ବଡ଼ କଷ୍ଟରେ ବିତୁଛି ଅସହାୟ ସୁରେନ୍ଦ୍ରଙ୍କ ଜୀବନ, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଦିନ ଥିଲା ସେ ଠିକରେ ଚାଲିବୁଲି ପାରୁଥିଲେ । ନିଜ କାମ କରିପାରୁଥିଲେ । କାମ କରି ନିଜ ପରିବାରର ପେଟ ପୋଷୁଥିଲେ । ବେଶ ହସ ଖୁସିରେ ଚାଲିଥିଲା ସୁନାର ସଂସାର । ହେଲେ ହଠାତ୍ ସବୁ କିଛି ଓଲଟ ପାଲଟ କରିଦେଲା ଅଜଣା ରୋଗ । ପୁରା ପରିବାରର ବୋଝ ମୁଣ୍ଡାଉଥିବା ଘରର ମୁଖିଆ ଏବେ ପରିବାର ପାଇଁ ବୋଝ ପାଲଟିଗଲେ । ବିଧିର ବିଧାନ ବୋଧହୁଏ କିଛି ଅଲଗା ଥିଲା ସେଥିପାଇଁ ଆଜି […] The post ବଡ଼ କଷ୍ଟରେ ବିତୁଛି ଅସହାୟ ସୁରେନ୍ଦ୍ରଙ୍କ ଜୀବନ, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା appeared first on KNews Odisha.

ବଡ଼ କଷ୍ଟରେ ବିତୁଛି ଅସହାୟ ସୁରେନ୍ଦ୍ରଙ୍କ ଜୀବନ, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଦିନ ଥିଲା ସେ ଠିକରେ ଚାଲିବୁଲି ପାରୁଥିଲେ । ନିଜ କାମ କରିପାରୁଥିଲେ । କାମ କରି ନିଜ ପରିବାରର ପେଟ ପୋଷୁଥିଲେ । ବେଶ ହସ ଖୁସିରେ ଚାଲିଥିଲା ସୁନାର ସଂସାର । ହେଲେ ହଠାତ୍ ସବୁ କିଛି ଓଲଟ ପାଲଟ କରିଦେଲା ଅଜଣା ରୋଗ । ପୁରା ପରିବାରର ବୋଝ ମୁଣ୍ଡାଉଥିବା ଘରର ମୁଖିଆ ଏବେ ପରିବାର ପାଇଁ ବୋଝ ପାଲଟିଗଲେ । ବିଧିର ବିଧାନ ବୋଧହୁଏ କିଛି ଅଲଗା ଥିଲା ସେଥିପାଇଁ ଆଜି ସେ ନିଜେ ହିଁ ନିଜ ପରିବାରର ବୋଝ ପାଲଟି ଯାଇଛନ୍ତି । ଏବେ ସେ ଅଜଣା ରୋଗରେ ପୀଡ଼ିତ ।

ଫଳରେ ସେ କିଛି ବି କାମ କରି ପାରୁ ନାହାନ୍ତି । ସବୁ କାମ ପାଇଁ କାହା ଉପରେ ନିର୍ଭର କରିବାକୁ ପଡୁଛି । ପାଖରେ ସମ୍ବଳ ନାହିଁ ତେଣୁ ଏବେ ଖାଲି ଭାଗ୍ୟକୁ ଆଦରି କଷ୍ଟରେ ଘରେ ପଡିଛନ୍ତି । ଅଭାବୀ ପରିବାର ଚଳିବା ଭାରି ମୁସକିଲ । ନିଜ ପାରୁ ପର୍ଯ୍ୟନ୍ତ ଚିକିତ୍ସା କରାଇଲେ ପରିବାର ଲୋକ । କିନ୍ତୁ ଏବେ ପାଖରେ ପଇସା ନଥିବାରୁ ବେସାହାରା ହୋଇ ବଡକଷ୍ଟରେ ବିତୁଛି ଅସହାୟ ସୁରେନ୍ଦ୍ରଙ୍କ ଜୀବନ । ଯାହା କିଛି ଥିଲା ସବୁ ବିକ୍ରି କରି ସୁରେନ୍ଦ୍ରଙ୍କ ଚିକିତ୍ସା କରାଇଲେ ପରିବାର ଲୋକେ ।

ହେଲେ ଏବେ ଆଉ ଚଳିବା ପାଇଁ ବି ସମ୍ବଳ ନାହଁ ଯେଉଁଥିପାଇଁ ସୁରେନ୍ଦ୍ର ଅପେକ୍ଷା କରିଛନ୍ତି ସରକାରୀ ସାହାଯ୍ୟକୁ । ସୋନପୁର ଟିକିରି ପଡାରେ ରହୁଥିବା ଏହି ଅସହାୟ ବ୍ୟକ୍ତି ଏବଂ ତାଙ୍କ ପରିବାର ଏବେ ଅତି ଦୟନୀୟ ଭାବେ ଚଳୁଥିବା ବେଳେ ସୋନପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଓଡିଶାର ରାଜସ୍ଵ ମନ୍ତ୍ରୀ ଆସିବା ଶୁଣି ନିଜର ତିନି ଚକିଆ ସାଇକେଲରେ ଧାଇଁ ଆସିଲେ ତାଙ୍କୁ ଭେଟିବାପାଇଁ । ଆଉ ଜୀବନ ବିତାଇବା ପାଇଁ ମନ୍ତ୍ରୀଙ୍କୁ ମାଗିଥିଲେ ସାହାଯ୍ୟ ସହଯୋଗ ।

ତେବେ ରାଜସ୍ଵ ମନ୍ତ୍ରୀ ସୁରେସ ପୂଜାରୀ ମଧ୍ୟ ଅସହାୟ ସୁରେନ୍ଦ୍ରଙ୍କୁ ଭେଟି ତାଙ୍କ ଗୁହାରି ଶୁଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କିଛି ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବିଷୟରେ ସବୁ ପଚାରି ବୁଝିବାସହ ଖୁବ ଶୀଘ୍ର ସହାୟତା ଦିଆଯିବ ବୋଲି କହିଥିଲେ । ଯଦି ପ୍ରଶାସନ ଅସହାୟ ସୁରେନ୍ଦ୍ରଙ୍କୁ କିଛି ସହାୟତା କରନ୍ତି ତେବେ ଏ ଗରିବର ଦୁଃଖ ଯାଆନ୍ତା । ଏବେ ଦେଖିବାକୁ ବାକିରହିଲା ପ୍ରଶାସନ କେବେ ସୁରେନ୍ଦ୍ରଙ୍କ ନିକଟରେ ପହଞ୍ଚିବ ।

Also read: ପକ୍ଷାଘାତ କରିଦେଲା ବାବୁଲାଲଙ୍କୁ ଅସହାୟ, ଏବେ ସରକାରୀ ସହାୟତାକୁ ଅପେକ୍ଷା

The post ବଡ଼ କଷ୍ଟରେ ବିତୁଛି ଅସହାୟ ସୁରେନ୍ଦ୍ରଙ୍କ ଜୀବନ, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା appeared first on KNews Odisha.