ଭକ୍ତି ଓ ଶ୍ରଦ୍ଧାର ଆଉ ଏକ ଉଦାହରଣ, ନିଆରା ଢଙ୍ଗରେ ବାହୁଡ଼ା ଯାତ୍ରା ପାଳିଲେ କଟକର ଏହି ଯୁବକ
କଟକ: ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟରେ ଅନେକ ସ୍ଥାନରେ ଆୟୋଜିତ ହୋଇଛି ବାହୁଡ଼ା ଯାତ୍ରା। ଏମିତିରେ ଏହି ପବିତ୍ର ରଥଯାତ୍ରା ଅବସରକୁ ହାତଛଡ଼ା କରିନାହାଁନ୍ତି କଟକ ସହରର କହ୍ନେଇ ପୁରର ସୁଭ୍ରଜିତ ପଣ୍ଡା । ଭିନ୍ନ ଢଙ୍ଗରେ ପାଳୁଛନ୍ତି ରଥଯାତ୍ରା। ସୋମବାର ବାହୁଡ଼ା ଯାତ୍ରାକୁ ମଧ୍ୟ ସେ ଖୁବ୍ ଶ୍ରଦ୍ଧାର ସହ ପାଳନ କରିଛନ୍ତି। ସୁଭ୍ରଜିତ ନିଜ ହାତରେ ରଥ ନିର୍ମାଣ କରିଛନ୍ତି ତିନିଟି କୁନି ରଥ। ଏଥିପାଇଁ ସେ କୌଣସି କାଠର ବ୍ୟବହାର କରିନାହାଁନ୍ତି ବରଂ ସୋଲ ଓ କାର୍ଡ ବୋର୍ଡରେ ରଥ ତିଆରି କରିଛନ୍ତି। ଆଉ ସଂପୂର୍ଣ୍ଣ ରୀତି ନୀତିରେ ଏଥିରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କୁ ବସାଇ ପୂଜାର୍ଚ୍ଚନା କରିବା ପରେ ନିଜ ଘରେ ଟାଣିଛନ୍ତି ରଥ। ଏଥିରେ ତାଙ୍କ ପରିବାର ଓ ପଡ଼ୋଶୀ ମଧ୍ୟ ସାମିଲ ହୋଇ ରଥ ଟାଣିଥିଲେ। ବଡ଼ କଥା ହେଉଛି ଶୁଭ୍ରଜିତଙ୍କ ଏହି ତିନି ରଥ ଅବିକଳ ପୁରୀର ତିନି ରଥ ପରି ଦେଖାଯାଏ। ଏହାର ଉଚ୍ଚତା ପ୍ରାୟ ୩.୬ ଫୁଟ। ରଥଯାତ୍ରା ପୂର୍ବରୁ ପାଖାପାଖି ୧୦ ଦିନ ଅକ୍ଲାନ୍ତ ପରିଶ୍ରମ କରି ତିନି ରଥ ତିଆରି କରିଥାନ୍ତି ଏହି ରଥ। ଏଥିରେ ସେ ଖୁବ୍ ସୂକ୍ଷ୍ମ କାରୁକାର୍ଯ୍ୟ ମଧ୍ୟ କରିଛନ୍ତି।ଏନେଇ ଶୁଭ୍ରଜିତ କୁହନ୍ତି, ସେ ନିଜ ଘରେ ଏଭଳି ଭାବରେ ପ୍ରତିବର୍ଷ ରଥଯାତ୍ରା ପାଳନ କରନ୍ତି। ସବୁବର୍ଷ ଘର ଭିତରେ ରଥ ଟାଣୁଥିବା ବେଳେ ଚଳିତ ବର୍ଷ ଘର ବାହାରକୁ ନେ
କଟକ: ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟରେ ଅନେକ ସ୍ଥାନରେ ଆୟୋଜିତ ହୋଇଛି ବାହୁଡ଼ା ଯାତ୍ରା। ଏମିତିରେ ଏହି ପବିତ୍ର ରଥଯାତ୍ରା ଅବସରକୁ ହାତଛଡ଼ା କରିନାହାଁନ୍ତି କଟକ ସହରର କହ୍ନେଇ ପୁରର ସୁଭ୍ରଜିତ ପଣ୍ଡା । ଭିନ୍ନ ଢଙ୍ଗରେ ପାଳୁଛନ୍ତି ରଥଯାତ୍ରା। ସୋମବାର ବାହୁଡ଼ା ଯାତ୍ରାକୁ ମଧ୍ୟ ସେ ଖୁବ୍ ଶ୍ରଦ୍ଧାର ସହ ପାଳନ କରିଛନ୍ତି।
ସୁଭ୍ରଜିତ ନିଜ ହାତରେ ରଥ ନିର୍ମାଣ କରିଛନ୍ତି ତିନିଟି କୁନି ରଥ। ଏଥିପାଇଁ ସେ କୌଣସି କାଠର ବ୍ୟବହାର କରିନାହାଁନ୍ତି ବରଂ ସୋଲ ଓ କାର୍ଡ ବୋର୍ଡରେ ରଥ ତିଆରି କରିଛନ୍ତି। ଆଉ ସଂପୂର୍ଣ୍ଣ ରୀତି ନୀତିରେ ଏଥିରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କୁ ବସାଇ ପୂଜାର୍ଚ୍ଚନା କରିବା ପରେ ନିଜ ଘରେ ଟାଣିଛନ୍ତି ରଥ। ଏଥିରେ ତାଙ୍କ ପରିବାର ଓ ପଡ଼ୋଶୀ ମଧ୍ୟ ସାମିଲ ହୋଇ ରଥ ଟାଣିଥିଲେ।
ବଡ଼ କଥା ହେଉଛି ଶୁଭ୍ରଜିତଙ୍କ ଏହି ତିନି ରଥ ଅବିକଳ ପୁରୀର ତିନି ରଥ ପରି ଦେଖାଯାଏ। ଏହାର ଉଚ୍ଚତା ପ୍ରାୟ ୩.୬ ଫୁଟ। ରଥଯାତ୍ରା ପୂର୍ବରୁ ପାଖାପାଖି ୧୦ ଦିନ ଅକ୍ଲାନ୍ତ ପରିଶ୍ରମ କରି ତିନି ରଥ ତିଆରି କରିଥାନ୍ତି ଏହି ରଥ। ଏଥିରେ ସେ ଖୁବ୍ ସୂକ୍ଷ୍ମ କାରୁକାର୍ଯ୍ୟ ମଧ୍ୟ କରିଛନ୍ତି।
ଏନେଇ ଶୁଭ୍ରଜିତ କୁହନ୍ତି, ସେ ନିଜ ଘରେ ଏଭଳି ଭାବରେ ପ୍ରତିବର୍ଷ ରଥଯାତ୍ରା ପାଳନ କରନ୍ତି। ସବୁବର୍ଷ ଘର ଭିତରେ ରଥ ଟାଣୁଥିବା ବେଳେ ଚଳିତ ବର୍ଷ ଘର ବାହାରକୁ ନେଇଛନ୍ତି । ସବୁକିଛି ମହାପ୍ରଭୁଙ୍କ ଆଶୀର୍ବାଦରୁ ହୋଇଥିବା କଥା କହିଛନ୍ତି ସୁଭ୍ରଜିତ। ଖାଲି ସେତିକି ନୁହେଁ ହର୍ଷଉଲ୍ଲାସରେ ରଥ ଟାଣିବା ସହ ସୁଭ୍ରଜିତ୍ ପଣ୍ଡାଙ୍କ ଏହି ନିଆରା ରଥଯାତ୍ରାରେ ସାମିଲ ହୋଇ ବେଶ୍ ଖୁସି ଅଛନ୍ତି ପରିବାର ଓ ପଡ଼ୋଶୀ। ସୂଚନାଯୋଗ୍ୟ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସୁଭ୍ରଜିତ୍ ଅନେକ ସମୟରେ ଅନେକ କଳାକୃତି କରି ବେଶ୍ ପ୍ରଶଂସିତ ମଧ୍ୟ ହୋଇଛନ୍ତି।