ଭଙ୍ଗାଗଲା ବିଜେଡି କାର୍ଯ୍ୟାଳୟ

ଖୁଣ୍ଟୁଣୀ, ୧୫ ।୧୨(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ ତହସିଲ ଅଧୀନ କୁମାରପୁର ପଞ୍ଚାୟତର ଗୋଚର ଜମିରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟକୁ ଶନିବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଭଙ୍ଗାଯିବାବେଳେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ୁ ଅତିରିକ୍ତ ଏସ୍‌ପି ଦେବଦତ୍ତ ବରାଳ, ଚୌଦ୍ୱାର ଏସ୍‌ଡିପିଓ ଉ ମାକାନ୍ତ ନାୟକ, ତହସିଲଦାର କ୍ଷେତ୍ରମୋହନ ସ୍ବାଇଁଙ୍କ ସମେତ ଗୁରୁଡିଝାଟିଆ, ଖୁଣ୍ଟୁଣୀ, ଆଠଗଡ଼, ତିଗିରିଆ ଥାନା ଆଇଆଇସି, ୨ ଜଣ ମାଜିଷ୍ଟ୍ରେଟ୍‌, ୧୫ ଜଣ ଅଫିସର ଓ ୪ […] The post ଭଙ୍ଗାଗଲା ବିଜେଡି କାର୍ଯ୍ୟାଳୟ appeared first on Dharitri Odia News.

ଭଙ୍ଗାଗଲା ବିଜେଡି କାର୍ଯ୍ୟାଳୟ

ଖୁଣ୍ଟୁଣୀ, ୧୫ ।୧୨(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ ତହସିଲ ଅଧୀନ କୁମାରପୁର ପଞ୍ଚାୟତର ଗୋଚର ଜମିରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟକୁ ଶନିବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଭଙ୍ଗାଯିବାବେଳେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ୁ ଅତିରିକ୍ତ ଏସ୍‌ପି ଦେବଦତ୍ତ ବରାଳ, ଚୌଦ୍ୱାର ଏସ୍‌ଡିପିଓ ଉ ମାକାନ୍ତ ନାୟକ, ତହସିଲଦାର କ୍ଷେତ୍ରମୋହନ ସ୍ବାଇଁଙ୍କ ସମେତ ଗୁରୁଡିଝାଟିଆ, ଖୁଣ୍ଟୁଣୀ, ଆଠଗଡ଼, ତିଗିରିଆ ଥାନା ଆଇଆଇସି, ୨ ଜଣ ମାଜିଷ୍ଟ୍ରେଟ୍‌, ୧୫ ଜଣ ଅଫିସର ଓ ୪ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କୁମାରପୁର ପଞ୍ଚାୟତ ବଳିପୁର ମୌଜାର ଖାତା ନମ୍ବର ୬୧୬, ପ୍ଲଟ୍‌ ନଂ. ୧୨୬୧, ୧ ଏକର ୮୩ ଡିସିମିଲ ଗୋଚର ଜାଗାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଜବରଦସ୍ତ ଦଖଲ କରି ଗୃହ ନିର୍ମାଣ କରିଥିଲେ। ପରେ ସେଠାରେ ବିଜେଡି କାର୍ଯ୍ୟାଳୟ ଚାଲିଥିଲା। ଏହି ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ଗ୍ରାମବାସୀ ବାରମ୍ବାର ତହସିଲ ପ୍ରଶାସନକୁ ଜଣାଇଥିଲେ। ହେଲେ ତହସିଲ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଏହାକୁ ଏଡାଇ ଦେଇଥିଲା। ଆଠଗଡ଼ର ଭାଜପା ନେତା ଅଭୟ ବାରିକ ଉକ୍ତ କାର୍ଯ୍ୟାଳୟ ଭାଙ୍ଗିବା ପାଇଁ ୩ ମାସ ତଳେ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇଥିଲେ। ଫଳରେ ତହସିଲ ପ୍ରଶାସନ ଉକ୍ତ କାର୍ଯ୍ୟାଳୟ ଭାଙ୍ଗିବା ପାଇଁ ଯାଇଥିଲା। ହେଲେ ଏହାକୁ ନ ଭାଙ୍ଗିବା ପାଇଁ ରଞ୍ଜନ ଆଠଗଡ଼ ଉପଜିଲାପାଳଙ୍କ ନିକଟରେ ଅପିଲ କରିଥିବା ଜାଣିବା ପରେ ପ୍ରଶାସନ ଫେରି ଆସିଥିଲା। ତେବେ ଏହି ଅପିଲର ସମୟସୀମା ଶୁକ୍ରବାର ଶେଷ ହୋଇଥିବାରୁ ଉପଜିଲାପାଳ ଉକ୍ତ କାର୍ଯ୍ୟାଳୟ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଜିଲା ପ୍ରଶାସନ ପକ୍ଷରୁ ଉକ୍ତ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ଭାଜପା ନେତା ଅଭୟ ବାରିକ କହିଛନ୍ତି, ଆଠଗଡ଼ ଅଞ୍ଚଳରେ ଯେଉଁ ଗୋଚର ଜାଗାରେ ବେଆଇନ ନିର୍ମାଣ କରାଯାଇଛି ତାହାକୁ ଆଗାମୀ ଦିନରେ ଭଙ୍ଗାଯିବ। ଅପରପକ୍ଷରେ ରଞ୍ଜନ କହିଛନ୍ତି, ଉକ୍ତ କାର୍ଯ୍ୟାଳୟ ନ ଭଙ୍ଗାଯିବା ପାଇଁ ପ୍ରଥମେ ତହସିଲଦାରଙ୍କ ନିକଟରେ ଅପିଲ କରିଥିଲି। ସେଠାରେ ଅଗ୍ରାହ୍ୟ ହେବାରୁ ଉପଜିଲାପାଳଙ୍କ ନିକଟରେ ଅପିଲ କରିଥିଲି। ଶୁକ୍ରବାର ସମୟସୀମା ଶେଷ ହୋଇଥିବାରୁ ପ୍ରଶାସନ ଏହାକୁ ଭାଙ୍ଗିଦେଇଛି। ଆଗାମୀ ଦିନରେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ।

The post ଭଙ୍ଗାଗଲା ବିଜେଡି କାର୍ଯ୍ୟାଳୟ appeared first on Dharitri Odia News.