ଭଦ୍ରକ ବହୁଦରଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ୨ ମୃତ

ଭଦ୍ରକ: ବାଇକକୁ ପଛରୁ ଧକ୍କା ଦେଲା ହାଇୱା । ଚାଲିଗଲା ଦୁଇ ଜଣକ ଜୀବନ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବହୁଦରଡା ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ । ସୂଚନା ଅନୁଯାୟୀ, ଭଦ୍ରକରୁ ସ୍କୁଟିରେ ଯାଜପୁର ଯାଉଥିବା ଜଣେ ବ୍ୟକ୍ତିଙ୍କୁ ବହୁଦରଡ଼ା ଛକ ନିକଟରେ ପଛରୁ ଏକ ହାଇଓ୍ବା ଧକ୍କା ଦେଇଥିଲା ।ଘଟଣାସ୍ଥଳରେ ୨ ଜଣ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇ ଜଣ ଯାଜପୁର ଜିଲ୍ଲାର ଶିବାଶିଷ ମଲ୍ଲିକ ଓ ପୃଥ୍ବୀରାଜ ଜେନା ବୋଲି ସୂଚନା ମିଳିଛି ।

ଭଦ୍ରକ ବହୁଦରଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ୨ ମୃତ

ଭଦ୍ରକ: ବାଇକକୁ ପଛରୁ ଧକ୍କା ଦେଲା ହାଇୱା । ଚାଲିଗଲା ଦୁଇ ଜଣକ ଜୀବନ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବହୁଦରଡା ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ । ସୂଚନା ଅନୁଯାୟୀ, ଭଦ୍ରକରୁ ସ୍କୁଟିରେ ଯାଜପୁର ଯାଉଥିବା ଜଣେ ବ୍ୟକ୍ତିଙ୍କୁ ବହୁଦରଡ଼ା ଛକ ନିକଟରେ ପଛରୁ ଏକ ହାଇଓ୍ବା ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ୨ ଜଣ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇ ଜଣ ଯାଜପୁର ଜିଲ୍ଲାର ଶିବାଶିଷ ମଲ୍ଲିକ ଓ ପୃଥ୍ବୀରାଜ ଜେନା ବୋଲି ସୂଚନା ମିଳିଛି ।