ଭଡ଼ା ନେଇ ଘରେ ରହିଲେ; ରାତି ଅଧରେ ମାରଣାସ୍ତ୍ର ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା 

ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ଜୟଦେବ ରାଉତ। 

ଭଡ଼ା ନେଇ ଘରେ ରହିଲେ; ରାତି ଅଧରେ ମାରଣାସ୍ତ୍ର ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା 

ଭଡ଼ା ନେଇ ଘରେ ରହିଲେ। ଦୁଇ ଦିନ ଯାଇନି ମାଲିକଙ୍କ ଘରେ ବୁଲାଇଲେ କଳାକନା। ରାତି ଅଧରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା। ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ପେଟ୍ରୋଲ 
ପମ୍ପ ନିକଟରେ ରହୁଥିବା ଜୟଦେବ ରାଉତ। 

ଚୋରି ପୂର୍ବରୁ ଦୁର୍ବୃତ୍ତ ଫିଲ୍ମ ଷ୍ଟାଇଲରେ ପ୍ରଥମେ ଭଡ଼ାରେ ଘର ନେଇଥିଲେ। ତାପରେ ପୂର୍ବ ପ୍ରସ୍ତୁତି ଅନୁସାରେ ପରେ ଲୁଟ୍ କରିଥିଲେ। 

ଅଭିଯୋଗ ହୋଇଛି, ଦୁଇ ଦିନ ତଳେ ଧାମରା ରେଳ ଲାଇନରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା କହି ଭଡ଼ାରେ ଘର ନେଇଥିଲେ ୩ ଜଣ। ରାତି ୧୨ଟାରେ ସେମାନେ ଘର କବାଟ ବାଡ଼େଇଥିଲେ। କବାଟ ଖୋଲିବା ପରେ ଦୁର୍ବୃତ୍ତ ଜୟଦେବ ଓ ପତ୍ନୀ ସଜନୀଙ୍କ ବେକରେ ଭୁଜାଲି ରଖି ଭୟଭୀତ କରି ଲୁଟି ନେଇଛନ୍ତି ସୁନାଗହଣା ଓ ଟଙ୍କା। ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ତଦନ୍ତ କରୁଛି ଚନ୍ଦବାଲି ଥାନା ପୋଲିସ।