ବ୍ୟାଗ୍‌ ଭିତରୁ ମିଳିଲା ନବଜାତ ଶିଶୁର ମୃତଦେହ, ସିସିଟିଭି ଫୁଟେଜ୍‌ ଅଣ୍ଡାଳୁଛି ପୋଲିସ

ଭୁବନେଶ୍ୱର,୯।୩ (ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଛପଟ ପଡିଆରୁ ଶନିବାର ଏକ ନବଜାତ ଶିଶୁର ମୃତଦେହ ମିଳିଛି । ମୃତ ଶିଶୁ କାହାର ଓ କିଏ ଫିଙ୍ଗିଛି ତାହା ଏଯାବତ ଜଣାପଡିନାହିଁ। ଖବର ପାଇ ପୋଲିସ ମୃତଦେହ ଏକ ବ୍ୟାଗ ଭିତରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଉକ୍ତ ହସ୍ପିଟାଲକୁ ପଠାଇଛି । ରିପୋର୍ଟ ଆସିବା ପରେ ନବଜାତର ମୃତ୍ୟୁ କେମିତି ହେଲା ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ […] The post ବ୍ୟାଗ୍‌ ଭିତରୁ ମିଳିଲା ନବଜାତ ଶିଶୁର ମୃତଦେହ, ସିସିଟିଭି ଫୁଟେଜ୍‌ ଅଣ୍ଡାଳୁଛି ପୋଲିସ appeared first on Dharitri Odia News.

ବ୍ୟାଗ୍‌ ଭିତରୁ ମିଳିଲା ନବଜାତ ଶିଶୁର ମୃତଦେହ, ସିସିଟିଭି ଫୁଟେଜ୍‌ ଅଣ୍ଡାଳୁଛି ପୋଲିସ

ଭୁବନେଶ୍ୱର,୯।୩ (ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଛପଟ ପଡିଆରୁ ଶନିବାର ଏକ ନବଜାତ ଶିଶୁର ମୃତଦେହ ମିଳିଛି । ମୃତ ଶିଶୁ କାହାର ଓ କିଏ ଫିଙ୍ଗିଛି ତାହା ଏଯାବତ ଜଣାପଡିନାହିଁ। ଖବର ପାଇ ପୋଲିସ ମୃତଦେହ ଏକ ବ୍ୟାଗ ଭିତରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଉକ୍ତ ହସ୍ପିଟାଲକୁ ପଠାଇଛି । ରିପୋର୍ଟ ଆସିବା ପରେ ନବଜାତର ମୃତ୍ୟୁ କେମିତି ହେଲା ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ସିସିଟିଭି ଫୁଟେଜ ଆଧାରରେ ପିଲାଟି ପଡିଆକୁ କେମିତି ଆସିଲା ତାହାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

The post ବ୍ୟାଗ୍‌ ଭିତରୁ ମିଳିଲା ନବଜାତ ଶିଶୁର ମୃତଦେହ, ସିସିଟିଭି ଫୁଟେଜ୍‌ ଅଣ୍ଡାଳୁଛି ପୋଲିସ appeared first on Dharitri Odia News.