା ଭିତରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।
କୁମ୍ଭ- କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ । ବ୍ୟବସାୟରେ ସଫଳତା । ପ୍ରଭାବଶାଳୀ ହେବେ । ପ୍ରସିଦ୍ଧି ମିଳିବ । ଚାକିରୀରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ । ପରିଶ୍ରମ ସାମାନ୍ୟ ଅଧିକ ରହିବ ।
ମୀନ- ଆୟରେ ବୃଦ୍ଧି ଘଟିବ। ପରିବାରକୁ ଛାଡ଼ି ବାହାର ସ୍ଥାନକୁ ଯିବାକୁ ପଡ଼ିପାରେ । ଆର୍ଥିକ ଅଭିବୃଦ୍ଧି ହେବ । ଚାକିରିରେ ସହଯୋଗୀଙ୍କ ଠାରୁ ସାହାଯ୍ୟ ମିଳିବ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