ବ୍ୟାଙ୍କ ଲୁଟ୍‌ ଘଟଣା, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଯାଜପୁର ୩୦।୦୩ : ପିଏନ୍‌ବି ବ୍ୟାଙ୍କ ଡକାୟତି ଘଟଣା । ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ସେମାନଙ୍କର ନିକଟରୁ ଦୁଇଟି ବାଇକ, କମ୍ପୁଟର, ପ୍ରିଣ୍ଟର, ସିସି କ୍ୟାମେରା ଜବତ କରିଛି ପୋଲିସ । ଏହି ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବୋଉଳାଙ୍ଗ ଛକ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୨୫ ତାରିଖ ଦିନ ଲୁଟେରାମାନେ ଷ୍ଟ୍ରଙ୍ଗ ରୁମ୍‌ ଭିତରକୁ ପଶିଥିଲେ । କିନ୍ତୁ ବ୍ୟାଙ୍କର ଟ୍ରେଜେରୀ ଲକର ଭାଙ୍ଗିବାରେ ଅସମର୍ଥ ହୋଇଥିଲେ । ଶେଷରେ ସିସିଟିଭି କ୍ୟାମେରା, କମ୍ପ୍ୟୁଟର, ପ୍ରିଣ୍ଟର ନେଇଯାଇଥିଲେ ।  ଯାହାକୁ ନେଇ ବ୍ୟାଙ୍କ ତରଫରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋକୁ ଭିତ୍ତି କରି ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସବୁ ସ୍ଥାନରେ ଚଢାଉ କରିଥିଲା । ଶେଷରେ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇପାରିଛି । ମଙ୍ଗଳପୁର ପୋଲିସ ପକ୍ଷରୁ IIC ଚିନ୍ମୟୀ ସାହୁ ଏବଂ ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ମାହାଙ୍ଗା ଥାନା ଅଞ୍ଚଳର ୩ ଜଣ ଏବଂ ପାଣିକୋଇଲି ଥାନା ଅଞ୍ଚଳର ୨ ଜଣ ବୋଲି ଜଣାପଡିଛି । ଶନିବାର ଦିନ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା । ଏହା ସହ ବ୍ୟାଙ୍କ ଲୁଟ ଉଦ୍ୟମ ଘଟଣାରେ ମାଷ୍ଟରମାଇଣ୍ଡ ଫେର

ବ୍ୟାଙ୍କ ଲୁଟ୍‌ ଘଟଣା, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଯାଜପୁର ୩୦।୦୩ : ପିଏନ୍‌ବି ବ୍ୟାଙ୍କ ଡକାୟତି ଘଟଣା । ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ସେମାନଙ୍କର ନିକଟରୁ ଦୁଇଟି ବାଇକ, କମ୍ପୁଟର, ପ୍ରିଣ୍ଟର, ସିସି କ୍ୟାମେରା ଜବତ କରିଛି ପୋଲିସ । ଏହି ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । 

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବୋଉଳାଙ୍ଗ ଛକ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୨୫ ତାରିଖ ଦିନ ଲୁଟେରାମାନେ ଷ୍ଟ୍ରଙ୍ଗ ରୁମ୍‌ ଭିତରକୁ ପଶିଥିଲେ । କିନ୍ତୁ ବ୍ୟାଙ୍କର ଟ୍ରେଜେରୀ ଲକର ଭାଙ୍ଗିବାରେ ଅସମର୍ଥ ହୋଇଥିଲେ । ଶେଷରେ ସିସିଟିଭି କ୍ୟାମେରା, କମ୍ପ୍ୟୁଟର, ପ୍ରିଣ୍ଟର ନେଇଯାଇଥିଲେ ।  ଯାହାକୁ ନେଇ ବ୍ୟାଙ୍କ ତରଫରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋକୁ ଭିତ୍ତି କରି ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସବୁ ସ୍ଥାନରେ ଚଢାଉ କରିଥିଲା । ଶେଷରେ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇପାରିଛି । ମଙ୍ଗଳପୁର ପୋଲିସ ପକ୍ଷରୁ IIC ଚିନ୍ମୟୀ ସାହୁ ଏବଂ ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ମାହାଙ୍ଗା ଥାନା ଅଞ୍ଚଳର ୩ ଜଣ ଏବଂ ପାଣିକୋଇଲି ଥାନା ଅଞ୍ଚଳର ୨ ଜଣ ବୋଲି ଜଣାପଡିଛି । ଶନିବାର ଦିନ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା । ଏହା ସହ ବ୍ୟାଙ୍କ ଲୁଟ ଉଦ୍ୟମ ଘଟଣାରେ ମାଷ୍ଟରମାଇଣ୍ଡ ଫେରାର ଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।