ଭଡା ଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ଜଣାପଡିନି ମୃତ୍ୟୁର କାରଣ
ଭୋଗରାଇ ୨୪।୮: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆନନ୍ଦ ବଜାର ସ୍ଥିତ କମଳା ଭବନରେ ଥିବା ଭଡ଼ା ଘରେ ରଶି ଲଗାଇ ଝୁଲି ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ ଯେ, ମହିଳା କନିଷ୍ଠ ଯନ୍ତ୍ରୀ ଜଣଙ୍କ ଭୋଗରାଇ ବ୍ଲକରେ ପ୍ରାୟ ୫ ମାସ ପୂର୍ବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଥାନା ଛକ ସ୍ଥିତ କମଳା ଭବନରେ ୪ ମହଲାରେ ରୁମ୍ ନମ୍ବର ୧୪ରେ ରହିଆସୁଥିଲେ । କାର୍ଯ୍ୟରେ ଯୋଗ ଦେବା ଠାରୁ ମନ୍ଧାରସାହି ପଞ୍ଚାୟତରେ କାର୍ଯ୍ୟ ଦାୟିତ୍ୱରେ ଥିଲେ । ଶୁକ୍ରବାର ବ୍ଲକରେ ଭିସି ଚାଲିଥିବା ବେଳେ ସେଠାରେ ସେ ଯୋଗ ଦେଇଥିଲେ । ପରେ ସେ ରୁମ୍କୁ ଆସିଥିଲେ । ଶନିବାର ସକାଳୁ ବ୍ଲକର ଅନ୍ୟ କର୍ମଚାରୀ ମାନେ ଏଭଳି ଘଟଣା ଘଟିଥିବା ଝରକା ଫାଙ୍କରୁ ଦେଖି ବ୍ଲକକୁ ଖବର ଦେଇଥିଲେ । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଇଛି ।You Can Read:ମଞ୍ଚା ବାନ୍ଧି ଲୁଚିଥିଲେ ଲୁଟେରା : ଧରା ପଡିଗଲେ ୩, ଖସିଗଲେ ୨
ଭୋଗରାଇ ୨୪।୮: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆନନ୍ଦ ବଜାର ସ୍ଥିତ କମଳା ଭବନରେ ଥିବା ଭଡ଼ା ଘରେ ରଶି ଲଗାଇ ଝୁଲି ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ ଯେ, ମହିଳା କନିଷ୍ଠ ଯନ୍ତ୍ରୀ ଜଣଙ୍କ ଭୋଗରାଇ ବ୍ଲକରେ ପ୍ରାୟ ୫ ମାସ ପୂର୍ବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଥାନା ଛକ ସ୍ଥିତ କମଳା ଭବନରେ ୪ ମହଲାରେ ରୁମ୍ ନମ୍ବର ୧୪ରେ ରହିଆସୁଥିଲେ । କାର୍ଯ୍ୟରେ ଯୋଗ ଦେବା ଠାରୁ ମନ୍ଧାରସାହି ପଞ୍ଚାୟତରେ କାର୍ଯ୍ୟ ଦାୟିତ୍ୱରେ ଥିଲେ । ଶୁକ୍ରବାର ବ୍ଲକରେ ଭିସି ଚାଲିଥିବା ବେଳେ ସେଠାରେ ସେ ଯୋଗ ଦେଇଥିଲେ । ପରେ ସେ ରୁମ୍କୁ ଆସିଥିଲେ । ଶନିବାର ସକାଳୁ ବ୍ଲକର ଅନ୍ୟ କର୍ମଚାରୀ ମାନେ ଏଭଳି ଘଟଣା ଘଟିଥିବା ଝରକା ଫାଙ୍କରୁ ଦେଖି ବ୍ଲକକୁ ଖବର ଦେଇଥିଲେ । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଇଛି ।
You Can Read: