ଭଦ୍ରକରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗଣତାନ୍ତ୍ରିକ ଉଦ୍ୟମ ଜାରି ରଖିବୁ: ବିଦ୍ୟାର୍ଥୀ ବିକାଶ ମଞ୍ଚ

ଭଦ୍ରକ: ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉଦ୍ୟମ ଜାରି ରଖିବ ବିଦ୍ୟାର୍ଥୀ ବିକାଶ ମଞ୍ଚ । ଭଦ୍ରକ ସହରର ଜାନୁଗଞ୍ଜ ସ୍ଥିତ ଦିବ୍ୟମ ହଲ୍ ଠାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ବିଦ୍ୟାର୍ଥୀ ବିକାଶ ମଞ୍ଚ କହିଛି ଯେ ଭଦ୍ରକ ଜିଲ୍ଲା ରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉଦ୍ୟମ ଜାରି ରହିଛି ଓ ରହିବ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୁଇଟି ଦାବି ରଖିଛି ବିଦ୍ୟାର୍ଥୀ ବିକାଶ ମଞ୍ଚ । ଦୁଇ ଦାବି ମଧ୍ୟରେ ବାଲେଶ୍ୱର ପରି ଭଦ୍ରକ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ସହ ଜିଲ୍ଲାର ସମସ୍ତ କଲେଜକୁ ଏହି ବିଶ୍ୱବିଦ୍ୟାଳୟ ଅଧିନରେ ରଖାଯାଉ ଏବଂ ଏହାର ନାଁ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ରଖାଯାଉ । ଦ୍ଵିତୀୟ ଦାବିରେ ଭଦ୍ରକ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଐତିହାସିକ ଭଦ୍ରକ କଲେଜରେ ଜଣେ ପ୍ରଫେସର କ୍ୟାଡରର ସ୍ଥାୟୀ ଅଧକ୍ଷ ନିଯୁକ୍ତ କରାଯାଉ ଓ ଶୈକ୍ଷିକ ବାତାବରଣକୁ ସଜାଇ ରଖାଯାଉ ସାମିଲ ରହିଛି ।

ଭଦ୍ରକରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗଣତାନ୍ତ୍ରିକ ଉଦ୍ୟମ ଜାରି ରଖିବୁ: ବିଦ୍ୟାର୍ଥୀ ବିକାଶ ମଞ୍ଚ

ଭଦ୍ରକ: ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉଦ୍ୟମ ଜାରି ରଖିବ ବିଦ୍ୟାର୍ଥୀ ବିକାଶ ମଞ୍ଚ । ଭଦ୍ରକ ସହରର ଜାନୁଗଞ୍ଜ ସ୍ଥିତ ଦିବ୍ୟମ ହଲ୍ ଠାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ବିଦ୍ୟାର୍ଥୀ ବିକାଶ ମଞ୍ଚ କହିଛି ଯେ ଭଦ୍ରକ ଜିଲ୍ଲା ରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉଦ୍ୟମ ଜାରି ରହିଛି ଓ ରହିବ । 

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୁଇଟି ଦାବି ରଖିଛି ବିଦ୍ୟାର୍ଥୀ ବିକାଶ ମଞ୍ଚ । ଦୁଇ ଦାବି ମଧ୍ୟରେ ବାଲେଶ୍ୱର ପରି ଭଦ୍ରକ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ସହ ଜିଲ୍ଲାର ସମସ୍ତ କଲେଜକୁ ଏହି ବିଶ୍ୱବିଦ୍ୟାଳୟ ଅଧିନରେ ରଖାଯାଉ ଏବଂ ଏହାର ନାଁ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ରଖାଯାଉ । ଦ୍ଵିତୀୟ ଦାବିରେ ଭଦ୍ରକ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଐତିହାସିକ ଭଦ୍ରକ କଲେଜରେ ଜଣେ ପ୍ରଫେସର କ୍ୟାଡରର ସ୍ଥାୟୀ ଅଧକ୍ଷ ନିଯୁକ୍ତ କରାଯାଉ ଓ ଶୈକ୍ଷିକ ବାତାବରଣକୁ ସଜାଇ ରଖାଯାଉ ସାମିଲ ରହିଛି ।