ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ ଉଦ୍ଧର୍‌ବ ଟଙ୍କାର ସୁନା, ରୂପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ଦୀପକ ଦୋକାନ ବନ୍ଦ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ସେତିକିବେଳେ ୨ଟି ବାଇକ୍‌ରେ ୫ଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିଲେ। ସେମାନଙ୍କୁ ଦେଖି ଭୟରେ ଅନ୍ୟ ଏକ ରାସ୍ତାରେ ଯିବାକୁ ଉଦ୍ୟମ କରୁଥିବା […] The post ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା appeared first on Dharitri Odia News.

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ ଉଦ୍ଧର୍‌ବ ଟଙ୍କାର ସୁନା, ରୂପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ଦୀପକ ଦୋକାନ ବନ୍ଦ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ସେତିକିବେଳେ ୨ଟି ବାଇକ୍‌ରେ ୫ଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିଲେ। ସେମାନଙ୍କୁ ଦେଖି ଭୟରେ ଅନ୍ୟ ଏକ ରାସ୍ତାରେ ଯିବାକୁ ଉଦ୍ୟମ କରୁଥିବା ବେଳେ ସେ ଗାଡ଼ି ସହିତ ପଡ଼ି ଯାଇଥିଲେ।

ଫଳରେ ଦୁର୍ବୁତ୍ତମାନେ ଠେଙ୍ଗାରେ ତାଙ୍କ ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିଲେ। ପରେ ଦୁର୍ବୁତ୍ତମାନେ ତାଙ୍କ ବାଇକ୍‌ ଡିକି ଭାଙ୍ଗି ସୁନା ରୂପା ଭର୍ତ୍ତି ବ୍ୟାଗ ଧରି ଆଖି ପିଛୁଳାକେ ଚମ୍ପଟ୍‌ ମାରିଥିଲେ। ସୋମବାର ସକାଳେ ଦୀପକ ଟାଉନ ଥାନାରେ ପହଞ୍ଚି ଘଟଣା ସଂକ୍ତାନ୍ତରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୨୪୬/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଘର ନିକଟ ତାରିଣୀ ଗେଷ୍ଟ ହାଉସରେ ଲାଗିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ପୋଲିସ ପକ୍ଷରୁ କୁହାଯାଇଛି।

The post ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା appeared first on Dharitri Odia News.