ବ୍ୟାନ ହୋଇପାରେ ହ୍ୱାଟ୍ସଆପ୍ ଓ ୟୁଟ୍ୟୁବ୍!, ଋଷ ଟେଲିକମ କମ୍ପାନୀ କହିଲା କମିଲାଣି ପିକଚର କ୍ୱାଲିଟି
ମସ୍କୋ: ଋଷରେ ବନ୍ଦ ହୋଇପାରେ ୟୁଟ୍ୟୁବ ଓ ହ୍ୱାଟ୍ସଆପ୍। ସେପ୍ଟେମ୍ବର ସୁଦ୍ଧା ଋଷ ସରକାର ୟୁଟ୍ୟୁବ ବନ୍ଦ କରିବାକୁ ଯୋଜନା କରିଛନ୍ତି। ଦେଶର କିଛି ଅଞ୍ଚଳରେ ୟୁଟ୍ୟୁବ ଧୀରେ ଧୀରେ ମନ୍ଥର ମଧ୍ୟ ହେଲାଣି। ଋଷର ବଡ଼ ଟେଲିକମ କମ୍ପାନୀ ଏନେଇ ସୂଚନା ଦେଇଛି।ବର୍ତ୍ତମାନ ୟୁକ୍ରେନ ସହ ଯୁଦ୍ଧ ଲାଗି ରହିଥିବା ବେଳେ ଯୁଦ୍ଧର ସଠିକ୍ ଖବର ଜାଣିବା ପାଇଁ ଋଷର ଲକ୍ଷ ଲକ୍ଷ ଲୋକ ୟୁଟ୍ୟୁବ୍ ଉପରେ ନିର୍ଭର କରୁଛନ୍ତି। ସ୍ୱାଧୀନ ସାମ୍ବାଦିକଙ୍କ ରିପୋର୍ଟ ଦେଖି ପ୍ରକୃତ ଘଟଣା ବିଷୟରେ ଜାଣୁଛନ୍ତି। ଆଉ ଋଷ ସରକାର ଏହାକୁ ମଧ୍ୟ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ୟୁକ୍ରେନ୍ ଉପରେ ଆକ୍ରଣ କରିବାର ତୁରନ୍ତ ପରେ ଋଷ ସରକାର ୟୁଟ୍ୟୁବ ଉପରେ ପ୍ରତିବନ୍ଧକ ଲଗାଇବା ଉଦ୍ୟମ କରିଥିଲେ। ବାକ୍ ସ୍ୱାଧିନତା ଓ ସରକାରୀ ବିରୋଧୀ ସମସ୍ତ ସ୍ୱରକୁ ଦବାଇ ଦେବାକୁ ଚେଷ୍ଟା କରାଯାଇଥିଲା। ମିଲିଟାରି ସେନ୍ସରସ୍ପି ମଧ୍ୟ ଲଗାଇ ଯାଇଥିଲା। ଏଭଳି ପରିସ୍ଥିତିରେ ୟୁଟ୍ୟୁବ ଓ ପଶ୍ଚିମ ଦେଶର ସୋସିଆଲ୍ ମିଡିଆଗୁଡ଼ିକରେ ସରକାରୀ ବିରୋଧୀ ମତ ପ୍ରକାଶ ପାଉଥିଲା। ଯାହା ପୁଟିନଙ୍କ ଶାସନ ପାଇଁ ବଡ଼ ବିପଦ ସୃଷ୍ଟି କରୁଥିଲା। ତେଣୁ ଋଷ ଫେସ୍ବୁକ ଓ ଟ୍ୱିଟର ଭଳି ଆମେରିକୀୟ ସୋସିଆଲ୍ ମିଡିଆକୁ ପୂର୍ବରୁ ବ୍ଲକ୍ କରି ସାରିଛି। ଯଦିଓ ୟୁଟ୍ୟୁବ୍କୁ ସମ୍ପୂର୍ଣ୍ଣ ବ୍ୟାନ୍ କରି ନାହିଁ ତେବେ ଏହାକୁ ମନ୍ଥର କରିବାରେ ଲାଗିଛି। ଋଷର ବଡ଼ ଟେଲିକମ ସର୍ଭିସ ପ୍ରଦାନକାରୀ କମ୍ପାନୀ ରୋ
ମସ୍କୋ: ଋଷରେ ବନ୍ଦ ହୋଇପାରେ ୟୁଟ୍ୟୁବ ଓ ହ୍ୱାଟ୍ସଆପ୍। ସେପ୍ଟେମ୍ବର ସୁଦ୍ଧା ଋଷ ସରକାର ୟୁଟ୍ୟୁବ ବନ୍ଦ କରିବାକୁ ଯୋଜନା କରିଛନ୍ତି। ଦେଶର କିଛି ଅଞ୍ଚଳରେ ୟୁଟ୍ୟୁବ ଧୀରେ ଧୀରେ ମନ୍ଥର ମଧ୍ୟ ହେଲାଣି। ଋଷର ବଡ଼ ଟେଲିକମ କମ୍ପାନୀ ଏନେଇ ସୂଚନା ଦେଇଛି।
ବର୍ତ୍ତମାନ ୟୁକ୍ରେନ ସହ ଯୁଦ୍ଧ ଲାଗି ରହିଥିବା ବେଳେ ଯୁଦ୍ଧର ସଠିକ୍ ଖବର ଜାଣିବା ପାଇଁ ଋଷର ଲକ୍ଷ ଲକ୍ଷ ଲୋକ ୟୁଟ୍ୟୁବ୍ ଉପରେ ନିର୍ଭର କରୁଛନ୍ତି। ସ୍ୱାଧୀନ ସାମ୍ବାଦିକଙ୍କ ରିପୋର୍ଟ ଦେଖି ପ୍ରକୃତ ଘଟଣା ବିଷୟରେ ଜାଣୁଛନ୍ତି। ଆଉ ଋଷ ସରକାର ଏହାକୁ ମଧ୍ୟ ବନ୍ଦ କରିବାକୁ ଯୋଜନା କରୁଛନ୍ତି।
