ଭଦ୍ରକ ପୋଲିସର ଆକ୍ସନ, ୮୨ ଲିଟର ବିଦେଶୀ ମଦ ଜବତ

ଭଦ୍ରକ ୨୭।୦୩ : ହୋଲି ଅବସରରେ ବେଆଇନ ଭାବେ ବିକ୍ରି ହେଉଥିବା ବିଦେଶୀ ମଦ ଜବତ । ଜବତ କରିଛି ଭଦ୍ରକ ଟାଉନ ପୋଲିସ । ମଦ ର ପରିମାଣ ୮୨ ଲିଟରରୁ ଅଧିକ ହୋଇଥିବା ସୂଚନା ଦେଇଛି ପୋଲିସ ।ଖବର ଅନୁଯାୟୀ, ଭଦ୍ରକ ସହରର ନରିପୁର ଅଞ୍ଚଳରେ ହୋଲିରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିଲା । ଏନେଇ ବିଶ୍ୱସ୍ଥ ସୂତ୍ର ରୁ ଖବର ପାଇଥିଲା ପୋଲିସ । ଏହାପରେ ତୁରନ୍ତ ଚଢ଼ାଉ ବେଳେ ଏକ ବନ୍ଦ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିଲା । ଯାହାର ପରିମାଣ ୮୨ ଲିଟର ହେବ ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ପୋଲିସ 165/24 ନମ୍ବର ମାମଲା ରୁଜୁ କରିଥିବା ବେଳେ ମଦ ରଖିଥିବା ବ୍ୟକ୍ତିଙ୍କ ବିଷୟରେ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକ ପୋଲିସର ଆକ୍ସନ, ୮୨ ଲିଟର ବିଦେଶୀ ମଦ ଜବତ

ଭଦ୍ରକ ୨୭।୦୩ : ହୋଲି ଅବସରରେ ବେଆଇନ ଭାବେ ବିକ୍ରି ହେଉଥିବା ବିଦେଶୀ ମଦ ଜବତ । ଜବତ କରିଛି ଭଦ୍ରକ ଟାଉନ ପୋଲିସ । ମଦ ର ପରିମାଣ ୮୨ ଲିଟରରୁ ଅଧିକ ହୋଇଥିବା ସୂଚନା ଦେଇଛି ପୋଲିସ ।

ଖବର ଅନୁଯାୟୀ, ଭଦ୍ରକ ସହରର ନରିପୁର ଅଞ୍ଚଳରେ ହୋଲିରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିଲା । ଏନେଇ ବିଶ୍ୱସ୍ଥ ସୂତ୍ର ରୁ ଖବର ପାଇଥିଲା ପୋଲିସ । ଏହାପରେ ତୁରନ୍ତ ଚଢ଼ାଉ ବେଳେ ଏକ ବନ୍ଦ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିଲା । ଯାହାର ପରିମାଣ ୮୨ ଲିଟର ହେବ ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ପୋଲିସ 165/24 ନମ୍ବର ମାମଲା ରୁଜୁ କରିଥିବା ବେଳେ ମଦ ରଖିଥିବା ବ୍ୟକ୍ତିଙ୍କ ବିଷୟରେ ତଦନ୍ତ ଆରମ୍ଭ କରିଛି ।