ବ୍ୟାଙ୍କ ATMରୁ ପଇସା ଉଠାଣର ବଦଳିଗଲା ନିୟମ, ଜାଣନ୍ତୁ ଥରକରେ ଉଠାଇ ପାରିବେ କେତେ?

ନୂଆଦିଲ୍ଲୀ ୭।୧୦: ଏଟିଏମରୁ ନଗଦ ଉଠାଣ ନିମନ୍ତେ ପ୍ରତ୍ୟେକ ବ୍ୟାଙ୍କ ନିଜର ଏକ ନିଶ୍ଟିତ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ସୀମା ଏଟିଏମ କାର୍ଡର ପ୍ରକାର ଓ ବ୍ୟାଙ୍କର ପଲିସି ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ କୌଣସି ବ୍ୟାଙ୍କ ଏଟିଏମରୁ ଗୋଟିଏ ଦିନରେ ସର୍ବାଧିକ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିହେବ, ତେବେ କିଛି ଅନ୍ୟ ବ୍ୟାଙ୍କର ଏହି ସୀମା ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଯଦି ଆପଣଙ୍କୁ ନିର୍ଦ୍ଧାରିତ ସୀମାରୁ ଅଧିକ ନଗଦର ଆବଶ୍ୟକତା ଥାଏ ତେବେ ବ୍ୟାଙ୍କରୁ ୱିଡ୍ର କରିପାରନ୍ତି ନଚେତ ପରଦିନକୁ ଅପେକ୍ଷା କରିପାରନ୍ତି। ଏଟିଏମରୁ ମୋଟା ରକମ ଉଠାଣର ସୀମା କେବଳ ଦୈନିକ ଆଧାରରେ ହୋଇଥାଏ, ଏଣୁ ଏହା ଜାଣିବା ଜରୁରି ଆପଣ ଥରକରେ କେତେ ରାଶି ଉଠାଣ କରିପାରିବେ। ଯଦି ଆପଣଙ୍କର ଏଟିଏମ ସୀମାଠାରୁ ଅଧିକ ନଗଦର ଆବଶ୍ୟକତା ଥାଏ ତେବେ ଆପଣ ସିଧା ବ୍ୟାଙ୍କରୁ ଉଠାଣ କରିପାରିବେ। ବ୍ୟାଙ୍କର ନଗଦ ଉଠାଣର ମଧ୍ୟ କିଛି ନିୟମ ରହିଛି, ଯାହାକୁ ପାଳନ କରିବା ଜରୁରି। ବିଶେଷ କରି ବଡ ଆମାଉଣ୍ଟ ଉଠାଣ ଲାଗି ନିୟମ ଟିକେ କଡ଼ା ହୋଇଥାଏ। ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ଉଠାଣ କରନ୍ତି ଓ ଆପଣ ଗତ ୩ ବର୍ଷରେ ଆୟକର ରିଟର୍ଣ୍ଣ (ଆଇଟିଆର) ଫାଇଲ କରି ନାହାନ୍ତି ତେବେ ଆପଣଙ୍କୁ ଟିଡିଏସ୍ ପୈଠ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଆପଣଙ୍କୁ ୨ ପ୍ରତିଶତ ହାରରେ ଟିଡିଏସ୍ ପୈଠ କରିବାକୁ ପଡିବ। ଯଦି ଆପଣ ୧ କୋଟି

ବ୍ୟାଙ୍କ ATMରୁ ପଇସା ଉଠାଣର ବଦଳିଗଲା ନିୟମ, ଜାଣନ୍ତୁ ଥରକରେ ଉଠାଇ ପାରିବେ କେତେ?

ନୂଆଦିଲ୍ଲୀ ୭।୧୦: ଏଟିଏମରୁ ନଗଦ ଉଠାଣ ନିମନ୍ତେ ପ୍ରତ୍ୟେକ ବ୍ୟାଙ୍କ ନିଜର ଏକ ନିଶ୍ଟିତ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ସୀମା ଏଟିଏମ କାର୍ଡର ପ୍ରକାର ଓ ବ୍ୟାଙ୍କର ପଲିସି ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ କୌଣସି ବ୍ୟାଙ୍କ ଏଟିଏମରୁ ଗୋଟିଏ ଦିନରେ ସର୍ବାଧିକ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିହେବ, ତେବେ କିଛି ଅନ୍ୟ ବ୍ୟାଙ୍କର ଏହି ସୀମା ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଯଦି ଆପଣଙ୍କୁ ନିର୍ଦ୍ଧାରିତ ସୀମାରୁ ଅଧିକ ନଗଦର ଆବଶ୍ୟକତା ଥାଏ ତେବେ ବ୍ୟାଙ୍କରୁ ୱିଡ୍ର କରିପାରନ୍ତି ନଚେତ ପରଦିନକୁ ଅପେକ୍ଷା କରିପାରନ୍ତି। 

