ବୟସ୍କଙ୍କୁ ମର୍ଯ୍ୟାଦା
ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’ ପାଳନ କରାଯାଏ। ଏହି ଦିନ ସମାଜରେ ବୟସ୍କ ବ୍ୟକ୍ତିଙ୍କ ଅବଦାନକୁ ସମ୍ମାନ ଦେବା, ସେମାନଙ୍କ ପ୍ରତି ସମର୍ଥନ ଏବଂ ଯତ୍ନର ଭାବନା ବଢ଼ାଇବାକୁ ଏକ ସୁଯୋଗ ପ୍ରଦାନ କରେ। ୧୯୯୧ରେ ଜାତିସଂଘ ପକ୍ଷରୁ ପ୍ରଥମେ ଏହି ଦିବସ ପାଳିତ ହୋଇଥିଲା। ଯାହାକି ବିଶ୍ୱର ବୟସ୍କ ବ୍ୟକ୍ତି ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକ ଯେପରିକି […] The post ବୟସ୍କଙ୍କୁ ମର୍ଯ୍ୟାଦା appeared first on Dharitri Odia News.
ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’
ପାଳନ କରାଯାଏ। ଏହି ଦିନ ସମାଜରେ ବୟସ୍କ ବ୍ୟକ୍ତିଙ୍କ ଅବଦାନକୁ ସମ୍ମାନ ଦେବା, ସେମାନଙ୍କ ପ୍ରତି ସମର୍ଥନ ଏବଂ ଯତ୍ନର ଭାବନା ବଢ଼ାଇବାକୁ ଏକ ସୁଯୋଗ ପ୍ରଦାନ କରେ। ୧୯୯୧ରେ ଜାତିସଂଘ ପକ୍ଷରୁ ପ୍ରଥମେ ଏହି ଦିବସ ପାଳିତ ହୋଇଥିଲା। ଯାହାକି ବିଶ୍ୱର ବୟସ୍କ ବ୍ୟକ୍ତି ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକ ଯେପରିକି ସ୍ବାସ୍ଥ୍ୟସେବା ଅଭାବ, ସାମାଜିକ ବିଚ୍ଛିନ୍ନତା ଏବଂ ଅର୍ଥନୈତିକ ଅସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିଥିଲା। ତେବେ ବୟସ୍କ ବ୍ୟକ୍ତିଙ୍କ ସମ୍ମାନ ରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ ସାମାଜିକ ସମର୍ଥନ ନିଶ୍ଚିତ କରିବା ଏହି ଦିନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି, ‘ବୟସ୍କଙ୍କୁ ମର୍ଯ୍ୟାଦା: ବିଶ୍ୱବ୍ୟାପୀ ବୟସ୍କ ବ୍ୟକ୍ତିଙ୍କ ପାଇଁ ଯତ୍ନ ଏବଂ ସହାୟତା ପ୍ରଣାଳୀକୁ ଦୃଢ଼ କରିବା ଲାଗି ଗୁରୁତ୍ୱ’। ଯାହା ସାମାଜିକ, ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟର ସମାଧାନ ପାଇଁ ଏକ ସମନ୍ବିତ ତଥା ନିରନ୍ତର କାର୍ଯ୍ୟ ପାଇଁ ସାରା ବିଶ୍ୱରେ ସରକାର, ନୀତି ନିର୍ମାତା ଏବଂ ସାମାଜିକ ସେବାକାର୍ଯ୍ୟରେ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତିଙ୍କୁ ଉତ୍ସାହିତ କରେ।
The post ବୟସ୍କଙ୍କୁ ମର୍ଯ୍ୟାଦା appeared first on Dharitri Odia News.