ବୟଫ୍ରେଣ୍ଡ ସହ ଡ୍ୟାନ୍ସ କରୁଥିବାର ନଜର ଆସିଲେ କ୍ରିତି ସାନନ, ସାମ୍ନାକୁ ଆସିଲା ଭିଡିଓ

ମୁମ୍ଵାଇ ୦୨।୦୯: ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ତାଙ୍କ ପର୍ସନାଲ ଲାଇଫକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।  ସେ ବ୍ରିଟେନର ବ୍ୟବସାୟୀ କବୀର ବାହିଆଙ୍କୁ ଡେଟ କରୁଛନ୍ତି। ଦୀର୍ଘ ଦିନ ହେବ ଏହି ଗୁଜବ ପ୍ରଚାରିତ ହେଉଛି। ଆଲୋଚନା ସେତେବେଳେ ଆରମ୍ଭ ହେଲା ଯେତେବେଳେ ଦୁହିଁଙ୍କର ଗ୍ରୀସର ଛୁଟିଦିନ ଫଟୋ ଭାଇରାଲ ହେବା ଆରମ୍ଭ କଲା। ଯେଉଁଥିରେ ଉଭୟେ ପରସ୍ପର ସହ ମଜା କରୁଥିବାର ନଜର ଆସିଥିଲେ । View this post on InstagramA post shared by Moviemaafia (@moviemaafia)ନିକଟରେ ଏକ ପାର୍ଟୀରେ ଉଭୟ ଏକାଠି ଦେଖିବାକୁ ମିଳିଥିଲେ । ଏହା ପରେ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା । ଅଭିନେତ୍ରୀ କରିସ୍ମା ତନ୍ନା ପୁଣି ଥରେ ଗ୍ରୀସ ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଗୁଜବକୁ ଲାଇମ ଲାଇଟ୍‌କୁ ଆଣିଛି । ଯେଉଁଥିରେ କ୍ରିତି ଏବଂ କବୀର ଏକାଠି ନାଚିବା ଏବଂ ଗପସପ କରୁଥିବା ଦେଖିବାକୁ ମିଳିଛି। କରିସ୍ମା ତାଙ୍କ ସ୍ୱାମୀ ବରୁଣଙ୍କ ସହ ଗ୍ରୀସରେ ଛୁଟି କାଟୁଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପାର୍ଟିର ପୋଷ୍ଟ ସେୟାର କରିଥିଲେ।View this post on InstagramA post shared by Moviemaafia (@moviemaafia)ଯେଉଁଥିରେ କ୍ରିତି ଏବଂ ତାଙ୍କ ପ୍ରେମିକ କବୀର ଏକାଠି ବହୁତ ମଜା କରୁଥିବା ଦେଖିବାକୁ ମିଳିଛି। କ୍ରିତି ସାନନ୍ ଏବଂ କବୀରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ କ୍

ବୟଫ୍ରେଣ୍ଡ ସହ ଡ୍ୟାନ୍ସ କରୁଥିବାର ନଜର ଆସିଲେ କ୍ରିତି ସାନନ, ସାମ୍ନାକୁ ଆସିଲା ଭିଡିଓ

ମୁମ୍ଵାଇ ୦୨।୦୯: ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ତାଙ୍କ ପର୍ସନାଲ ଲାଇଫକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।  ସେ ବ୍ରିଟେନର ବ୍ୟବସାୟୀ କବୀର ବାହିଆଙ୍କୁ ଡେଟ କରୁଛନ୍ତି। ଦୀର୍ଘ ଦିନ ହେବ ଏହି ଗୁଜବ ପ୍ରଚାରିତ ହେଉଛି। ଆଲୋଚନା ସେତେବେଳେ ଆରମ୍ଭ ହେଲା ଯେତେବେଳେ ଦୁହିଁଙ୍କର ଗ୍ରୀସର ଛୁଟିଦିନ ଫଟୋ ଭାଇରାଲ ହେବା ଆରମ୍ଭ କଲା। ଯେଉଁଥିରେ ଉଭୟେ ପରସ୍ପର ସହ ମଜା କରୁଥିବାର ନଜର ଆସିଥିଲେ । 

ନିକଟରେ ଏକ ପାର୍ଟୀରେ ଉଭୟ ଏକାଠି ଦେଖିବାକୁ ମିଳିଥିଲେ । ଏହା ପରେ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା । ଅଭିନେତ୍ରୀ କରିସ୍ମା ତନ୍ନା ପୁଣି ଥରେ ଗ୍ରୀସ ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଗୁଜବକୁ ଲାଇମ ଲାଇଟ୍‌କୁ ଆଣିଛି । ଯେଉଁଥିରେ କ୍ରିତି ଏବଂ କବୀର ଏକାଠି ନାଚିବା ଏବଂ ଗପସପ କରୁଥିବା ଦେଖିବାକୁ ମିଳିଛି। କରିସ୍ମା ତାଙ୍କ ସ୍ୱାମୀ ବରୁଣଙ୍କ ସହ ଗ୍ରୀସରେ ଛୁଟି କାଟୁଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପାର୍ଟିର ପୋଷ୍ଟ ସେୟାର କରିଥିଲେ।


ଯେଉଁଥିରେ କ୍ରିତି ଏବଂ ତାଙ୍କ ପ୍ରେମିକ କବୀର ଏକାଠି ବହୁତ ମଜା କରୁଥିବା ଦେଖିବାକୁ ମିଳିଛି। କ୍ରିତି ସାନନ୍ ଏବଂ କବୀରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ କ୍ରିତି କବୀରଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ଦ୍ୱିତୀୟ ଫଟୋରେ ସେ ତାଙ୍କ କାନରେ କିଛି କହୁଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ହେଲେ ଅଭିନେତ୍ରୀ କବୀରଙ୍କୁ ଡେଟ କରିବା ଖବରକୁ ନିଶ୍ଚିତ କରିନାହାଁନ୍ତି।