ଏଟିଏମରୁ ମୋଟା ରକମ ଉଠାଣର ସୀମା କେବଳ ଦୈନିକ ଆଧାରରେ ହୋଇଥାଏ, ଏଣୁ ଏହା ଜାଣିବା ଜରୁରି ଆପଣ ଥରକରେ କେତେ ରାଶି ଉଠାଣ କରିପାରିବେ। ଯଦି ଆପଣଙ୍କର ଏଟିଏମ ସୀମାଠାରୁ ଅଧିକ ନଗଦର ଆବଶ୍ୟକତା ଥାଏ ତେବେ ଆପଣ ସିଧା ବ୍ୟାଙ୍କରୁ ଉଠାଣ କରିପାରିବେ। ବ୍ୟାଙ୍କର ନଗଦ ଉଠାଣର ମଧ୍ୟ କିଛି ନିୟମ ରହିଛି, ଯାହାକୁ ପାଳନ କରିବା ଜରୁରି। ବିଶେଷ କରି ବଡ ଆମାଉଣ୍ଟ ଉଠାଣ ଲାଗି ନିୟମ ଟିକେ କଡ଼ା ହୋଇଥାଏ। 

ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ଉଠାଣ କରନ୍ତି ଓ ଆପଣ ଗତ ୩ ବର୍ଷରେ ଆୟକର ରିଟର୍ଣ୍ଣ (ଆଇଟିଆର) ଫାଇଲ କରି ନାହାନ୍ତି ତେବେ ଆପଣଙ୍କୁ ଟିଡିଏସ୍ ପୈଠ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଆପଣଙ୍କୁ ୨ ପ୍ରତିଶତ ହାରରେ ଟିଡିଏସ୍ ପୈଠ କରିବାକୁ ପଡିବ। ଯଦି ଆପଣ ୧ କୋଟି ବା ତଦୁର୍ଦ୍ଧ୍ୱ ରାଶି ଥରକେ ଉଠାଣ କରୁଥାନ୍ତି ତେବେ ଆପଣଙ୍କ ଲାଗି ଟିଡିଏସ ହାର ୫ ପ୍ରତିଶତ ପଡିବ। ଅର୍ଥାତ ଆପଣଙ୍କୁ ଏତେବଡ ରାଶି ଉଠାଣ ନିମନ୍ତେ ମୋଟ ରାଶିର ୫ ପ୍ରତିଶତ ଟିଡିଏସ ଆକାରରେ ପୈଠ କରିବାକୁ ହେବ। 

ଏହି ନିୟମ ସେହି ଲୋକଙ୍କ ଉପରେ ଲାଗୁ ହୋଇଥାଏ ଯେଉଁମାନେ ଆଇଟିଆର ଦାଖଲ କରୁ ନାହାନ୍ତି। ଯଦି ଆପଣ ସମୟରେ ଆଇଟିଆର ଦାଖଲ କରୁଛନ୍ତି ଆପଣଙ୍କୁ ନଗଦ ଉଠାଣରେ ଟିଡିଏସ୍ ସମସ୍ୟା ଭୋଗିବାକୁ ପଡିବ ନାହିଁ। ବ୍ୟାଙ୍କରୁ ନଗଦ ଉଠାଣର ସୀମା ମଧ୍ୟ ବ୍ୟାଙ୍କମାନଙ୍କ ନୀତି ଉପରେ ନିର୍ଭର କରେ। କିଛି ବ୍ୟାଙ୍କ ଆପଣଙ୍କୁ ଗୋଟିଏ ଦିନରେ ସର୍ବାଧିକ ୧ଲକ୍ଷ ଟଙ୍କା ନଗଦ ଉଠାଣର ସୁବିଧା ଦେଇ ପାରନ୍ତି ତ ଆଉ କେତେକ ବ୍ୟାଙ୍କର ଏହି ସୀମା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ସୀମା ବ୍ୟାଙ୍କର ବିଭିନ୍ନ ସେବା ଓ ଗ୍ରାହକଙ୍କ ପ୍ରୋଫାଇଲ ହିସାବରେ ଅଲଗା ଅଲଗା  ହୋଇଥାଏ।