ବ୍ୟାନ୍‌ ପରେ ବି ଭାରତକୁ ପଶୁଛି ଚାଇନିଜ ରସୁଣ, ୧୪ଶହ କୁଇଣ୍ଟାଲ ଜବତ

ଏହି ରସୁଣ ପ୍ରାକୃତିକ ଉପାୟରେ ନୁହେଁ ବରଂ କୁତ୍ରିମ ଉପାୟରେ ଅମଳ କରାଯାଇଥାଏ। ତେଣୁ ଶରୀର ପାଇଁ ଏହା ଖୁବ୍‌ କ୍ଷତିକାରକ ।

ବ୍ୟାନ୍‌ ପରେ ବି ଭାରତକୁ ପଶୁଛି ଚାଇନିଜ ରସୁଣ, ୧୪ଶହ କୁଇଣ୍ଟାଲ ଜବତ

ଭାରତକୁ ପଶୁଛି ଶହ ଶହ ଟନ୍‌ ଚାଇନିଜ ରସୁଣ। ସ୍ୱାସ୍ଥ୍ୟ ଉପରେ ଏହାର ସାଂଘାତିକ କୁପ୍ରଭାବ ପଡ଼ୁଥିବାରୁ ଭାରତ ସରକାର ଏହାକୁ ବ୍ୟାନ୍‌ କରିଛନ୍ତି। ମାତ୍ର ନେପାଳ ଦେଇ ଏହାର ଚୋରା ଚାଲାଣ କରାଯାଇ ଭାରତ ବଜାରକୁ ଛଡ଼ା ଯାଉଛି। ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରୁ ୧୪ଶହ କୁଇଣ୍ଟାଲ ଚାଇନିଜ ରସୁଣ ଜବତ ହେବା ପରେ ଏହି ପୂରା ଘଟଣା ଉପରୁ ପରଦା ହଟିଛି।

ଏହି ରସୁଣ ପ୍ରାକୃତିକ ଉପାୟରେ ନୁହେଁ ବରଂ କୁତ୍ରିମ ଉପାୟରେ ଅମଳ କରାଯାଇଥାଏ। ତେଣୁ ଶରୀର ପାଇଁ ଏହା ଖୁବ୍‌ କ୍ଷତିକାରକ । ଏଥିରେ ସାଂଘାତିକ ଫଙ୍ଗସ୍‌ ରହୁଥିବାରୁ ଭାରତରେ ଲ୍ୟାବ୍ ଟେଷ୍ଟରେ ଏହା ଫେଲ୍‌ ହୋଇଛି।  ତେଣୁ ଆମ ଦେଶରେ ଏହାକୁ ବ୍ୟାନ୍‌ କରାଯାଇଛି। ମାତ୍ର ଏହାପରେ ବି ନେପାଳ ସୀମା ଦେଇ ଏହାକୁ ଭାରତ ବଜାରକୁ ଛଡ଼ା ଯାଉଛି।

ମହାରାଜଗଞ୍ଜ ଅଞ୍ଚଳରେ ଚାଇନିଜ୍‌ ରସୁଣ ବିପୁଳ ପରିମାଣଣର ପହଞ୍ଚିଥିବା ସୂଚନା ପାଇ ତୁରନ୍ତ କଷ୍ଟମ ବିଭାଗ ଅଧିକାରୀ ତାହାକୁ ଜବତ କରିଥିଲେ। ଏହାପରେ ତାହାକୁ ନଷ୍ଟ କରିବାକୁ ଯାଇ ମାଟି ଖୋଳି ପୋତି ଦେଇଥିଲେ।

garlicଲୋକେ ମାଟି ଖୋଳି ଚାଇନିଜ ରସୁଣ ବୋହି ନେଉଛନ୍ତି।

ମାତ୍ର ଏନେଇ ସୂଚନା ପାଇ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ପହଞ୍ଚି ମାଟି ତାଡ଼ି ରସୁଣ ବୋହିନେଲେ। ଏନେଇ ପଚରାଯିବାରୁ ଏହାକୁ ସେମାନେ ଖାଇବାରେ ନୁହେଁ କିନ୍ତୁ ନିଜ ଜମିରେ ଖତ ଭାବ ବ୍ୟବହାର କରିବେ ବୋଲି କହିଥିଲେ। ଆଉ କିଛି ଜଣ କହିଥିଲେ, ଏବେ ବଜାରରେ ରସୁଣର ଚଢ଼ା ଦର ଥିବାରୁ ଏହା ସେମାନଙ୍କର କିଛି ଦିନର ଆବଶ୍ୟକତା ମେଣ୍ଟାଇଦେବ ।

ଏହି ରସୁଣ ଶରୀର ଉପରେ ଗଭୀର କୁପ୍ରଭାବ ପକାଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଥିବା ସତ୍ତ୍ୱେ ଏହାକୁ କାହିଁକି ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଗଲାନି ବୋଲି ପ୍ରଶ୍ନ ଉଠିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ଝାଡ଼ିଛନ୍ତି।