ବ୍ୟାଙ୍କରେ ନିଆଁ : ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ସନ୍ଦେହ

ଜଗତସିଂହପୁର: ବ୍ୟାଙ୍କରେ ଲାଗିଲା ନିଆଁ। ଆଜି ସକାଳେ ଜଗତସିଂହପୁର ଦୁର୍ଗା ବଜାର ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ହଠାତ୍ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖି କିଛି ସ୍ଥାନୀୟ ଲୋକ ଅଗ୍ନିଶମବାହିନୀଙ୍କୁ ଖବର ଦେଇଥିଲେ। ପରେ ପୁଲିସ୍ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। କିନ୍ତୁ ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।