ଭଉଣୀଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ଭାଇଙ୍କୁ ମାଗିଲେ ଟଙ୍କା: ଅଭିଯୁକ୍ତ ଗିରଫ

ଫୁଲନଖରା,୨୧ା୧୦(ସତ୍ୟରଞ୍ଜନ ଦାସମହାପାତ୍ର): ଭଉଣୀଙ୍କ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକ ଦେଇ ଭାଇଙ୍କଠାରୁ ୫ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ କଟକ ସଦର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ଶଙ୍ଖୁଆ ଗ୍ରାମର ସନ୍ତୋଷ ରାୟ। ପୋଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅନ୍ତର୍ଗତ ଧାନଘର ପଡା ଗ୍ରାମର ଜଣେ ଯୁବକ ଓ ସନ୍ତୋଷଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ […] The post ଭଉଣୀଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ଭାଇଙ୍କୁ ମାଗିଲେ ଟଙ୍କା: ଅଭିଯୁକ୍ତ ଗିରଫ appeared first on Dharitri Odia News.

ଭଉଣୀଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ଭାଇଙ୍କୁ ମାଗିଲେ ଟଙ୍କା: ଅଭିଯୁକ୍ତ ଗିରଫ

ଫୁଲନଖରା,୨୧ା୧୦(ସତ୍ୟରଞ୍ଜନ ଦାସମହାପାତ୍ର): ଭଉଣୀଙ୍କ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକ ଦେଇ ଭାଇଙ୍କଠାରୁ ୫ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ କଟକ ସଦର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ଶଙ୍ଖୁଆ ଗ୍ରାମର ସନ୍ତୋଷ ରାୟ।

ପୋଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅନ୍ତର୍ଗତ ଧାନଘର ପଡା ଗ୍ରାମର ଜଣେ ଯୁବକ ଓ ସନ୍ତୋଷଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇଥିଲା। କିଛିଦିନ ପରେ ସମ୍ପୃକ୍ତ ଯୁବକଙ୍କ ମୋବାଇଲ ଫୋନରୁ ତାଙ୍କ ବିବାହିତ ଭଉଣୀଙ୍କ ମୋବାଇଲ ନମ୍ବର ସନ୍ତୋଷ ସଂଗ୍ରହ କରିଥିଲେ। ଏହାପରେ ତାଙ୍କ ଭଉଣୀଙ୍କ ଅଜାଣତରେ ସନ୍ତୋଷ ଭିଡିଓ କଲ୍‌ କରି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେହି ଭିଡିଓଗୁଡିକୁ ସମ୍ପୃକ୍ତ ଯୁବକଙ୍କୁ ଦେଖାଇ ସନ୍ତୋଷ ୫ ଲକ୍ଷ ଟଙ୍କା ମାଗିଥିଲେ।

ଟଙ୍କା ନ ଦେଲେ ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବେ ବୋଲି ସେ ଧମକ ଦେଇଥିଲେ। ଏନେଇ ଯୁବକ ଜଣଙ୍କ କଟକ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ. ୫୭୩/୨୪)ରୁଜୁ କରି ସନ୍ତୋଷଙ୍କୁ ନବରଙ୍ଗପୁରରୁ ଗିରଫ କରିଛି।

The post ଭଉଣୀଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ଭାଇଙ୍କୁ ମାଗିଲେ ଟଙ୍କା: ଅଭିଯୁକ୍ତ ଗିରଫ appeared first on Dharitri Odia News.