ୟୁକ୍ରେନ୍ ଉପରେ ଆକ୍ରଣ କରିବାର ତୁରନ୍ତ ପରେ ଋଷ ସରକାର ୟୁଟ୍ୟୁବ ଉପରେ ପ୍ରତିବନ୍ଧକ ଲଗାଇବା ଉଦ୍ୟମ କରିଥିଲେ। ବାକ୍ ସ୍ୱାଧିନତା ଓ ସରକାରୀ ବିରୋଧୀ ସମସ୍ତ ସ୍ୱରକୁ ଦବାଇ ଦେବାକୁ ଚେଷ୍ଟା କରାଯାଇଥିଲା। ମିଲିଟାରି ସେନ୍ସରସ୍ପି ମଧ୍ୟ ଲଗାଇ ଯାଇଥିଲା। ଏଭଳି ପରିସ୍ଥିତିରେ ୟୁଟ୍ୟୁବ ଓ ପଶ୍ଚିମ ଦେଶର ସୋସିଆଲ୍ ମିଡିଆଗୁଡ଼ିକରେ ସରକାରୀ ବିରୋଧୀ ମତ ପ୍ରକାଶ ପାଉଥିଲା। ଯାହା ପୁଟିନଙ୍କ ଶାସନ ପାଇଁ ବଡ଼ ବିପଦ ସୃଷ୍ଟି କରୁଥିଲା। ତେଣୁ ଋଷ ଫେସ୍ବୁକ ଓ ଟ୍ୱିଟର ଭଳି ଆମେରିକୀୟ ସୋସିଆଲ୍ ମିଡିଆକୁ ପୂର୍ବରୁ ବ୍ଲକ୍ କରି ସାରିଛି। ଯଦିଓ ୟୁଟ୍ୟୁବ୍କୁ ସମ୍ପୂର୍ଣ୍ଣ ବ୍ୟାନ୍ କରି ନାହିଁ ତେବେ ଏହାକୁ ମନ୍ଥର କରିବାରେ ଲାଗିଛି।
ଋଷର ବଡ଼ ଟେଲିକମ ସର୍ଭିସ ପ୍ରଦାନକାରୀ କମ୍ପାନୀ ରୋଷଟେଲିକମ ୟୁଟ୍ୟୁବର ମାନ ଖରାପ ହେବାର ସୂଚନା ଦେଇଛି। ଡାଉନ୍ଲୋଡ୍ ସ୍ଲୋ ଓ ଖରାପ ପିକ୍ଚର କ୍ୱାଲିଟି ଦେଖାଯାଉଛି ବୋଲି କମ୍ପାନୀ କହିଛି। ସେହିପରି ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ର ବି ଅବସ୍ଥା ଶୋଚନୀୟ ରହିଛି। ଏହାକୁ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି ବୋଲି ଋଷ ସରକାର କହିଛନ୍ତି।
ତେବେ କାହିଁକି ବ୍ୟାନ ଲଗାଇଲେ ସରକାର?
ଋଷ ସରକାରଙ୍କ ଅନୁସାରେ ସୋସିଆଲ୍ ମିଡିଆରେ ଋଷ ବିରୋଧୀ ହ୍ୱାୱା ତେଜୁଛି। ପଶ୍ଚିମ ଦେଶମାନେ ସୋସିଆଲ ମିଡିଆ ମାଧ୍ୟମରେ ଋଷବାସୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଦେଶରେ ପଶ୍ଚିମପ୍ରଭାବ ବିସ୍ତାରକୁ ରୋକିବାକୁ ସୋସିଆଲ୍ ମିଡିଆ ବ୍ୟାନ୍ କରାଯାଇଛି। ତେବେ କିଛି ମାସ ପୂର୍ବରୁ ସରକାର ସମର୍ଥିତ ୨୦୦ ୟୁଟ୍ୟୁବ ଚ୍ୟାନେଲ୍କୁ ରିଷ୍ଟୋର କରିବାକୁ ପୁଟିନ ସରକାର ଗୁଗୁଲକୁ ଚିଠି ଲେଖିଥିଲେ। ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଏହି ଚ୍ୟାନେଲ୍ଗୁଡ଼ିକୁ ବ୍ଲକ୍ କରାଯାଇଥିଲା। ରିପୋର୍ଟ ଅନୁସାରେ ଋଷରେ ପ୍ରତିବର୍ଷ ୯୦ ମିଲିଅନ ୟୁଜର ୟୁଟ୍ୟୁବ୍ରେ ଯୋଡ଼ି ହୁଅନ୍ତି। ଯଦି ଋଷରେ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ବନ୍ଦ ହୋଇଗଲା ତେବେ ଏହି ଦୁଇ ଆମେରିକୀୟ କମ୍ପାନୀ ପାଇଁ ଏହା ବଡ଼ ଝଟ୍କା ହେବ।