ବ୍ୟବସାୟରେ ମିଳିବ ମଧ୍ୟମ ଫଳ, ଅଟକିଥିବା କାର୍ଯ୍ୟର ସମାପ୍ତି ହେବ
ମେଷ- ଆଶାବାଦୀ ହୋଇ ରହିବେ । ମନ ଉତ୍ସାହିତ ରହିବା ସହ ପରିବାରରେ ନୂତନ କର୍ମ ଆରମ୍ଭ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ଅଟକିଥିବ କାର୍ଯ୍ୟର ସମାପ୍ତି ହେବ । ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ । ବୃଷ- ଶ୍ରୀ ଚନ୍ଦ୍ର ହେତୁ ସମ୍ମାନ ପ୍ରାପ୍ତିର ଯୋଗରହିଛି । ଈଶ୍ୱର ବିଶ୍ୱାସୀ ହେବେ । ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ । ମିଥୁନ- ଦ୍ଵାଦଶ ଚନ୍ଦ୍ର କୃଷ୍ଣ ପକ୍ଷ ହେତୁ କାର୍ଯ୍ୟ ହାନି ହୋଇପାରେ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖାଦେଇପାରେ । ସାବଧାନତାର ସହ କାର୍ଯ୍ୟ କଲେ ସର୍ବମଙ୍ଗଳ ହେବ । ଘରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ । କର୍କଟ- ଏକାଦଶ ଚନ୍ଦ୍ର ରହିଥିବାରୁ ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ଜୟ ଲାଭ କରିବେ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ । ସିଂହ- ଅଧିକ ଆୟର ଯୋଗ ରହିଛି ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି । ଛାତ୍ର ଛାତ୍ର
ମେଷ- ଆଶାବାଦୀ ହୋଇ ରହିବେ । ମନ ଉତ୍ସାହିତ ରହିବା ସହ ପରିବାରରେ ନୂତନ କର୍ମ ଆରମ୍ଭ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ଅଟକିଥିବ କାର୍ଯ୍ୟର ସମାପ୍ତି ହେବ । ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ ।
ବୃଷ- ଶ୍ରୀ ଚନ୍ଦ୍ର ହେତୁ ସମ୍ମାନ ପ୍ରାପ୍ତିର ଯୋଗରହିଛି । ଈଶ୍ୱର ବିଶ୍ୱାସୀ ହେବେ । ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।
ମିଥୁନ- ଦ୍ଵାଦଶ ଚନ୍ଦ୍ର କୃଷ୍ଣ ପକ୍ଷ ହେତୁ କାର୍ଯ୍ୟ ହାନି ହୋଇପାରେ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖାଦେଇପାରେ । ସାବଧାନତାର ସହ କାର୍ଯ୍ୟ କଲେ ସର୍ବମଙ୍ଗଳ ହେବ । ଘରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ ।
କର୍କଟ- ଏକାଦଶ ଚନ୍ଦ୍ର ରହିଥିବାରୁ ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ଜୟ ଲାଭ କରିବେ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।
ସିଂହ- ଅଧିକ ଆୟର ଯୋଗ ରହିଛି ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି ।
କନ୍ୟା- ନବମ ଚନ୍ଦ୍ର ରହିଥିବାରୁ କାର୍ଯ୍ୟ କ୍ଷେତ୍ରରେ ନୀରବ ରୁହନ୍ତୁ । କଳହର ସମ୍ଭାବନା ରହିଛି । ଅତିଥିମାନେ ଘରକୁ ଆସିବେ । ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ । ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବ ନାହିଁ ।
ତୁଳା- ନିରାଶ୍ରୟ ହେବାକୁ ପଡ଼ିପାରେ । ମାନସିକ ଅଶାନ୍ତି ଓ ଶାରୀରିକ ପୀଡ଼ା ଦେଖାଦେଇପାରେ। ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପରିବାରରେ ସୁଖ ସନ୍ତୋଷ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।
ବିଛା- ସପ୍ତମ ଚନ୍ଦ୍ର କାଳ ଭୋଗ ହେତୁ ଦିନଟିରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ। ତଥାପି ଘାତଚନ୍ଦ୍ର ହେତୁ ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ ।
ଧନୁ- ଷଷ୍ଠ ଚନ୍ଦ୍ର ରହିଥିବାରୁ ବନ୍ଧୁମାନଙ୍କ ସହଯୋଗ ମିଳିବ। ଆତ୍ମ ବିଶ୍ୱାସୀ ହେବେ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ । ଧୈର୍ଯ୍ୟବାନ ହେବାକୁ ଚେଷ୍ଟା କରନ୍ତୁ । ଦାମ୍ପତ୍ୟ ଜୀବନରେ କିଛି କୁପ୍ରଭାବ ପଡ଼ିପାରେ । ବିବିଧ ସୁଖ ପ୍ରାପ୍ତିର ଯୋଗ ରହିଛି ।
ମକର- ରାଶିରେ ପଞ୍ଚମ ଚନ୍ଦ୍ର ରହିଥିବାରୁ କୌଣସି କାରଣରୁ ମନ ଦୁଃଖ ରହିବ । ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ । ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ । ବାୟୁ ଜନିତ ସମସ୍ୟା ଦେଖା ଦେବ । ଛାତ୍ର ଛାତ୍ରୀମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।
କୁମ୍ଭ- ଆକସ୍ମିକ କଳହ ଯୋଗୁଁ ବ୍ୟସ୍ତତା ବଢ଼ିବ । ମନରେ ଥିବା ଅହଂ ଭାବକୁ ଦୂରେଇ ରଖନ୍ତୁ। ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । କୌଣସି ଅଜଣା ଲୋକଙ୍କ ସହ କଳହ ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ଜମିଜମାକୁ ନେଇ କିଛି ଅସୁବିଧା ଦେଖାଦେଇପାରେ ।
ମୀନ- ରାଜ ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ । ବ୍ୟୟ ଠାରୁ ଆୟ ଅଧିକ ପରିମାଣରେ ହେବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ଅନୁଭବ କରିବେ । ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ସଞ୍ଜମ ରଖିବେ । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ - 8249826682
The post ବ୍ୟବସାୟରେ ମିଳିବ ମଧ୍ୟମ ଫଳ, ଅଟକିଥିବା କାର୍ଯ୍ୟର ସମାପ୍ତି ହେବ appeared first on Prameya News7.