ଭଙ୍ଗା ଆଜବେଷ୍ଟସ ତଳେ ପାଠପଢା, ଇଏ 5-T ସ୍କୁଲ୍
ଭଙ୍ଗା ଆଜବେଷ୍ଟସ ତଳେ ପିଲା ପଢୁଛନ୍ତି ପାଠ। ଆଉ ଯଦି ବର୍ଷା ହେଲା ପାଠପଢା ବନ୍ଦ । ଏହା ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ। ଯାହାର ଅବସ୍ଥା ଏବେ କହିଲେ ନସରେ ।
ଭଙ୍ଗା ଆଜବେଷ୍ଟସ ତଳେ ପିଲା ପଢୁଛନ୍ତି ପାଠ। ଆଉ ଯଦି ବର୍ଷା ହେଲା ଅବସ୍ଥା ଖରାପ । ଭଦ୍ରକ ଜିଲ୍ଲା ଧାମନଗର କୋଠାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଦୁର୍ଦ୍ଦଶା । ଏବେ ଏହି ସ୍କୁଲର ଅବସ୍ଥା କହିଲେ ନସରେ। ପୂର୍ବ ସରକାର ଏହି ସ୍କୁଲକୁ 5-T ଅନ୍ତର୍ଭୁକ୍ତ କରିଥିଲେ। କାମ ଆରମ୍ଭ ହେଇଥିଲା ହେଲେ ଅଧାରେ ଅଟକି ଗଲା। ଫଳରେ ଏବେ ଭଙ୍ଗା ଆଜବେଷ୍ଟସ ତଳେ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି।
ଖାଲି ସେତିକି ନୁହେଁ ସ୍କୁଲରେ ପିଇବା ପାଣିର ସୁବିଧା ନାହିଁ, ଯେଉଁଠି ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି ସେଠି ବି ଆଜବେଷ୍ଟସ ଫାଟି ଆଁ କରିଛି। ଆଉ ବର୍ଷା ହେଲେ ପାଣି ପଡୁଛି। ସ୍କୁଲରେ ଶିକ୍ଷକ ଅଭାବରୁ ପାଠ ପଢା ମଧ୍ୟ ଠିକ୍ ଭାବରେ ହୋଇ ପାରୁନାହିଁ। ଏଠାରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ୨୦୧୭ ମସିହାରୁ ଖାଲି ପଡ଼ିଛି ।
ବାତ୍ୟା ଆଶ୍ରୟସ୍ଥଳୀରେ ଏବେ ଚାଲିଛି ସ୍କୁଲ। ଏନେଇ ଅସ୍ଥାୟୀ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଆମେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଛୁ । ୧୯୪୭ ମସିହାରେ ସ୍ଥାପିତ ସର୍ବ ପୁରାତନ ସ୍କୁଲରେ ପିଲାମାନଙ୍କ ପାଠପଢ଼ା ନେଇ ସ୍ଥାନୀୟ ବାସିନ୍ଦା ଚିନ୍ତାରେ। ଦେଖିବାକୁ ବାକି ରହିଲା କେବେ ସୁଧୁରୁଛି ଏହି ସ୍କୁଲର ସମସ୍ୟା ।