ଭଉଣୀ ବାହାଘରରେ ନାଚୁ ନାଚୁ ଟଳିପଡ଼ିଲେ ଯୁବତୀ
ଏପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରୁଟରେ।
ଭଉଣୀ ବାହାଘର ପାଇଁ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସିମଜାରେ ହଳଦୀ ଉତ୍ସବରେ ନାଚୁଥିବା ସାନ ଭଉଣୀର ଚାଲିଯାଇଛି ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରୁଟରେ। ମୃତକ ଜଣକ ହେଉଛନ୍ତି ୧୮ ବର୍ଷୀୟ ରିମଶା।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ହଳଦୀ ଫଙ୍କସନ ପାଇଁ ନାଚଗୀତ ଚାଲିଥିଲା। ଗୀତର ତାଳେ ତାଳେ ନାଚୁଥିଲେ ରିମଶା। କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ସେ ଛାତିକୁ ଧରି ତଳେ ପଡ଼ି ଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ରିମଶା ହୃଦଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତ।
ସେପଟେ ଭଉଣୀର ବାହାଘରର ଦୁଇ ଦିନ ପୂର୍ବରୁ ରିମଶାଙ୍କ ଅକାଳ ବିୟୋଗ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଏହିପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅନେକ ଭାଇରାଲ ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ ନାଚୁଥିବା, ଗାଉଥିବା ଏପରିକି ଜିମରେ ବ୍ୟାୟାମ କରିବା ସମୟରେ ହୃଦଘାତରେ ଜୀବନ ଚାଲିଯାଇଛି।
ଏପରିସ୍ଥିତିରେ ହୃଦଘାତ ପ୍ରତି ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ପରାମର୍ଶ ଦେଉଛନ୍ତି। ବିଶେଷ କରି ହାର୍ଟ ସମସ୍ୟା ଥିବା ଲୋକେ, ଡିଜେ କିମ୍ବା ଅତ୍ୟଧିକ ଶବ୍ଦ ହେଉଥିବା ସ୍ଥାନରୁ ଦୂରେଇ ରହିବାକୁ ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି।
UP : मेरठ में बहन के हल्दी प्रोग्राम में डांस कर रही रिमशा नामक युवती की मौत हुई। डॉक्टर इसे हार्ट अटैक बता रहे हैं। pic.twitter.com/FXa2cIzEh4— Sachin Gupta (@SachinGuptaUP) April 28, 2024