ଭଗବାନ ରାମଙ୍କ ଶୋଭାଯାତ୍ରା ଉପରକୁ ପଥର ମାଡ଼, ସ୍ଥିତି ନିୟନ୍ତ୍ରଣ କଲା ପୋଲିସ୍
ଭଦୋଦରା: ସାରା ଦେଶରେ ରାମଲାଲାଙ୍କ ଆଗମନକୁ ନେଇ ଉତ୍ସବର ମାହୋଲ ରହିଛି। ଏହିକ୍ରମରେ ଅନେକ ସ୍ଥାନରେ ଶୋଭାଯାତ୍ରାର ଆୟୋଜନ କରାଯାଇଛି। କିନ୍ତୁ ଗୁଜରାଟ ଭଦୋଦରାରେ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଅପ୍ରୀତିକର ପରିସ୍ଥିତି। ଏଠାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ସୋମବାର ସନ୍ଧ୍ୟାରେ ବାହାରିଥିବା ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏହାଦ୍ବାରା ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଛି। ଭଦୋଦରାର ପୋଲିସ ଅଧୀକ୍ଷକ ରୋହନ ଆନନ୍ଦ କହିଛନ୍ତି ପଡରା ତାଲୁକର ଭୋଜରେ ଶୋଭା ଯାତ୍ରା ଉପରେ ପଥରମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। କୁହାଯାଉଛି ଯେ, ତିନିରୁ ଚାରି ଉପଦ୍ରବୀ ପଥରମାଡ଼ର ଘଟଣା ଘଟାଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ପଥରମାଡ଼ କରିଥିବା ତିନିରୁ ଚାରି ଜଣକୁ ଧରିବା ପାଇଁ ପୋଲିସ୍ ଖୋଜ୍ ଜାରି ରଖିଛି। ତେବେ ପୋଲିସ ଘଟଣାକୁ ନିୟନ୍ତ୍ରଣ କରିବା ପରେ ଶୋଭାଯାତ୍ରା ଆଗକୁ ବଢ଼ିଥିଲା। ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଉପରେ ପାକିସ୍ତାନ ପତାକା ଲଗାଇ ଫଟୋ ଭାଇରାଲ, କର୍ଣ୍ଣାଟକରେ ଜଣେ ଗିରଫ ମିଳିଥିବା ସୂଚନା ଅନୁଯାୟୀ, ଶୋଭାଯାତ୍ରା ପୂର୍ବରୁ ହିଁ ଗାଁରେ ଉତ୍ତେଜନା ମାହୋଲ ରହିଥିଲା। ଏଥିପାଇଁ କିଛି ଦିନ ପୂର୍ବରୁ ପୋଲିସ ଅଧିକାରୀ ଗସ୍ତ କରି ଶୋଭାଯାତ୍ରା ସମୟରେ ଶାନ୍ତି ବଜାୟ ରଖିବାକୁ ଏକ ବୈଠକ କରିଥିଲେ। ଅଧିକାରୀ କହିଛନ୍ତି ବର୍ତ୍ତମାନ ଅଞ୍ଚଳରେ ପୋଲିସକର୍ମୀ ନିୟୋଜିତ
ଭଦୋଦରା: ସାରା ଦେଶରେ ରାମଲାଲାଙ୍କ ଆଗମନକୁ ନେଇ ଉତ୍ସବର ମାହୋଲ ରହିଛି। ଏହିକ୍ରମରେ ଅନେକ ସ୍ଥାନରେ ଶୋଭାଯାତ୍ରାର ଆୟୋଜନ କରାଯାଇଛି। କିନ୍ତୁ ଗୁଜରାଟ ଭଦୋଦରାରେ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଅପ୍ରୀତିକର ପରିସ୍ଥିତି।
ଏଠାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ସୋମବାର ସନ୍ଧ୍ୟାରେ ବାହାରିଥିବା ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏହାଦ୍ବାରା ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଛି। ଭଦୋଦରାର ପୋଲିସ ଅଧୀକ୍ଷକ ରୋହନ ଆନନ୍ଦ କହିଛନ୍ତି ପଡରା ତାଲୁକର ଭୋଜରେ ଶୋଭା ଯାତ୍ରା ଉପରେ ପଥରମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
କୁହାଯାଉଛି ଯେ, ତିନିରୁ ଚାରି ଉପଦ୍ରବୀ ପଥରମାଡ଼ର ଘଟଣା ଘଟାଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ପଥରମାଡ଼ କରିଥିବା ତିନିରୁ ଚାରି ଜଣକୁ ଧରିବା ପାଇଁ ପୋଲିସ୍ ଖୋଜ୍ ଜାରି ରଖିଛି। ତେବେ ପୋଲିସ ଘଟଣାକୁ ନିୟନ୍ତ୍ରଣ କରିବା ପରେ ଶୋଭାଯାତ୍ରା ଆଗକୁ ବଢ଼ିଥିଲା।
ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଉପରେ ପାକିସ୍ତାନ ପତାକା ଲଗାଇ ଫଟୋ ଭାଇରାଲ, କର୍ଣ୍ଣାଟକରେ ଜଣେ ଗିରଫ
ମିଳିଥିବା ସୂଚନା ଅନୁଯାୟୀ, ଶୋଭାଯାତ୍ରା ପୂର୍ବରୁ ହିଁ ଗାଁରେ ଉତ୍ତେଜନା ମାହୋଲ ରହିଥିଲା। ଏଥିପାଇଁ କିଛି ଦିନ ପୂର୍ବରୁ ପୋଲିସ ଅଧିକାରୀ ଗସ୍ତ କରି ଶୋଭାଯାତ୍ରା ସମୟରେ ଶାନ୍ତି ବଜାୟ ରଖିବାକୁ ଏକ ବୈଠକ କରିଥିଲେ। ଅଧିକାରୀ କହିଛନ୍ତି ବର୍ତ୍ତମାନ ଅଞ୍ଚଳରେ ପୋଲିସକର୍ମୀ ନିୟୋଜିତ କରାଯାଇଛି। ଘଟଣାକୁ ନେଇ ପ୍ରାଥମିକ ମାମଲା ରୁଜୁ କରାଯାଇଛି। ସେପଟେ ମହାରାଷ୍ଟ୍ରରେ ମଧ୍ୟ କିଛି ସ୍ଥାନରେ ରାଲି ସମୟରେ ଉତ୍ତେଜନା ଦେଖିବାକୁ ମିଳିଛି।
The post ଭଗବାନ ରାମଙ୍କ ଶୋଭାଯାତ୍ରା ଉପରକୁ ପଥର ମାଡ଼, ସ୍ଥିତି ନିୟନ୍ତ୍ରଣ କଲା ପୋଲିସ୍ appeared first on Prameya News7.