ଭଉଣୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଅଧ୍ୟାପକଙ୍କୁ ଆକ୍ରମଣ କଲା ଭାଇ

ଦିଗପହଣ୍ଡି: ଭଉଣୀଙ୍କୁ ଦୁର୍ବ୍ୟବହାରକୁ ସହି ପାରିଲାନି ଭାଇ। ଅଧ୍ୟାପକଙ୍କୁ ମାଡ଼ ମାରିବା ସହ କାରର କାଚ ଭାଙ୍ଗି ଦେଲେ ଯୁବକ। ବୁଧବାର ଏମିତି ଘଟଣା  ଘଟିଛି ଦିଗପହଣ୍ଡି ଡେଙ୍ଗାଉସ୍ତା SBI ବ୍ୟାଙ୍କ ନିକଟରେ। ଘଟଣାରେ ପୋଲିସ ଅଧ୍ୟାପକ ଓ ଆକ୍ରମଣ କରିଥିବା ଯୁବକଙ୍କୁ ନେଇ ପଚରା ଉଚୁରା କରୁଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଡେଙ୍ଗାଉସ୍ତା କଲେଜରେ ପଢୁଥିବା ଭଉଣୀଙ୍କୁ  ଉକ୍ତ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ତେବେ ଭଉଣୀଙ୍କୁ ଦୁର୍ବ୍ୟବହାର ଖବର ଶୁଣି ଭାଇ  ପୋଡ଼ାମାରି କଲେଜ୍ ଅଧ୍ୟାପକଙ୍କୁ ଆକ୍ରମଣ କରିଛନ୍ତି। ଅଧ୍ୟାପକଙ୍କୁ ମାଡ଼ ମାରିବା ସହ କାର୍ର କାଚ ଭାଙ୍ଗିଛନ୍ତି। ଏହି ଘଟଣା ଡେଙ୍ଗାଉସ୍ତା SBI ବ୍ୟାଙ୍କ ନିକଟରେ ଘଟିଛି। ଅଧ୍ୟାପକ ଓ ଯୁବକଙ୍କୁ ଉଠାଇ ନେଇ ପାଟପୁର ପୋଲିସ୍ ପଚରା ଉଚୁରା କରୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।  

ଭଉଣୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଅଧ୍ୟାପକଙ୍କୁ ଆକ୍ରମଣ କଲା ଭାଇ

ଦିଗପହଣ୍ଡି: ଭଉଣୀଙ୍କୁ ଦୁର୍ବ୍ୟବହାରକୁ ସହି ପାରିଲାନି ଭାଇ। ଅଧ୍ୟାପକଙ୍କୁ ମାଡ଼ ମାରିବା ସହ କାରର କାଚ ଭାଙ୍ଗି ଦେଲେ ଯୁବକ। ବୁଧବାର ଏମିତି ଘଟଣା  ଘଟିଛି ଦିଗପହଣ୍ଡି ଡେଙ୍ଗାଉସ୍ତା SBI ବ୍ୟାଙ୍କ ନିକଟରେ। ଘଟଣାରେ ପୋଲିସ ଅଧ୍ୟାପକ ଓ ଆକ୍ରମଣ କରିଥିବା ଯୁବକଙ୍କୁ ନେଇ ପଚରା ଉଚୁରା କରୁଛି। 

ପ୍ରାପ୍ତ ସୂଚନା ଅନୁଯାୟୀ, ଡେଙ୍ଗାଉସ୍ତା କଲେଜରେ ପଢୁଥିବା ଭଉଣୀଙ୍କୁ  ଉକ୍ତ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ତେବେ ଭଉଣୀଙ୍କୁ ଦୁର୍ବ୍ୟବହାର ଖବର ଶୁଣି ଭାଇ  ପୋଡ଼ାମାରି କଲେଜ୍ ଅଧ୍ୟାପକଙ୍କୁ ଆକ୍ରମଣ କରିଛନ୍ତି। ଅଧ୍ୟାପକଙ୍କୁ ମାଡ଼ ମାରିବା ସହ କାର୍ର କାଚ ଭାଙ୍ଗିଛନ୍ତି। ଏହି ଘଟଣା ଡେଙ୍ଗାଉସ୍ତା SBI ବ୍ୟାଙ୍କ ନିକଟରେ ଘଟିଛି। ଅଧ୍ୟାପକ ଓ ଯୁବକଙ୍କୁ ଉଠାଇ ନେଇ ପାଟପୁର ପୋଲିସ୍ ପଚରା ଉଚୁରା କରୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।