ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, କିଛି ଲୋକ ଫସିରହିଥିବା ସୂଚନା
ବାରିପଦା ୨୯।୦୪ : ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ଅଘଟଣ । ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କରେ ଲାଗିଛି ନିଆଁ । ଜୋନାଲ ଅଫିସର ତୃତୀୟ ମହଲାରେ ଲାଗିଛି ଅଗ୍ନିକାଣ୍ଡ । ଯାହାଫଳରେ ବ୍ୟାଙ୍କ ମଧ୍ୟରେ କିଛି ଲୋକ ଫସି ରହିଥିବା ସୂଚନା । ଖବର ଅନୁଯାୟୀ, ସୋମବାର ଦିନ ମଧ୍ୟାହ୍ନ ସମୟରେ ହଠାତ୍ ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ହଠାତ୍ ନିଆଁ ଲାଗିଯାଇଥିଲା । ବିଲ୍ଡିଂର ତୃତୀୟ ମହଲାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ହେଲେ ବ୍ୟାଙ୍କ ମଧ୍ୟରେ କିଛି ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ସେପଟେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି ।
ବାରିପଦା ୨୯।୦୪ : ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ଅଘଟଣ । ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କରେ ଲାଗିଛି ନିଆଁ । ଜୋନାଲ ଅଫିସର ତୃତୀୟ ମହଲାରେ ଲାଗିଛି ଅଗ୍ନିକାଣ୍ଡ । ଯାହାଫଳରେ ବ୍ୟାଙ୍କ ମଧ୍ୟରେ କିଛି ଲୋକ ଫସି ରହିଥିବା ସୂଚନା ।
ଖବର ଅନୁଯାୟୀ, ସୋମବାର ଦିନ ମଧ୍ୟାହ୍ନ ସମୟରେ ହଠାତ୍ ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ହଠାତ୍ ନିଆଁ ଲାଗିଯାଇଥିଲା । ବିଲ୍ଡିଂର ତୃତୀୟ ମହଲାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ହେଲେ ବ୍ୟାଙ୍କ ମଧ୍ୟରେ କିଛି ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ସେପଟେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି ।