ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଖସି ପଡିଲା ଦୁଇଟି ଟ୍ରକ , ୩ ଗୁରୁତର

କନକବ୍ୟୁରୋ : ଓଭର ବ୍ରିଜ ଉପରୁ ଖସି ପଡ଼ିଲା ଦୁଇଟି ଟ୍ରକ। ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଦୁର୍ଘଟଣା। ଛିଡ଼ା ହୋଇଥିବା କଣ୍ଟେନରକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। କଣ୍ଟେନରରେ ବିଦ୍ୟୁତ ସାମଗ୍ରୀ, ବଡ ଡିଜି ଭର୍ତ୍ତି ହୋଇ ଠିଆ ହୋଇଥିଲା ଵେଳେ ବାଲି ଵୋଝେଇ ଟ୍ରକ ଆସି ପଛରୁ କଣ୍ଟେନରକୁ ଧକ୍କା ଦେଇଥିଲା। ଭୀଷଣ ଶବ୍ଦ ହେବା ସହ ଦୁଇଟି ଗାଡି ତଳକୁ ଖସି ପଡିଥିଲା । 

ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଖସି ପଡିଲା ଦୁଇଟି ଟ୍ରକ , ୩ ଗୁରୁତର

କନକବ୍ୟୁରୋ : ଓଭର ବ୍ରିଜ ଉପରୁ ଖସି ପଡ଼ିଲା ଦୁଇଟି ଟ୍ରକ। ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଦୁର୍ଘଟଣା। ଛିଡ଼ା ହୋଇଥିବା କଣ୍ଟେନରକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। କଣ୍ଟେନରରେ ବିଦ୍ୟୁତ ସାମଗ୍ରୀ, ବଡ ଡିଜି ଭର୍ତ୍ତି ହୋଇ ଠିଆ ହୋଇଥିଲା ଵେଳେ ବାଲି ଵୋଝେଇ ଟ୍ରକ ଆସି ପଛରୁ କଣ୍ଟେନରକୁ ଧକ୍କା ଦେଇଥିଲା। ଭୀଷଣ ଶବ୍ଦ ହେବା ସହ ଦୁଇଟି ଗାଡି ତଳକୁ ଖସି ପଡିଥିଲା ।