ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ଚାଲିଛି ଭୋଟ, ୩ଟାରୁ ଆରମ୍ଭ ହେବ ଗଣତି

ଭଦ୍ରକ, ୨୯। ୩(ସନାତନ ରାଉତ)- ଭଦ୍ରକ ପୁରୁଣା କୋର୍ଟ ପରିସରରେ ଶନିବାର ପୂର୍ବାହ୍ନ ୭ ଟାରୁ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହେଉଛି । ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଶେଷ ହେବା ପରେ ଗଣତି ଆରମ୍ଭ ହେବ । ସଭାପତି ପଦରେ ରଞ୍ଜନ ନାୟକ, ପୂର୍ବତନ ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ, ଉପସଭାପତି ପାଇଁ ଅଶୋକ ନାୟକ, କମଳିନୀ ନାୟକ, ପୂର୍ବତନ ଉପସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ପଦ ପାଇଁ ଗୋପବନ୍ଧୁ ଦାସ, ସୌମଭ ଦେ, […] The post ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ଚାଲିଛି ଭୋଟ, ୩ଟାରୁ ଆରମ୍ଭ ହେବ ଗଣତି appeared first on Dharitri Odia News.

ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ଚାଲିଛି ଭୋଟ, ୩ଟାରୁ ଆରମ୍ଭ ହେବ ଗଣତି

ଭଦ୍ରକ, ୨୯। ୩(ସନାତନ ରାଉତ)- ଭଦ୍ରକ ପୁରୁଣା କୋର୍ଟ ପରିସରରେ ଶନିବାର ପୂର୍ବାହ୍ନ ୭ ଟାରୁ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହେଉଛି । ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଶେଷ ହେବା ପରେ ଗଣତି ଆରମ୍ଭ ହେବ । ସଭାପତି ପଦରେ ରଞ୍ଜନ ନାୟକ, ପୂର୍ବତନ ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ, ଉପସଭାପତି ପାଇଁ ଅଶୋକ ନାୟକ, କମଳିନୀ ନାୟକ, ପୂର୍ବତନ ଉପସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ପଦ ପାଇଁ ଗୋପବନ୍ଧୁ ଦାସ, ସୌମଭ ଦେ, ସୂର୍ଯ୍ୟକାନ୍ତ କୁଅଁର, ଯୁଗ୍ମ ସମ୍ପାଦକ ପାଇଁ ନିକୁଞ୍ଜ ପୁହାଣ, ବିଶପ୍ରକାଶ ଜେନା , ଲାଇବ୍ରେରୀ ସମ୍ପାଦକ ପାଇଁ ବିଶ୍ୱଜିତ ରାଉତ, ଉମାକାନ୍ତ ସେଠୀ, କୋଷାଧ୍ୟକ୍ଷ ପାଇଁ କିଶୋର ଚନ୍ଦ୍ର ବଳ, ଆଗରୁ ମଧ୍ୟ କୋଷାଧ୍ୟକ୍ଷ ଥିବା ସୁରେନ୍ଦ୍ର କର, କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ଦେବବ୍ରତ ମହାପାତ୍ର, ସଞ୍ଜୟ କୁମାର ନାୟକ, ସଞ୍ଜୀବ ମହାପାତ୍ର, ମାନସ ରଞ୍ଜନ ଦାସ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ନାୟକ ନିର୍ବାଚନ ପରିଚାଳନା କରୁଛନ୍ତି।

The post ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ଚାଲିଛି ଭୋଟ, ୩ଟାରୁ ଆରମ୍ଭ ହେବ ଗଣତି appeared first on Dharitri Odia News.