ଭଞ୍ଜନଗରରେ ଝଡ଼ବର୍ଷା: ଗଛମୂଳେ ଆଶ୍ରୟ ନେଇଥିଲେ ଯୁବତୀ, ଏହି ସମୟରେ ଦାଉ ସାଧିଲା ଦଇବ…

ଭଞ୍ଜନଗର,୧୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏବଂ ବେଲଗୁଣ୍ଠା ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି। ଏଥିସହ ବଜ୍ରପାତରେ ବେଲଗୁଣ୍ଠା ବ୍ଲକ କେବିରିବରପୁର ଗ୍ରାମର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେହେଲେ ରୀତା ଗୌଡ଼ (୩୦)। ଏହି ଘଟଣାକୁ ନେଇ ସଂପୃକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଘଟଣାରୁ ପ୍ରକାଶ, […] The post ଭଞ୍ଜନଗରରେ ଝଡ଼ବର୍ଷା: ଗଛମୂଳେ ଆଶ୍ରୟ ନେଇଥିଲେ ଯୁବତୀ, ଏହି ସମୟରେ ଦାଉ ସାଧିଲା ଦଇବ… appeared first on Dharitri Odia News.

ଭଞ୍ଜନଗରରେ ଝଡ଼ବର୍ଷା: ଗଛମୂଳେ ଆଶ୍ରୟ ନେଇଥିଲେ ଯୁବତୀ, ଏହି ସମୟରେ ଦାଉ ସାଧିଲା ଦଇବ…

ଭଞ୍ଜନଗର,୧୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏବଂ ବେଲଗୁଣ୍ଠା ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି।
ଏଥିସହ ବଜ୍ରପାତରେ ବେଲଗୁଣ୍ଠା ବ୍ଲକ କେବିରିବରପୁର ଗ୍ରାମର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେହେଲେ ରୀତା ଗୌଡ଼ (୩୦)। ଏହି ଘଟଣାକୁ ନେଇ ସଂପୃକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଘଟଣାରୁ ପ୍ରକାଶ, ରୀତା ଆଜି ଅପରାହ୍ନରେ କୌଣସି କାମରେ ବାହାରକୁ ଯାଇଥିଲେ। ଫେରିବା ସମୟରେ ଏକ ଆମ୍ବଗଛ ମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ମାରିବାରୁ ସେଠାରେ ଟଳି ପଡ଼ିଥିଲେ ରୀତା। ଏହାପରେ ନିକଟରେ ଥିବା ଅନ୍ୟ ଲୋକମାନେ ରୀତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ମେଡିକାଲରେ ଡାକ୍ତର ରୀତାଙ୍କୁ ମୃତ ଘୋଷଣା କରିଥିଲେ। ଭଞ୍ଜନଗର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡ଼ିଛି।

The post ଭଞ୍ଜନଗରରେ ଝଡ଼ବର୍ଷା: ଗଛମୂଳେ ଆଶ୍ରୟ ନେଇଥିଲେ ଯୁବତୀ, ଏହି ସମୟରେ ଦାଉ ସାଧିଲା ଦଇବ… appeared first on Dharitri Odia News.