ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜର ବିବାଦ ପିଛା ଛାଡିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛି ଏହି ପ୍ରତିଷ୍ଠିତ ଆଇନ ମହାବିଦ୍ୟାଳୟ । କିଛି ଦିନ ତଳେ ବାର କାଉନସିଲ ଅଫ ଇଣ୍ଡିଆର ଅନୁମୋଦନ ନଥିବାରୁ ଚର୍ଚ୍ଚାରେ ଥିଲା କଲେଜ । ଯେଉଁଥିପାଇଁ ଜଣେ ବିହାର ଛାତ୍ର ଆଇନ ଡିଗ୍ରୀ ପାଇ ମଧ୍ୟ ବିହାର ବାର କାଉନ୍ସିଲରେ ଓକିଲାତି ଲାଇସେନ୍ସ ମିଳୁନଥିବା ଅଭିଯୋଗ କରିଥିଲେ । ଆଉ ଏବେ […] The post ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ first appeared on Kanak News.

ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜର ବିବାଦ ପିଛା ଛାଡିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛି ଏହି ପ୍ରତିଷ୍ଠିତ ଆଇନ ମହାବିଦ୍ୟାଳୟ । କିଛି ଦିନ ତଳେ ବାର କାଉନସିଲ ଅଫ ଇଣ୍ଡିଆର ଅନୁମୋଦନ ନଥିବାରୁ ଚର୍ଚ୍ଚାରେ ଥିଲା କଲେଜ । ଯେଉଁଥିପାଇଁ ଜଣେ ବିହାର ଛାତ୍ର ଆଇନ ଡିଗ୍ରୀ ପାଇ ମଧ୍ୟ ବିହାର ବାର କାଉନ୍ସିଲରେ ଓକିଲାତି ଲାଇସେନ୍ସ ମିଳୁନଥିବା ଅଭିଯୋଗ କରିଥିଲେ । ଆଉ ଏବେ ଅଧ୍ୟାପକ ଅଭାବ ନେଇ ପୁଣି ଥରେ ଚର୍ଚ୍ଚାରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଲ’ କଲେଜ । ଦୁଇଟି ସେଲ୍ଫ ଫାଇନାନ୍ସ କୋର୍ସ ଏବଂ ୩ ବର୍ଷିଆ ଏଲଏଲବି କୋର୍ସ ଲାଗି କଲେଜରେ ମୋଟ ୬୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଜଣେ ମାତ୍ର ଅଧ୍ୟାପକ ଅଛନ୍ତି ଏବଂ ଅତିଥି ଅଧ୍ୟାପକଙ୍କୁ ନେଇ କଲେଜ ଚାଲିଥିବା ସ୍ୱୀକାର କରିଛନ୍ତି କଲେଜର ଅଧ୍ୟକ୍ଷ ।

ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ଉତ୍କଳ ଅଧ୍ୟାପକ
ଅଧ୍ୟାପକଙ୍କୁ ଛାଡିବାକୁ ନାରାଜ୍ ଏମଏସ କର୍ତୃପକ୍ଷ
ୟୁଜିସି ନିୟମ ଅନୁଯାୟୀ,
– ୟୁନିଭରସିଟି ଲ’ କଲେଜରେ ୧୦ରୁ ୧୨ ଜଣ ଅଧ୍ୟାପକ ନିଯୁକ୍ତ ହେବାକଥା
– ରାଜ୍ୟ ସରକାର ୫ ଅଧ୍ୟାପକ ଓ ଜଣେ ଅଧ୍ୟକ୍ଷଙ୍କୁ ମିଶାଇ ୬ଜଣଙ୍କୁ ଅନୁମୋଦନ କରିଛନ୍ତି
– ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ନିଯୁକ୍ତ ହୋଇ ଦରମା ନେଉଥିବା ୩ ଅଧ୍ୟାପକ ଏବେ ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ପାଠ ପଢାଉଛନ୍ତି
– ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ଅଧ୍ୟାପକଙ୍କୁ ଫେରାଇବାକୁ ଅମଙ୍ଗ ଏମଏସ ବିଶ୍ୱବିଦ୍ୟାଳୟ

ଉଚ୍ଚଶିକ୍ଷା ବିଭାଗ ୩ ଅଧ୍ୟାପକଙ୍କୁ ପୋଷ୍ଟିଂ କରିଛନ୍ତି । ମଧୁସୂଦନ ଆଇନ ବିଦ୍ୟାଳୟ, ବିଶ୍ୱବଦ୍ୟାଳୟ ହେବାପରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଅଧ୍ୟାପକ ରହିଛନ୍ତି । ଯଦି ୩ ଅଧ୍ୟାପକଙ୍କୁ ଛଡାଯାଏ ବିଶ୍ୱବିଦ୍ୟାଳୟର ପାଠପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି କହିଛନ୍ତି କୂଳସଚିବ ।

ରାଜ୍ୟର ଅନ୍ୟତମ ପୁରାତନ ଆଇନ ବିଦ୍ୟାଳୟ ହେଉଛି ୟୁନିଭରସିଟି ଲ କଲେଜ । ଆଶଙ୍କା କରାଯାଉଛି ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ ନକଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଭିତରେ ଅସ୍ଥା ହରେଇବ ୟୁନିଭରସିଟି ଲ’ କଲେଜ ।

The post ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ first appeared on Kanak News.