ବୟସ୍କ, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଘରେ ନେଇ ପେନସନ ଦେବ ପ୍ରଶାସନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା I ଏଣିକି ଦିବ୍ୟାଙ୍ଗ ଏବଂ ବୟସ୍କ ମାନଙ୍କୁ ଘରେ ନେଇ ପେନଶନ ଦେବ ପ୍ରଶାସନ । ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପେନସନ୍ ଗ୍ରହଣ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଘରେ ନେଇ ପେନସନ୍ ପହଞ୍ଚାଇବା ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର । ରାଜ୍ୟ ସରକାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSOs) ମାନଙ୍କୁ ମଧୁ ବାବୁ ପେନସନ୍ ଯୋଜନା (MBPY) […]

ବୟସ୍କ, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଘରେ ନେଇ ପେନସନ ଦେବ ପ୍ରଶାସନ
ବୟସ୍କ, ଦିବ୍ୟାଙ୍ଗମାନଙ୍କୁ ଘରେ ନେଇ ପେନସନ ଦେବ ପ୍ରଶାସନବୟସ୍କ, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଘରେ ନେଇ ପେନସନ ଦେବ ପ୍ରଶାସନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା I ଏଣିକି ଦିବ୍ୟାଙ୍ଗ ଏବଂ ବୟସ୍କ ମାନଙ୍କୁ ଘରେ ନେଇ ପେନଶନ ଦେବ ପ୍ରଶାସନ । ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପେନସନ୍ ଗ୍ରହଣ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଘରେ ନେଇ ପେନସନ୍ ପହଞ୍ଚାଇବା ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର ।

ରାଜ୍ୟ ସରକାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSOs) ମାନଙ୍କୁ ମଧୁ ବାବୁ ପେନସନ୍ ଯୋଜନା (MBPY) ଅଧୀନରେ ୮୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ଅକ୍ଷମତା ଥିବା ହିତାଧିକାରୀମାନଙ୍କୁ ଘରେ ପେନସନ୍ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ (SSEPD) ବିଭାଗର କମିଶନର-କମ-ସଚିବ ଆର.ଏସ. ଗୋପାଳନ ଏ ସମ୍ପର୍କରେ ଆଜି DSSOs ମାନଙ୍କୁ ଏକ ପତ୍ର ପଠାଇଛନ୍ତି। ସେ କହିଛନ୍ତି, “ଅନେକ ହିତାଧିକାରୀ ସେମାନଙ୍କର ଦୁର୍ବଳ ଶାରୀରିକ ଅବସ୍ଥା ହେତୁ ପେନସନ୍ ବଣ୍ଟନ ସ୍ଥାନକୁ ସ୍ୱୟଂ ଆସିପାରୁ ନାହାଁନ୍ତି। ତେଣୁ, ଏଭଳି ହିତାଧିକାରୀମାନଙ୍କ ପାଇଁ ଘରେ ପେନସନ୍ ପହଞ୍ଚାଇବା ନିଶ୍ଚିତ କରନ୍ତୁ।” SSEPD ବିଭାଗ ଜିଲା ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ଯେ ପଞ୍ଚାୟତୀ ରାଜ ବିଭାଗର ଆଉଟରିଚ୍ କାର୍ଯ୍ୟକ୍ରମ ‘ବିକାଶ ରଥ’ ଜୁନ୍ ୧୨ରୁ ୧୯ ତାରିଖ ମଧ୍ୟରେ ଆୟୋଜିତ ହେଉଥିବା ସମୟରେ MBPYର ସମସ୍ତ ହିତାଧିକାରୀଙ୍କୁ ଘରେ ନେଇ ପେନସନ ଦିଅନ୍ତୁ ।