ବଡ଼ ପରଦାରେ ଭାରତୀୟ ବାୟୁସେନାର ଦୁଃସାହସିକ ମିଶନ ‘ଅପରେସନ ଭାଲେଣ୍ଟାଇନ୍’
ତେଲୁଗୁ ଷ୍ଟାର୍ ବରୁଣ ତେଜ୍ ଓ ୨୦୧୭ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲରଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।
ବଡ଼ ପରଦାରେ ଦେଖିବାକୁ ମିଳିବ ଭାରତୀୟ ବାୟୁସେନାର ଦୁଃସାହସିକ ତଥା ଐତିହାସିକ ମିଶନ । ଫେବୃଆରୀ ୧୬ରେ ରିଲିଜ ହେଉଛି ଫିଲ୍ମ ଅପରେସନ ଭାଲେଣ୍ଟାଇନ୍ । ତେଲୁଗୁ ଷ୍ଟାର୍ ବରୁଣ ତେଜ୍ ଓ ୨୦୧୭ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲରଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।
ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଟ୍ରେଲରରେ ଘୋଷଣା କରାଯାଇଥିବା ବେଳେ, ଅନୁମାନ କରାଯାଉଛି ଯେ, ଏହା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଉପରେ ଆଧାରିତ ହୋଇଛି। ୨୦୧୯ ପୁଲୱାମା ଆତଙ୍କୀ ହମଲାର ବଦଲା ନେବା ପାଇଁ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ଏଲଓସି ଡେଇଁ ପାକିସ୍ତାନର ବାଲାକୋଟରେ ଆତଙ୍କୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ୩ଶହରୁ ଅଧିକ ଆତଙ୍କୀ ନିପାତ ହୋଇଥିଲେ .