ବଢ଼ିଲା ଡିଲରଙ୍କ କାର୍ଯ୍ୟକାଳ ଅବଧି । ତେଜିଲା ରାଜନୀତି, ଘେରିଲେ ବିରୋଧୀ ।

କନକ ବ୍ୟୁରୋ: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବେସରକାରୀ ଡିଲରଙ୍କ କାର୍ଯ୍ୟକାଳ  ଦେଢ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବେସରକାରୀ ଡିଲରଙ୍କ ବଦଳରେ ଆନୁଷ୍ଠାନିକ ଡିଲରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିୟୋଜିତ କରିବାର ସମୟସୀମା ଚଳିତ ମାସ ୩୦ ତାରିଖରେ ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ସରକାର। ହେଲେ ଅନେକ ଥର ଏହି ଡିଲରମାନଙ୍କୁ ବିଜେଡି ଏଜେଣ୍ଟ କହି କଟାକ୍ଷ କରିଥିଲେ ଯୋଗାଣ ମନ୍ତ୍ରୀ । ଏମିତି କି ଡିଲରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ । ହେଲେ ଏବେ ସେହି ଡିଲରଙ୍କ କାର୍ଯ୍ୟକାଳ ସରକାର ବୃଦ୍ଧି କରିବା ପରେ ତେଜିଛି ରାଜନୀତି । ବିଜେଡି କହିଛି, ମନ୍ତ୍ରୀ ନଜାଣି ଅନେକ ସମୟରେ କେବଳ ବିଜେଡିକୁ ଦୋଷ ଦେବାକୁ ବୟାନ ଦେଇଥାନ୍ତି । ଯାହା ଏ କ୍ୟାବିନେଟ ନିଷ୍ପତ୍ତିରୁ ଶାସକ ଦଳର ମିଛ ଧରାପଡ଼ିଯାଇଛି । ବିବାଦ ବଢିବା ପରେ ମୁହଁ ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ । ନୂଆ ସରକାର ହାତରେ ସମୟ କମ ଥିବାରୁ ଡିଲରଙ୍କ କାର୍ୟ୍ୟକାଳ ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଯଦି କୈଣସି ଡିଲରଙ୍କ ବିରୋଧରେ ଅଭିଯୋଗ ଆସେ, ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ । ତେଣୁ ଏହାକୁ ନେଇ ବିଜେଡି ରାଜନୀତି ନକରୁ ବୋଲି କହିଛନ୍ତି ।  ବସ୍ତାରୁ ଚାଉଳ ଚୋରି, ରାସନ କେନ୍ଦ୍ରରେ ଖାଉଟୀଙ୍କୁ ଦୁର୍ବ୍ୟବହାର । ଏମିତି ଅନେକ ଅଭିଯୋଗ ଡିଲରଙ୍କ ନାଁରେ ଦୀର୍ଘ ବର୍ଷ ଧରି ରହିଆସିଛି । ନୂଆ ସରକା

ବଢ଼ିଲା ଡିଲରଙ୍କ କାର୍ଯ୍ୟକାଳ ଅବଧି । ତେଜିଲା ରାଜନୀତି, ଘେରିଲେ ବିରୋଧୀ ।

କନକ ବ୍ୟୁରୋ: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବେସରକାରୀ ଡିଲରଙ୍କ କାର୍ଯ୍ୟକାଳ  ଦେଢ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବେସରକାରୀ ଡିଲରଙ୍କ ବଦଳରେ ଆନୁଷ୍ଠାନିକ ଡିଲରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିୟୋଜିତ କରିବାର ସମୟସୀମା ଚଳିତ ମାସ ୩୦ ତାରିଖରେ ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ସରକାର। ହେଲେ ଅନେକ ଥର ଏହି ଡିଲରମାନଙ୍କୁ ବିଜେଡି ଏଜେଣ୍ଟ କହି କଟାକ୍ଷ କରିଥିଲେ ଯୋଗାଣ ମନ୍ତ୍ରୀ । ଏମିତି କି ଡିଲରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ । ହେଲେ ଏବେ ସେହି ଡିଲରଙ୍କ କାର୍ଯ୍ୟକାଳ ସରକାର ବୃଦ୍ଧି କରିବା ପରେ ତେଜିଛି ରାଜନୀତି । ବିଜେଡି କହିଛି, ମନ୍ତ୍ରୀ ନଜାଣି ଅନେକ ସମୟରେ କେବଳ ବିଜେଡିକୁ ଦୋଷ ଦେବାକୁ ବୟାନ ଦେଇଥାନ୍ତି । ଯାହା ଏ କ୍ୟାବିନେଟ ନିଷ୍ପତ୍ତିରୁ ଶାସକ ଦଳର ମିଛ ଧରାପଡ଼ିଯାଇଛି ।
 
ବିବାଦ ବଢିବା ପରେ ମୁହଁ ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ । ନୂଆ ସରକାର ହାତରେ ସମୟ କମ ଥିବାରୁ ଡିଲରଙ୍କ କାର୍ୟ୍ୟକାଳ ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଯଦି କୈଣସି ଡିଲରଙ୍କ ବିରୋଧରେ ଅଭିଯୋଗ ଆସେ, ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ । ତେଣୁ ଏହାକୁ ନେଇ ବିଜେଡି ରାଜନୀତି ନକରୁ ବୋଲି କହିଛନ୍ତି । 
 
ବସ୍ତାରୁ ଚାଉଳ ଚୋରି, ରାସନ କେନ୍ଦ୍ରରେ ଖାଉଟୀଙ୍କୁ ଦୁର୍ବ୍ୟବହାର । ଏମିତି ଅନେକ ଅଭିଯୋଗ ଡିଲରଙ୍କ ନାଁରେ ଦୀର୍ଘ ବର୍ଷ ଧରି ରହିଆସିଛି । ନୂଆ ସରକାର ଆସିବା ପରେ ଏହା ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବେ ବୋଲି ମନ୍ତ୍ରୀ ଦମ୍ଭୋକ୍ତି ଦେଖାଇଥିଲେ । ହେଲେ କ୍ୟାବିନେଟର ଏହି ନିଷ୍ପତ୍ତି ସରକାରଙ୍କୁ କାଠଗଡ଼ା ଟାଣିଛି ।