ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ଜରି ପାଲରେ ଘୋଡ଼େଇ ରଖାଯାଇଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ
ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ସିଏମସିର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ି ରହିଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି।
କଟକରେ ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ଜରି ପାଲରେ ଘୋଡ଼େଇ ବାନ୍ଧି ରଖାଯାଇଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିର ମୁହଁ। ଲୁହା ଖୁଣ୍ଟିରେ ବନ୍ଧା ହେଇଛି ଗୋଡ। ସିଏମସିର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ି ରହିଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି।
କଟକରେ ନେତାଜୀ ବସ ଟର୍ମିନାଲ ସମ୍ପ୍ରସାରଣ ବେଳେ ଭଜନ ସମ୍ରାଟଙ୍କ ମୂର୍ତ୍ତିକୁ ଖାନନଗର ବୁରୁଜ ନିକଟରୁ ଉଠାଇ ଦିଆଯାଇଥିଲା। ଏହାରି ଭିତରେ କିଛି ବର୍ଷ ବିତି ଗଲାଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶହ ଶହ ଭଜନ ଗାଇଥିବା ଭଜନ ସମ୍ରାଟଙ୍କ ଏହି ପ୍ରତିମୂର୍ତ୍ତିକୁ ପୁନଃସ୍ଥାପନ କରିବା ପାଇଁ କହି ସତେ ଯେମିତି ଭୁଲି ଯାଇଛି ପ୍ରଶାସନ। ସିଏମସି ମେୟର ସୁବାସ ସିଂ କହିଛନ୍ତି, ପ୍ରତିମୂର୍ତ୍ତିକୁ ଆବଶ୍ୟକ ସୁରକ୍ଷା ଦେଇ ଘୋଡ଼ାଇ ରଖାଯାଇଛି। ଖୁବଶୀଘ୍ର କଟକର କୌଣସି ଏକ ପାର୍କରେ ସ୍ଥାପନ କରାଯିବ।
ଏହା ପୂର୍ବରୁ ଅନୁଗୋଳରେ ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା । ଶୌର୍ଯ୍ୟର ପ୍ରତୀକ ଖଣ୍ଡାକୁ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା । ଅନୁଗୋଳ ପୌରପାଳିକା କାର୍ଯ୍ୟାଳୟ ସାମ୍ନାରେ ଏହି ପ୍ରତିମୂର୍ତ୍ତି ଥିଲେ ବି କାହାରି ନଜର ନଥିଲା।