ବଢ଼ିଲା ମାଗଣାରେ ଆଧାର ଅପ୍ଡେଟ୍ ସମୟସୀମା, ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପାଇଥିଲେ ଅପ୍ଡେଟ୍ ଜରୁରୀ
ନୂଆଦିଲ୍ଲୀ : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପୁଣିଥରେ ଆଧାର ଅପ୍ଡେଟ୍ ସମୟସୀମା ବୃଦ୍ଧି କରିଛି। ଚଳିତଥର ଏହି ସମୟସୀମାକୁ ୩ ମାସ ପାଇଁ ବୃଦ୍ଧି କରାଯାଇଛି। ଏହାଫଳରେ ବର୍ତ୍ତମାନ ଜଣେ ନିଜର ଆଧାରକୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣାରେ ଅପଡେଟ୍ କରିବାକୁ ସକ୍ଷମ ହେବେ ଏବଂ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ବା ଫି’ ଦେବାକୁ ପଡିବନାହିଁ। ହେଲେ ଏହାପରେ ଆଧାର ଅପଡେଟ୍ କରିବା ପାଇଁ ଚାର୍ଜ ଦେବାକୁ ପଡିବ। ଏହାପୂର୍ବରୁ ଆଧାର ଅପଡେଟ୍ […]

ନୂଆଦିଲ୍ଲୀ : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପୁଣିଥରେ ଆଧାର ଅପ୍ଡେଟ୍ ସମୟସୀମା ବୃଦ୍ଧି କରିଛି। ଚଳିତଥର ଏହି ସମୟସୀମାକୁ ୩ ମାସ ପାଇଁ ବୃଦ୍ଧି କରାଯାଇଛି। ଏହାଫଳରେ ବର୍ତ୍ତମାନ ଜଣେ ନିଜର ଆଧାରକୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣାରେ ଅପଡେଟ୍ କରିବାକୁ ସକ୍ଷମ ହେବେ ଏବଂ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ବା ଫି’ ଦେବାକୁ ପଡିବନାହିଁ। ହେଲେ ଏହାପରେ ଆଧାର ଅପଡେଟ୍ କରିବା ପାଇଁ ଚାର୍ଜ ଦେବାକୁ ପଡିବ।
ଏହାପୂର୍ବରୁ ଆଧାର ଅପଡେଟ୍ ସମୟସୀମା ୨୦୨୩ ଡିସେମ୍ବର ୧୪ ପର୍ଯ୍ୟନ୍ତ ରହିଥିଲା, କିନ୍ତୁ ଏହାକୁ ୧୪ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ୟୁଆଇଡିଏଆଇ ଦ୍ବାରା ୨୦୨୩ ସେପ୍ଟେମ୍ବର ୬ରେ ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ, ଏହି ପଦକ୍ଷେପ ବିଶେଷ ଭାବରେ ସେହି ଲୋକମାନଙ୍କ ପାଇଁ ଆରମ୍ଭ ହୋଇଛି ଯେଉଁମାନେ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ ଥରେ ମଧ୍ୟ ଅପଡେଟ୍ କରିନାହାଁନ୍ତି।
ଆଧାର ଅପଡେଟ୍ କରିବା ପାଇଁ ୟୁଜରମାନେ ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍, ‘ମାଇଁଆଧାର/ myAadhaar’ ପରିଦର୍ଶନ କରି ନିଜେ ସେମାନଙ୍କର ବିବରଣୀ ଅପଡେଟ୍ କରିପାରିବେ। ଏଥିରେ କେବଳ ଡେମୋଗ୍ରାଫିକ୍ ବା ଜନସଂଖ୍ୟିକ ତଥ୍ୟ ଅନ୍ଲାଇନ୍ରେ ଅପଡେଟ୍ ହୋଇପାରିବ। ଯଦି ଆପଣ ନିଜେ ଆଧାରକୁ ଅପଡେଟ୍ କରିପାରିବେ ନାହିଁ, ତେବେ ଆପଣ ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଏହି କାର୍ଯ୍ୟ କରିପାରିବେ, କିନ୍ତୁ ଏଠାରେ ପ୍ରତ୍ୟେକ ବିବରଣୀ (ଜନସଂଖ୍ୟା ଏବଂ ବାୟୋମେଟ୍ରିକ୍ ଡାଟା) ଅପଡେଟ୍ କରିବା ପାଇଁ ଆପଣଙ୍କୁ ୫୦ ଟଙ୍କା ଫି’ ଦେବାକୁ ପଡିବ।
ଅନ୍ଲାଇନ୍ରେ ଆଧାର ଅପଡେଟ୍ କରିବାକୁ, ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ କରିବା ଆବଶ୍ୟକ। ନଚେତ୍ ଆଧାର ଅନ୍ଲାଇନରେ ଅପଡେଟ୍ ହେବ ନାହିଁ। କେବଳ ଆଧାର କେନ୍ଦ୍ରରେ ମୋବାଇଲ୍ ନମ୍ବର ଅପଡେଟ୍ ହୋଇପାରିବ। ସବିଶେଷ ତଥ୍ୟ ଅପଡେଟ୍ କରିବା ପରେ, ଆପଣ ଏକ ସେବା ଅନୁରୋଧ ନମ୍ବର ମଧ୍ୟ ପାଇବେ। ଏହା ମାଧ୍ୟମରେ ଆପଣ ଯାଞ୍ଚ କରିପାରିବେ ଯେ ସବିଶେଷ ତଥ୍ୟ ଆପଣଙ୍କ ଆଧାରରେ କେବେ ଅପଡେଟ୍ ହେବ।