ଭଞ୍ଜନଗରରେ ଏଡିପିଆର୍‌ଓଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ (ଏଡିପିଆର୍‌ଓ) ଗୌରୀ ଶଙ୍କର ଶତପଥୀ ଚଳିତ ମାସରେ ସରକାରୀ ଚାକିରିରୁ ଅବସର ନେବେ। ଏହାପୂର୍ବରୁ ଭଞ୍ଜନଗର ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ସଭାପତି ଲୋକନାଥ କର ଅଧ୍ୟକ୍ଷତା କରିଥିବା ବେଳେ ଉପ ଜିଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଡିଓ ଭାରତୀ ଦେବୀ,ଡେପୁଟି କଲେକ୍ଟର ସୁମନ ଘୋଷ, […] The post ଭଞ୍ଜନଗରରେ ଏଡିପିଆର୍‌ଓଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା appeared first on Dharitri Odia News.

ଭଞ୍ଜନଗରରେ ଏଡିପିଆର୍‌ଓଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ (ଏଡିପିଆର୍‌ଓ) ଗୌରୀ ଶଙ୍କର ଶତପଥୀ ଚଳିତ ମାସରେ ସରକାରୀ ଚାକିରିରୁ ଅବସର ନେବେ। ଏହାପୂର୍ବରୁ ଭଞ୍ଜନଗର ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ସଭାପତି ଲୋକନାଥ କର ଅଧ୍ୟକ୍ଷତା କରିଥିବା ବେଳେ ଉପ ଜିଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଡିଓ ଭାରତୀ ଦେବୀ,ଡେପୁଟି କଲେକ୍ଟର ସୁମନ ଘୋଷ, ସହକାରୀ ଜିଲାପାଳ ରାମ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ତହସିଲଦାର ଅବିନାଶ ମହାର, ଏ ବି ଡି ଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଅତିଥି ଭାବେ ଯୋଗଦେଇ କ୍ଲବର ଏହିଭଳି କାର୍ଯ୍ୟକ୍ରମ ପ୍ରଶାସନ ଓ ଗଣମଧ୍ୟାମ ମଧ୍ୟରେ ଥିବା ସୁସମ୍ପର୍କର ପ୍ରତିଫଳନ ବୋଲି କହିଥିଲେ। କ୍ଲବର ଉପଦେଷ୍ଟା ରବିନ୍ଦ୍ର ପାତ୍ର, ନେତାଜୀ ବିଷୋୟୀ, ସୁଶାନ୍ତ ସାହୁ, ବିଶ୍ବମ୍ବର ଜେନା, ଅରକ୍ଷିତ ପରିଚ୍ଛା, ନଚିକେତା ପ୍ରଧାନ, ଆଇନ ପରାମର୍ଶଦାତା ରାଜେନ୍ଦ୍ର ପ୍ରଧାନ, ବିରେନ୍ଦ୍ର ସାଇଁ,
ନିଲୁ ବିଷୋୟୀ, ମନୋଜ କର, ସନ୍ତୋଷ ସାହୁ, ରଞ୍ଜନ ସ୍ବାଇଁ, ଶିବ ଦାସ, ରତ୍ନାକର ସାହୁ,ଭବାନୀ ଶଙ୍କର ପାଳ, ସୁଜିତ ବିଷୋୟୀ, ଗୋବିନ୍ଦ ଗୌଡ, ପ୍ରଶାନ୍ତ, ନାରାୟଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ କ୍ଲବ ପକ୍ଷରୁ ମାନପତ୍ର ଏବଂ ଅଙ୍ଗବସ୍ତ୍ର ଦେଇ ଶତପଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

The post ଭଞ୍ଜନଗରରେ ଏଡିପିଆର୍‌ଓଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା appeared first on Dharitri Odia News.