ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୨୦ ମୃତ
ଏକ ଲିଥିୟମ୍ ବ୍ୟାଟେରୀ ପ୍ରସ୍ତୁତ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି।
ବ୍ୟାଟେରୀ ଉତ୍ପାଦନ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସ ଏକାଧିକ ଲୋକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଦକ୍ଷିଣ କୋରିଆ ରାଜଧାନୀ ସିଓଲ ଅଞ୍ଚଳରେ ଥିବା ଏକ ଲିଥିୟମ୍ ବ୍ୟାଟେରୀ ପ୍ରସ୍ତୁତ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସକାଳ ପ୍ରାୟ ୧୦.୩୦ (ସ୍ଥାନୀୟ ସମୟ)ରେ ଫ୍ୟାକ୍ଟ୍ରି ଭିତରୁ ଧୂଆଁ ବାହାରୁଥିବା ଦେଖି ଲୋକେ ସ୍ଥାନୀୟ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। Yonhap ନ୍ୟୁଜ୍ ଏଜେନ୍ସି ରିପୋର୍ଟ କହିଛି ଯେ, ଗୋଦାମ ଭିତରୁ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
କିନ୍ତୁ ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଥିବା ଜଣେ ସ୍ଥାନୀୟ ଅଗ୍ନିଶମବାହିନୀ କର୍ମଚାରୀ କହିଛନ୍ତି।